Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶାରେ ଆଉ ମିଳିବନି ଚୋରା ମଦ !

Odisha

ଓଡ଼ିଶାରେ ଆଉ ମିଳିବନି ଚୋରା ମଦ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଓଡ଼ିଶାରେ ଆଉ ମିଳିବନି ଚୋରା ମଦ !

Key Points

 

  • ଓଡ଼ିଶାରେ ଆଉ ମିଳିବନି ଚୋରା ମଦ
  • ନୂଆ ସରକାର, ନୂଆ ମଦ ନୀତି
  • କୋଚିଆକୁ ନେଇ ମୋହନ ନେଲେ ବଡ଼ ନିଷ୍ପତ୍ତି

ଅର୍ଗସ ବ୍ୟୁରୋ: ସାବଧାନ ଚୋରା ମଦବେପାରୀ । କାରଣ ନୂଆ ସରକାର ଆସିବା ପରେ ଚୋରା ମଦ ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ଖାସ୍‌ କରି କୋଚିଆ ମଦ ବିକ୍ରି ସଂପୂର୍ଣ୍ଣ ବନ୍ଦ କରିବାକୁ କଠୋର ହେବେ ରାଜ୍ୟ ସରକାର । କାରଣ ଚୋରା ମଦ ବିକ୍ରି ହେବା ଫଳରେ ଶହଶହ ଲୋକଙ୍କ ଜୀବନ ବିପଦରେ ପଡୁଥିଲା, ରାଜ୍ୟ ସରକାର ରାଜସ୍ଵ ହରାଉଥିଲେ । ହେଲେ ଏବେ ତାହା ଆଉ ଚଳିବନି । କାରଣ ପୂର୍ବ ସରକାରରେ ଏହି ମଦକୁ ବିକ୍ରି ପାଇଁ ବେସରକାରୀ ଭାବରେ ଦିଆଯାଉଥିଲା ପ୍ରୋତ୍ସାହନ । କିନ୍ତୁ ଏବେର ସରକାର ଏଥିରେ ଲଗାଇଲେଣି ରୋକ । 

ଚୋରା ମଦ ବିକ୍ରି ଉପରେ ଲାଗିବ ମୋହନ ସରକାରଙ୍କ ଅଙ୍କୁଶ । କୋଚିଆ ମଦ ବେପାରୀଙ୍କୁ ସାବାଡ କରିବେ ସରକାର । ରାଜ୍ୟରେ ସରକାର ବଦଳିବା ପରେ ଅନେକ ନୂଆ ନୀତି ଆଣୁଛନ୍ତି ରାଜ୍ୟ ସରକାର । ସେହି ଭିତିରେ ଖୁବଶୀଘ୍ର ଆସିବ ନୂଆ ଅବକାରୀ ନୀତି । ଆସନ୍ତା ବର୍ଷରେ ଯେଉଁ ଅବକାରୀ ନୀତି ହେବ, ସେଥିରେ ଚୋରା ମଦକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ବ୍ୟବସ୍ଥା କରାଯିବ । କୋଚିଆ ମଦ ବିକ୍ରି ବନ୍ଦ କରିବା ପାଇଁ ଯାହା ବ୍ୟବସ୍ଥା କରିବା କଥା କରାଯିବ । ଆସନ୍ତା ବର୍ଷରୁ କଡାକଡି ଭାବରେ ଏବଂ କଠୋର ଭାବରେ କୁଚିଆ ମଦ ବିକ୍ରି ଓଡ଼ିଶାରେ ବନ୍ଦ ହେବ, ସେ ବାବଦରେ ସରକାର କଠୋର ପଦକ୍ଷେପ ନେବା ପାଇଁ ଯାଉଛନ୍ତି । ଏମିତିକି ନୂଆ ନୀତିରେ ହିଁ ଅବକାରୀ ବିଭାଗ କାର୍ଯ୍ୟକାରୀ କରିବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ରାଜ୍ୟରେ ଧୀରେ ଧୀରେ ବଢୁଛି ମଦୁଆଙ୍କ ସଂଖ୍ୟା । କାରଣ ୨ ହଜାର ମସିହାରେ ରାଜ୍ୟରେ ମାତ୍ର ୧୨ ପ୍ରତିଶତ ଲୋକ ମଦ ପିଉଥିବା ବେଳେ ଏବେ ସେହି ସଂଖ୍ୟା ୩୦ ପ୍ରତିଶତରେ ପହଞ୍ଚିଲାଣି । ମାତ୍ର ୨୪ ବର୍ଷରେ ମଦୁଆଙ୍କ ସଂଖ୍ୟା ପାଖାପାଖି ୧୮ ପ୍ରତିଶତ ବଢିଛି ।  ଯାହା ଏବେ ଚିନ୍ତାର ବିଷୟ ନିଶ୍ଚୟ । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବିଜେଡି ସରକାରରେ ଯେଉଁମାତ୍ରାରେ ମଦ ଦୋକାନ ସଂଖ୍ୟା ବଢିଥିଲା ତାହା ଆଖି ତରାଟିଲା ଭଳି । ଖାସ କରି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ରାଜ୍ୟର ସର୍ବାଧିକ ମଦ ଦୋକାନ ଖୋଲିଥିଲା । ବିରୋଧୀଙ୍କ ଅଭିଯୋଗ ଅନୁସାରେ, ମଦ ଭାଟିରୁ ଯେଉଁ ଟଙ୍କା ମିଳୁଥିଲା ସେଥିରେ ବିଜେଡିର ନିର୍ବାଚନ ପାଣ୍ଠି ଯୋଗାଡ ହେଉଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏମିତିକି ନିର୍ଦ୍ଧିଷ୍ଟ ମଦ ମାଫିଆଙ୍କୁ ମିଳୁଥିଲା ମଦ ଲାଇସେନ୍ସ । ଗତ ନଭେମ୍ବର ମାସରେ ମଦ ବେପାରୀ ଧୀର ସାହୁଙ୍କ ଠାରୁ ଶହ ଶହ କୋଟି ଟଙ୍କା ଜବତ କରିଥିଲା ଆୟକର ବିଭାଗ। ସେହିଭଳି ଟିଟଲାଗଡ଼ର ସାହୁ ବ୍ରଦର୍ସର ବି ଆସିଥିଲେ ବିବାଦକୁ । ଏବେ ଗ୍ରାମଞ୍ଚଳରେ ମଦ ବିକ୍ରି ବନ୍ଦ କରିବାକୁ ସରକାର ତତ୍ପର ହେବା ଉଚିତ୍ । ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା ଲାଗିବା ସହ ପର୍ଯ୍ୟାୟ କ୍ରମେ ମଦ ଦୋକାନ ସଂଖ୍ୟା ହ୍ରାସ ପାଇବା ଦରକାର ବୋଲି କହିଛନ୍ତି ପୂର୍ବତନ ଅବକାରୀ କମିଶନର ସୁଦର୍ଶନ ନାଏକ ।  ତେବେ ମଦ ବନ୍ଦକୁ ନେଇ ରାଜ୍ୟରେ ଅନେକ ଥର ଦାବି ହୋଇଛି । କେମିତି ମଦ ଦୋକାନ ସଂଖ୍ୟା କମିବ ସେନେଇ ବି ସରକାରଙ୍କ ଦୃଷ୍ଟି ଆକର୍ଷଣ ହେଉଛି । ହେଲେ ଏବେ ଯେଉଁପରି ଭାବରେ ନୂଆ ଅବକାରୀ ନୀତି ଆରମ୍ଭ ହେଲା ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ।
 

Education Next Season 5
Sponsored
CM Mohan Charan Majhi | Argus News