Videos
|
Odisha

Odisha News / ଆସନ୍ତା ୧୫ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ; ଜନଜାତି ଗୌରବ ଦିବସରେ ଯୋଗଦେବେ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଆସନ୍ତା ୧୫ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ; ଜନଜାତି ଗୌରବ ଦିବସରେ ଯୋଗଦେବେ
CM Majhi to Visit Malkangiri

Key Points

ମାଲକାନଗିରି ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ । ଜନଜାତି ଗୌରବ ଦିବସରେ ଯୋଗଦେବେ । ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ନଭେମ୍ବର ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ ହେବ ଜନଜାତି ଗୌରବ ସପ୍ତାହ ।
ମାଲକାନଗିରି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ଗସ୍ତରେ ଆସିବେ । ଜନଜାତି ଗୌରବ ଦିବସରେ ଯୋଗଦେବେ । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ପ୍ରଥମେସ ଅରବିନ୍ଦ ରାଜସିର୍କେ ।

ଆଦିବାସୀ ଅସ୍ମିତା, ସ୍ୱାଭିମାନ ଓ ସଂଘର୍ଷର ଗାଥାକୁ ମନେ ପକାଇବା ପାଇଁ ପାଳନ ହେବ ଜନଜାତି ଗୌରବ ଦିବସ । ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ନଭେମ୍ବର ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ ହେବ ଜନଜାତି ଗୌରବ ସପ୍ତାହ ।

ଏହି ଅବସରରେ ମାଲକାନଗିରିରେ ଆୟୋଜିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ଶୁଣିବା ସହ ଲୋକଙ୍କୁ ଭେଟି ଆଲୋଚନା କରିବେ ।

ମାଲକାନଗିରି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ ଶିଳାନ୍ୟାସ କରିବେ । ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ସ୍ଵାୟତ୍ତ ଶାସନ ସଂସ୍ଥା ଗୁଡ଼ିକରେ SEBCଙ୍କ ପ୍ରତିନିଧିତ୍ୱ ଯାଞ୍ଚ ପାଇଁ ସ୍ୱତନ୍ତ୍ର କମିଶନ ଗଠିତ 

ଆଦିବାସୀ ସମାଜର ଗୌରବମୟ ଇତିହାସ ଓ ବୀରତ୍ୱର ପ୍ରତୀକ ବିର୍ସା ମୁଣ୍ଡା । ଇଂରେଜ ଶାସନ ବିରୋଧରେ ତାଙ୍କର ସଂଘର୍ଷ ଓ ବଳିଦାନ ଆଜି ବି ଆଦିବାସୀ ସମାଜକୁ ପ୍ରେରଣା ଯୋଗାଉଛି । ତାଙ୍କର ୧୫୦ତମ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଛି ।

ସପ୍ତାହେ ବ୍ୟାପି ଉତ୍ସବ

ନଭେମ୍ବର ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ଜନଜାତି ଗୌରବ ସପ୍ତାହ । ନଭେମ୍ବର ୧୭ ତାରିଖରେ ମାଲକାନଗିରିର ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳନ କରାଯିବ । ଜନଜାତି ସମାଜର ମହାନ ବରପୁତ୍ରଙ୍କ ତ୍ୟାଗ, ବଳିଦାନ ଓ ଅବଦାନକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା ସହ ଆଦିବାସୀ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ।

ଜନଜାତି ସମାଜର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ସାମଗ୍ରିକ ବିକାଶକୁ ନେଇ ମଧ୍ୟ ଏହି ଅବସରରେ ବାର୍ତ୍ତା ଦିଆଯିବାର ଲକ୍ଷ୍ୟ ରହିଛି। ମାଲକାନଗିରି ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରେ ଜନଜାତି ଗୌରବ ଦିବସର ଗୁରୁତ୍ୱ ଅଧିକ ରହିଛି ।

ବିର୍ସା ମୁଣ୍ଡାଙ୍କ ସଂଘର୍ଷ ଓ ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନକୁ ସ୍ମରଣ କରିବା ସହ ଜନଜାତି ସମାଜର ଗୌରବମୟ ଇତିହାସକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ବିଧାୟକ ନରସିଂହ ମାଡ଼କାମୀ ।