Odisha CM Wishes PM Modi / ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ,ମୋଦିଙ୍କ ନେତୃତ୍ବ ଦେଶରେ ନବଜାଗରଣର ନୂତନ ଅଧ୍ୟାୟ ରଚନା କରିଛି
·2 hours ago·2 min read

Key Points
ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ଦେଶରେ ନବଜାଗରଣର ନୂତନ ଅଧ୍ୟାୟ ରଚନା କରିଛି
ମୋଦୀଙ୍କ ଜନ୍ମଦିନରେ ମେଗା ରକ୍ତଦାନ ଶିବିର
ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର,୧୭/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଆଜି ସମଗ୍ର ଦେଶରେ ନବଜାଗରଣର ନୂତନ ଅଧ୍ୟାୟ ରଚନା କରିଛି। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର ଗଭୀର ସ୍ନେହ, ଏବଂ ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ ତାଙ୍କର ଅସୀମ ସହଯୋଗ ନିମନ୍ତେ ଆମେ ସଦା କୃତଜ୍ଞ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ।
ନିଷ୍ଠାପର ଜନସେବା, ଗରିବ କଲ୍ୟାଣ, ଓ ସମାଜର ଶେଷ ଧାଡ଼ିରେ ଥିବା ପ୍ରତ୍ୟେକଟି ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ପୁନଃ ସଂକଳ୍ପବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିସହ ମୋଦୀଙ୍କ ଜନସେବା ଓ ସମର୍ପଣର ୨୫ ବର୍ଷ ପୂର୍ତ୍ତିକୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପାଳନ କରାଯାଉଛି। ଏହି ଅବସରରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍ଘାଟନ କରିଛନ୍ତି।
ଆଜିଠାରୁ ଆରମ୍ଭ ହୋଇଥିବା ଏହି ‘ସେବା ସଂକଳ୍ପ ଅଭିଯାନ’ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସବ୍ୟାପୀ ଚାଲିବ। ଏହି ଅଭିଯାନ ଅଧୀନରେ ୧୩ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହା ମାଧ୍ୟମରେ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପ ନିଆଯିବ ବୋଲି ରାଜ୍ୟ ସରକାର ପକ୍ଷରୁ କୁହାଯାଇଛି।
ପଢନ୍ତୁ ଏହି ଖବର: ୭୬ ବର୍ଷରେ ମୋଦି; ସମଲେଶ୍ଵରୀ ମନ୍ଦିରରେ ଦୀପ ଜାଳିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଯାନର ପ୍ରଥମ ଦିନରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଛି। ସେହିପରି ସନ୍ଧ୍ୟାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଘରେ, ମନ୍ଦିର ଓ ମଠରେ ଦୀପ ପ୍ରଜ୍ୱଳନ କରାଯିବ। ଏଥିରେ ବିଭିନ୍ନ ଯୋଜନାର ଲାଭାର୍ଥୀମାନେ ମଧ୍ୟ ସାମିଲ ହେବେ।
ବିଦ୍ୟାଳୟରେ ‘ମୋ ସ୍ୱପ୍ନର ଭାରତ’
ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ‘ମୋ ସ୍ୱପ୍ନର ଭାରତ’ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହା ଅଧୀନରେ ବିଭିନ୍ନ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଭବିଷ୍ୟତର ଭାରତ ଓ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ନେଇ ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା କରାଯିବ।
ଗାଁ ଗାଁରେ ‘ନମୋ ସେବା ଗାଥା’
‘ନମୋ ସେବା ଗାଥା’ ଅଧୀନରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ଓ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ରାଜ୍ୟର ବିଭିନ୍ନ ଗାଁରେ ଏହି ନାଟକ ପ୍ରଦର୍ଶିତ ହେବ।
ଅଙ୍ଗନବାଡ଼ି କେନ୍ଦ୍ରରେ ‘ଅଙ୍ଗନବାଡ଼ି ଉତ୍ସବ’

‘ଅଙ୍ଗନବାଡ଼ି ଉତ୍ସବ’ ମାଧ୍ୟମରେ ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀମାନଙ୍କୁ ସମ୍ମାନିତ କରାଯିବ। ଏଥିସହ ଶିଶୁ ଓ ସେମାନଙ୍କ ମା’ମାନଙ୍କୁ ପୋଷଣ, ସ୍ୱାସ୍ଥ୍ୟ ଓ ମହିଳା ସମ୍ବନ୍ଧୀୟ ବିଭିନ୍ନ ଯୋଜନା ବିଷୟରେ ସଚେତନ କରାଯିବ।
ହିତାଧିକାରୀଙ୍କ ମୁହଁରେ ‘ପରିବର୍ତ୍ତନର କାହାଣୀ’
‘ପରିବର୍ତ୍ତନର କାହାଣୀ’ କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାରୁ ଲାଭ ପାଇଥିବା ଲୋକଙ୍କ ଅନୁଭୂତି ଓ ପରିବର୍ତ୍ତନର କାହାଣୀକୁ ମଞ୍ଚସ୍ଥ କରାଯିବ। ଏଥିସହ ଭିଡିଓ ବାର୍ତ୍ତା ମାଧ୍ୟମରେ ହିତାଧିକାରୀଙ୍କ ଅଭିଜ୍ଞତାକୁ ଦେଶ ଓ ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇବାର ଯୋଜନା ରହିଛି।
ଅକ୍ଟୋବର ୭ରେ ‘ସେବା ଜ୍ୟୋତି କଳସ ଯାତ୍ରା’
ଅକ୍ଟୋବର ୭ ତାରିଖରେ ‘ସେବା ଜ୍ୟୋତି କଳସ ଯାତ୍ରା–ବିକଶିତ ଭାରତର ସଂକଳ୍ପ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଭିନ୍ନ ଗାଁ ଓ ଅଞ୍ଚଳକୁ ଯୋଡ଼ି ୨୫ ବର୍ଷର ଜନସେବା ପାଇଁ କୃତଜ୍ଞତା ଜ୍ଞାପନ ସହ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପ ନିଆଯିବ।

Related Topics
Explore more stories