Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗୁଜରାଟରୁ ଆସିବ ୪୮,୩୩୦ କୋଟି ନିବେଶ, ୬୭ ହଜାର ୮୩୮ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ

Odisha

Odisha Investors Meet / ଗୁଜରାଟରୁ ଆସିବ ୪୮,୩୩୦ କୋଟି ନିବେଶ, ୬୭ ହଜାର ୮୩୮ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ

Bikash Mohanty
Browse all articles by Bikash Mohanty
·1 day ago·3 min read
ଗୁଜରାଟରୁ ଆସିବ ୪୮,୩୩୦ କୋଟି ନିବେଶ, ୬୭ ହଜାର ୮୩୮ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ
Mohan Charan Majhi

Key Points

ଗୁଜରାଟରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
୪୮,୩୩୦ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରତିଶ୍ରୁତି
୬୭,୮୩୮ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
08/05,ଭୁବନେଶ୍ବର: ଇନଭେଷ୍ଟର୍ସ ମିଟରେ ଯୋଗଦେଇ ତିନିଦିନିଆ ଗୁଜରାଟ ଗସ୍ତରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଉ ସାଥିରେ ନେଇ ଆସିଛନ୍ତି ୪୮ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ଗଠନ ପାଇଁ ପୂର୍ବ ଭାରତର ଉନ୍ନତି ଅତ୍ୟାବଶ୍ୟକ। ଆଉ ଏହି ନିବେଶ ଜରିଆରେ ଓଡ଼ିଶା ଏହାର ନେତୃତ୍ବ ନେବାକୁ ପ୍ରସ୍ତୁତ।

ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ଆଗାମୀ ଦଶ ବର୍ଷ ଓଡ଼ିଶା ପାଇଁ ହେବ ‘ସୁବର୍ଣ୍ଣ ଦଶକ’ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନିଦିନିଆ ଗୁଜରାଟ ଗସ୍ତ ସାରି ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଫେରିବା ଅବସରରେ ଗଣମାଧ୍ୟମକୁ ଏହା କହିଛନ୍ତି।

ଗୁଜରାଟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପପତିଙ୍କ ଠାରୁ ୪୮ହଜାର ୩୩୦ କୋଟିର ପୁଞ୍ଜି ନିବେଶ ପ୍ରତିଶ୍ରୁତି ପାଇଛନ୍ତି। ଏସବୁ ପ୍ରକଳ୍ପରେ ୬୭ ହଜାର ୮୩୮ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ମାଧ୍ୟମରେ ଓଡ଼ିଶା ପୂର୍ବ ଏସିଆ ଓ ଇଣ୍ଡୋ-ପ୍ୟାସିଫିକ ବଜାର ସହ ସଂଯୋଗ ସୃଷ୍ଟି କରୁଛି। ଗୁଜରାଟ ରୋଡ୍ ଶୋ’ରେ ଧାତୁ ଶିଳ୍ପ, ରସାୟନ, ଫାର୍ମା, ଗ୍ରୀନ ଏନର୍ଜି, ଖାଦ୍ୟ ପ୍ରକ୍ରିୟାକରଣ, ଟେକ୍ସଟାଇଲ୍, ଆଇଟି, ସେମିକଣ୍ଡକ୍ଟର, ପର୍ଯ୍ୟଟନ, ଏରୋସ୍ପେସ ଓ ଡିଫେନ୍ସ ସହ ବିଭିନ୍ନ କ୍ଷେତ୍ରରେ ନିବେଶ ପ୍ରସ୍ତାବ ମିଳିଛି।।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଗସ୍ତ ଅବସରରେ ସେ ଅହମଦାବାଦ, ମୁନ୍ଦ୍ରା, ଏକତା ନଗର (କେବାଡିଆ-ଷ୍ଟାଚ୍ୟୁ ଅଫ୍ ୟୁନିଟି) ଓ ଭଦୋଦରା ଗସ୍ତ କରି ବିଭିନ୍ନ ଶିଳ୍ପପତି ଓ ଶିଳ୍ପପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଗସ୍ତରେ ଓଡ଼ିଶା ପାଇଁ ସମୁଦାୟ ୪୮,୩୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରତିଶୃତି ଓ ପ୍ରସ୍ତାବ ମିଳିଛି ଏବଂ ଏହାଦ୍ୱାରା ୬୭,୮୩୮ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ ।

