ଅଫିସର ଓ ବିଜେଡି ନେତା ହେଲେ ମାଲାମାଲ୍, ଚାଷୀ ହନ୍ତସନ୍ତ

Key Points
- ବଲାଙ୍ଗୀରରେ 621 କୋଟି ଟଙ୍କାର 27ଟି ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଜଳସେଚନ ପ୍ରସଙ୍ଗରେ ବିଜେଡି ସରକାରକୁ ମୋହନ ମାଝୀଙ୍କ ଟାର୍ଗେଟ୍
- କହିଲେ, 24 ବର୍ଷ ଭିତରେ କାହିଁକି ରାଜ୍ୟର 35% ଜମି ବି ହୋଇପାରିଲାନି ଜଳସେଚିତ ?
- ଲୋୟର ସୁକତେଲ ପ୍ରକଳ୍ପ ଟଙ୍କାରେ କିଣାହେଲା ସୁନା, ଜମି, ଘର ଓ ଫ୍ଲାଟ୍
- ଘୋଡ଼ା ଆଗରେ ଘାସ ରଖିଲେ ରହିବ ତ ସୁରକ୍ଷିତ ?
- ଅଫିସର ଓ ବିଜେଡି ନେତା ହେଲେ ମାଲାମାଲ୍, ଚାଷୀ ହନ୍ତସନ୍ତ
ଅର୍ଗସ ବ୍ୟୁରୋ: ଗିରି ଗୋବର୍ଦ୍ଧନ ପୂଜା ଅବସରରେ ବଲାଙ୍ଗୀର ଜିଲ୍ଲାକୁ ବଡ଼ ଉପହାର ଦେଇଛନ୍ତି ବିଜେପି ସରକାର। ମୁଖ୍ୟମନ୍ତ୍ରୀ ହେବା ପରେ ବଲାଙ୍ଗିରକୁ ପ୍ରଥମ ଗସ୍ତରେ 621 କୋଟି ଟଙ୍କା ମୂଲ୍ୟର 27ଟି ପ୍ରକଳ୍ପର ଭିତ୍ତିସ୍ଥାପନ, ଲୋକାର୍ପଣ ଓ ଉଦଘାଟନ କରିଛନ୍ତି ମୋହନ ମାଝୀ। ପାଟଣାଗଡ଼ ଓ ବେଲପଡ଼ା ବ୍ଲକରେ 172 କୋଟିର 3ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ବେଲପଡ଼ା ବ୍ଲକ୍ ଘଗୁର୍ଲି ପଞ୍ଚାୟତରେ ଅପରଲାନ୍ଥ ମଧ୍ୟମ ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଛି । ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଭର ପ୍ରତିଶ୍ରୁତି, ଆଜିