Odisha Social Media Strategy / ସୋସିଆଲ ମିଡିଆରେ ଆଗେଇବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟ ସୂଚନା ସେବା ଅଧିକାରୀଙ୍କୁ ଦେଲେ ଟାସ୍କ
·1 hour ago·2 min read

Key Points
ଓଡ଼ିଶା ସୂଚନା ସେବା କ୍ଷେତ୍ରରେ ବହୁ ପଛରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି
ଓଡ଼ିଶା ସୂଚନା ସେବା କ୍ଷେତ୍ରରେ ବହୁ ପଛରେ ରହିଛି। ଏହାକୁ ଆଗକୁ ନେବା ପାଇଁ ସୋସିଆଲ ମିଡିଆରେ ଅଧିକ ଫୋକସ କରିବାକୁ ଅଧିକାରୀଙ୍କୁ ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୋ ସୋସିଆଲ ମିଡିଆ କେତେ ଅଗ୍ରସର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାହା ଦେଖିଛନ୍ତି । ମୋତେ ମଧ୍ୟ ଗୋଟେ ରିପୋର୍ଟ ପ୍ରଦାନ କରିଥିଲେ । ମୁଁ ସେ ଦିଗରେ ବହୁତ ପଛରେ ରହିଛି ତାହା ଦେଖି ମୁଁ ତାଜୁବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ସେଥିରେ କିପରି ଉନ୍ନତି ଆସିବ ମୁଁ ସେ ରିପୋର୍ଟକୁ ମୁଖ୍ୟ ଶାସନ ସଚିବ ଏବଂ ସୂଚନା ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ତାହାକୁ ପ୍ରଦାନ କରି ଯାହା ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛି ।
ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗର ଓଡିଶା ସୂଚନା ସେବା ଅଧିକାରୀ ମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୂଚନା ଅଧିକାରୀଙ୍କ କାମ କେବଳ ପ୍ରେସ ବିଜ୍ଞପ୍ତି ଦେବା ନୁହେଁ। ସରକାର ଓ ଲୋକଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବା ସେମାନଙ୍କର ପ୍ରମୁଖ ଦାୟିତ୍ୱ।
ସରକାରଙ୍କ ଯୋଜନା କିଭଳି ସମସ୍ତଙ୍କ ପାଖରେ ପହଞ୍ଚିବ ଓ ସାଧାରଣ ଲୋକ କିଭଳି ଲାଭାନ୍ୱିତ ହେବେ, ସେଥିରେ I&PR ବିଭାଗର ବଡ଼ ଭୂମିକା ରହିଛି ବୋଲି ସେ କହିଛନ୍ତି। ଖୁବ କମ ସମୟରେ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ଉପରେ ଗୁରୁତ୍ୱ ଦେଇଛନ୍ତି।
1. କଣ୍ଟେଣ୍ଟ ଉପରେ ଫୋକସ: ନକାରାତ୍ମକ ନୁହେଁ, ସକାରାତ୍ମକ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେବାକୁ ହେବ।
2. AI ର ବ୍ୟବହାର: AI, ChatGPT ର ସହଯୋଗ ନେବା ଜରୁରୀ, କିନ୍ତୁ ଏହାର ସଦୂପଯୋଗ ହେବା ଦରକାର। ଡିପଫେକ୍ ର କୁପ୍ରଭାବ ରୋକିବା ଉପରେ ଧ୍ୟାନ ଦେବାକୁ କହିଛନ୍ତି।
3. ଲୋକଙ୍କ କଥା ଶୁଣିବା: ସୋସିଆଲ ମିଡିଆ ଜରିଆରେ ଲୋକେ କଣ କହୁଛନ୍ତି, ସେମାନଙ୍କ ମତାମତକୁ ଗୁରୁତ୍ୱ ଦେବାକୁ ହେବ।
4. Emerging Trend: ଯୁବପିଢ଼ି, ବିଶେଷ କରି Gen-Z ଏବେ ସୋସିଆଲ ମିଡିଆରେ ବହୁ ଆଗରେ। ସେମାନଙ୍କୁ ଟାର୍ଗେଟ କରି 'ଇମର୍ଜିଂ ଟ୍ରେଣ୍ଡ ଇନ୍ ସୋସିଆଲ ମିଡିଆ' ଉପରେ କାମ କରିବାକୁ ପରାମର୍ଶ।
5. 3S ଫର୍ମୁଲା: ଖବର ସଠିକ୍, ଶୀଘ୍ର ଏବଂ ସରଳ ହେବା ଦରକାର। ମୋବାଇଲ ଯୋଗାଯୋଗ କ୍ଷେତ୍ରରେ ବଡ଼ ଭୂମିକା ନିଭାଉଛି।

- ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories