|
logo
Live

Argus News - ଫିଲ୍ମ ଷ୍ଟାଇଲ୍‌ରେ ମୁଖ୍ୟମନ୍ତ୍ରୀ, ଫୈସଲା ଅନ୍‌ ଦ ସ୍ପଟ୍

Odisha

ଫିଲ୍ମ ଷ୍ଟାଇଲ୍‌ରେ ମୁଖ୍ୟମନ୍ତ୍ରୀ, ଫୈସଲା ଅନ୍‌ ଦ ସ୍ପଟ୍

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଫିଲ୍ମ ଷ୍ଟାଇଲ୍‌ରେ ମୁଖ୍ୟମନ୍ତ୍ରୀ, ଫୈସଲା ଅନ୍‌ ଦ ସ୍ପଟ୍

ମୁଖ୍ୟମନ୍ତ୍ରୀଙ୍କ ଫୈସଲା ଅନ୍‌ ଦ ସ୍ପଟ୍ । ପୂରା ଫିଲ୍ମ ଷ୍ଟାଇଲ୍‌ରେ CM ମୋହନ ମାଝି । ବଲିଉଡ୍‌ ଫିଲ୍ମ 'ନାୟକ'ରେ ଅନୀଲ କପୁର ଯେମିତି ଅନ୍‌ ଦ ସ୍ପଷ୍ଟ ଫୈସଲା କରୁଥିଲେ ଠିକ୍‌ ସେମିତି CM ମୋହନ ମାଝି ମଧ୍ୟ ନେଇଛନ୍ତି ତ୍ୱରିତ ପଦକ୍ଷେପ । ଫରକ କେବଳ ଏତିକି ସେ ସସ୍‌ପେଣ୍ଡ କରୁଥିଲେ, ଇଏ ସାଙ୍କସନ୍‌ କରୁଛନ୍ତି । ଯାହାକୁ ନେଇ ଏବେ ସୋସିଆଲ ମିଡିଆ ଉଠୁଛି ପଡ଼ୁଛି । ସମସ୍ତେ ମୋହନଙ୍କ ଏଭଳି ରୂପ ଦେଖି ଅଶ୍ଚର୍ଯ୍ୟ ।

ରବିବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଚାଲିଥିଲା । ଗହଳି ମଧ୍ୟ କିଛି କମ୍ ନଥିଲା । ଅନେକ ନିଜ ନିଜର ଦୁଃଖ ଶୁଣାଇବାକୁ ଆସିଥିଲା । ପ୍ରୋଟୋକଲ ଅନୁସାରେ CMଙ୍କ ସମେତ ଅନ୍ୟ ନେତାମାନେ ବି ଶୁଣୁଥିଲେ । ହେଲେ ଅଚାନକ ମୋହନଙ୍କୁ ନୂଆ ଷ୍ଟାଇଲରେ ଦେଖିବାକୁ ମିଳିଥିଲା ।

ଜଣେ ବ୍ୟକ୍ତି ନିଜ ଝିଅର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ମାଗିବା ପାଇଁ ଆସିଥିଲେ । ଝିଅକୁ ଭଲ କରିବା ପାଇଁ ସେ ହସ୍ପିଟାଲ ବୁଲି ବୁଲି ଥକି ପଡ଼ିବା ପରେ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ନେହୁରା ହେବାକୁ ଆସିଥିଲେ । ଆଉ ଏକଥା ମୁଖ୍ୟମନ୍ତ୍ରୀଙ୍କ କାନରେ ପଡ଼ୁ ପଡ଼ୁ ଦେଖିବାକୁ ମିଳିଥିଲା CMଙ୍କ ନୂଆ ଅନ୍ଦାଜ । ସେ ତୁରନ୍ତ କୁନି ଝିଅର ଚିକିତ୍ସା ପ୍ରତି ଦେଇଥିଲେ ଗୁରୁତ୍ୱ । ସଙ୍ଗେ ସଙ୍ଗେ ଅମ୍ବୁଲାନ୍ସ ଡକାଇ ମେଡିକାଲ ପଠାଇଥିଲେ । ଆଉ ସେ କେମିତି ସମ୍ପୂର୍ଣ୍ଣ ସୁସ୍ଥ ହେବ ସେନେଇ ମଧ୍ୟ ଅଫିସରଙ୍କୁ ନିର୍ଦେଶ ଦେଇଛନ୍ତି ।

ଖାଲି ସେତିକି ନୁହେଁ ଦେଖୁ ଦେଖୁ କୁନି ଝିଅର ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କୁନି ଜଣକ ହେଲା ବୌଦ୍ଧରୁ ଆସିଥିବା ୭ ବର୍ଷର ପ୍ରତ୍ୟୁଷା ଗିରି । ଯିଏକି ବିରଳ ରୋଗ ଜେରୋଡର୍ମରେ ଶିକାର ହୋଇଛନ୍ତି । ଚିକିତ୍ସା ପାଇଁ ଅନେକ ଜାଗା ବୁଲିଲେଣି । BSKY ଅଛି ହେଲେ ସେଥିରେ ଏହି ରୋଗ ପଞ୍ଜିକରଣ ନ ଥିବାରୁ ଚିକିତ୍ସା ହୋଇପାରୁନଥିଲା ।

ଠିକ୍ ସେମିତି ବାଲାଙ୍ଗିର ସଇଁତଳାର ୧୨ ବର୍ଷର ଆଲୋକ ବଧିର। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ। ସେ ଠିକ୍‌ରେ ଚାଲି ପାରୁନାହାନ୍ତି। ପୁଅର ଚିକିତ୍ସା ପାଇଁ ବାପା ମାଆ ବହୁତ ମେଡିକାଲ ବୁଲିଲେଣି, ହେଲେ ରୋଗ ଭଲ ହେଉ ନାହିଁ। ବାପାମା’ଙ୍କ ପାଖରେ ପୁଅକୁ ଭଲ କରିବା ପାଇଁ ଆଉ ସମ୍ବଳ ବି ନାହିଁ। ତେଣୁ ପୁଅକୁ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ ବାପା। ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିବା କ୍ଷଣି ମୁଖ୍ୟମନ୍ତ୍ରୀ ଆଖି ପଡ଼ିଥିଲା ଆଲୋକଙ୍କ ଉପରେ। ସିଧାସଳଖ ଆଲୋକଙ୍କ ପାଖକୁ ଯାଇ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା କଥା ପଚାରି ବୁଝିଥିଲେ। ତାପରେ ଅଲୋକଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସପିଟାଲ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କର ସ୍ବାସ୍ଥ୍ୟ କେମିତି ସମ୍ପୂର୍ଣ୍ଣ ସୁସ୍ଥ ହେବ ସେନେଇ ମଧ୍ୟ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଫିଲ୍ମ ଷ୍ଟାଇଲ୍‌ରେ ମୁଖ୍ୟମନ୍ତ୍ରୀ, ଫୈସଲା ଅନ୍‌ ଦ ସ୍ପଟ୍ | Argus News