ପଢନ୍ତୁ ଏହି ଖବର: ଅହମ୍ମଦାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀ, ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ପ୍ରଦର୍ଶିତ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୁଜରାଟର ଶିଳ୍ପ ବିକାଶକୁ ଦେଖି ସେ ଅନୁଭବ କରିଛନ୍ତି ଯେ, କିପରି ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ନିର୍ଣ୍ଣାୟକ ପଦକ୍ଷେପ ଯୋଗୁ ଗୁଜରାଟ ଏକ ବିଶ୍ୱସ୍ତରୀୟ ଶିଳ୍ପ କେନ୍ଦ୍ରରେ ପରିଣତ ହୋଇପାରିଛି ।

ସେ କହିଥିଲେ ଯେ, ଭାରତର ପଶ୍ଚିମ ଉପକୂଳ ବିକଶିତ ହୋଇସାରିଛି ଏବଂ ଆହୁରି ଅଗ୍ରଗତି କରୁଛି । ଏବେ ବିକଶିତ ଭାରତ ପାଇଁ ଏବଂ ସନ୍ତୁଳିତ ବିକାଶ ପାଇଁ ପୂର୍ବ ଉପକୂଳର ଅଭିବୃଦ୍ଧି ଅତ୍ୟନ୍ତ ଆବଶ୍ୟକ । ଗୁଜରାଟର ଶିଳ୍ପପତି ମାନଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କର ଏହା ଥିଲା ଟୁ-କୋଷ୍ଟ ଷ୍ଟ୍ରାଟେଜି ବା ଦୁଇ-ଉପକୂଳ ରଣନୀତି ।

ସେ କହିଥିଲେ ଯେ, ପାରାଦୀପ, ଧାମରା ଓ ଗୋପାଳପୁର ପରି ବନ୍ଦର ଯୋଗୁ ଓଡ଼ିଶା ପୂର୍ବ-ଏସିଆ, ଦକ୍ଷିଣ ପୂର୍ବ-ଏସିଆ ଏବଂ ସମଗ୍ର ଇଣ୍ଡୋ-ପାସିଫିକ୍ ଅଞ୍ଚଳର ଦେଶମାନଙ୍କ ପାଇଁ ଏକ ପ୍ରବେଶ ଦ୍ୱାର ବା ଗେଟ୍-ୱେ ଭାବରେ ସୁଯୋଗ ସୃଷ୍ଟି କରୁଛି । ତେଣୁ ଓଡ଼ିଶାର ବନ୍ଦରଭିତ୍ତିକ ବିକାଶର ଉଦ୍ୟମ ଅତ୍ୟନ୍ତ ବାସ୍ତବବାଦୀ ବୋଲି ସେ କହିଥିଲେ । ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ରଣନୈତିକ ପ୍ରସ୍ତାବ ଉପରେ ଶିଳ୍ପପତିମାନେ ସମ୍ପୂର୍ଣ୍ଣ ଭାବେ ସହମତ ହୋଇଥିଲେ ଏବଂ ଓଡ଼ିଶାରେ ବନ୍ଦରଭିତ୍ତିକ ବିକାଶ ପାଇଁ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ତିନିଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ୭୦୦ ରୁ ଅଧିକ ଶିଳ୍ପ ପ୍ରତିନିଧି ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନିଜେ ୧୩୨ ଜଣ ବିଶିଷ୍ଟ ଶିଳ୍ପପତି ଏବଂ ଶିଳ୍ପ ପ୍ରତିନିଧି ମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା (ୱାନ୍‌-ଟୁ-ୱାନ୍) କରିଥିଲେ ।

              ପ୍ରମୁଖ ପୁଞ୍ଜି ନିବେଶ

ଗୁଜରାଟ ରୋଡ୍-ଶୋ' ଓଡ଼ିଶା ପାଇଁ ଉଲ୍ଲେଖନୀୟ ସଫଳତା ଆଣିଦେଇଛି:
• ମୋଟ ୭୧ଟି ନିବେଶ ପ୍ରସ୍ତାବ (୮ଟି MoUs ଏବଂ ୬୩ଟି ନିବେଶ ଆଗ୍ରହ ପତ୍ର) ମିଳିଛି।
• ମୋଟ ନିବେଶ ସମ୍ଭାବନା: ୪୮,୩୩୦ …
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Investors Meet | Odisha CM Mohan Charan Majhi Secures ₹48,330 Crore Investment Proposals in Gujarat | Argus News