Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ghatagaon Tarini / ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ୫୦୦ ଜଣଙ୍କ ପାଇଁ ଡାଇନିଂ ହଲ୍; ଏମିତି କେତେ କ'ଣ...

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ୫୦୦ ଜଣଙ୍କ ପାଇଁ ଡାଇନିଂ ହଲ୍; ଏମିତି କେତେ କ'ଣ...
CM Mohan Majhi

Key Points

ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ, ପାର୍କିଂ, ଚାରିଟି ପୁଷ୍କରିଣୀର ସୋନ୍ଦର୍ଯ୍ୟକରଣ ଆଦି ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।
ମା’ ତାରିଣୀଙ୍କ ପୀଠକୁ ଏକ ବିଶ୍ଵସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ଗଢି ତୋଳିବାକୁ ସରକାର ସମସ୍ତ କାର୍ଯ୍ୟ କରିବେ । ଆଜି କେନ୍ଦୁଝର ଘଟଗାଁ ମା' ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ ପାଇଁ ଶିଳାନ୍ୟାସ କରିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପୀଠର ଉନ୍ନତିକରଣରେ ଖର୍ଚ୍ଚ ହେବ ୩୧୩ କୋଟି ଟଙ୍କା ।

ଆଜି କେନ୍ଦୁଝର ଘଟ ଗାଁ ମା ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମୁଦାୟ ୩୧୨ କୋଟି ଟଙ୍କା ବ୍ୟୟ ବରାଦରେ ଆଜି ମା’ ତାରିଣୀଙ୍କ ପୀଠର ସମନ୍ବିତ ଉନ୍ନତିକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଉନ୍ନତିକରଣ କାର୍ଯ୍ୟ ସମାପ୍ତ ହେବ । ମା’ ତାରିଣୀଙ୍କ ପୀଠକୁ ଏକ ବିଶ୍ଵସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ଗଢି ତୋଳିବାକୁ ସରକାର ସମସ୍ତ କାର୍ଯ୍ୟ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହିତ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ମନ୍ଦିରର ଦେହୁରୀ ମାନଙ୍କ ସୁବିଧା ନିମନ୍ତେ ରହିବା ଗୃହ ମଧ୍ୟ ନିର୍ମାଣ ହେବ । ଜିଲ୍ଲାପାଳଙ୍କୁ ଡିପିଆର ମଧ୍ୟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ପ୍ରାୟ ୬୦ ଏକର ଜମିରେ ପରିବ୍ୟାପ୍ତ ହେବାକୁ ଥିବା ଏହି ଉନ୍ନତିକରଣ କାର୍ଯ୍ୟରେ ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ତୀର୍ଥଯାତ୍ରୀ କେନ୍ଦ୍ର, ବ୍ୟାଖ୍ୟାନ କେନ୍ଦ୍ର, ଖାଦ୍ୟ ପ୍ଲାଜା, ୱାଚ ଟାୱାର, ମାର୍କେଟ୍ କମ୍ପ୍ଲେକ୍ସ, ନଡ଼ିଆ ଗୋଦାମ ଏବଂ ୫୦୦ ଜଣଙ୍କ ପାଇଁ ବିଶାଳ ପ୍ରସାଦ ସେବନ ହଲ୍, ଶୌଚାଳୟ ବ୍ଲକ, ପୋଷାକ କୋଠରୀ, ଜୋତା ଷ୍ଟାଣ୍ଡ, ଟିକେଟ କାଉଣ୍ଟର, ହାତ-ପାଦ ଧୋଇବା ସ୍ଥାନ ଏବଂ ଡ୍ରାଇଭରମାନଙ୍କ ପାଇଁ ରେଷ୍ଟରୁମ ନିର୍ମାଣ ହେବ। ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ, ପାର୍କିଂ, ଚାରିଟି ପୁଷ୍କରିଣୀର ସୋନ୍ଦର୍ଯ୍ୟକରଣ ଆଦି ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

ଆଜି ଘଟଗାଁ ଠାରେ ପହଞ୍ଚିବା ପରେ ଆର୍ ସି ପ୍ରାଥମିକ ବିଦ୍ୟାଳୟ ଠାରୁ ମା ତାରିଣୀ ଙ୍କ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ ଜରିଆ ରେ ଘଟଗାଁ ବାସୀ ମୁଖ୍ୟମନ୍ତ୍ରୀ ଙ୍କୁ ପାଛୋଟି ନେଇଥିଲେ । ଘଟଗାଁ ଠାରେ ମା ତାରିଣୀ ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ମୁଖ୍ୟମନ୍ତ୍ରୀ ସେହିଠାରେ ହିଁ ଘଟଗାଁ ମା ତାରିଣୀ ପୀଠର ସମନ୍ୱିତ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ghatagaon Tarini | Odisha CM lays foundation for Ghatagaon Tarini Temple development project | Argus News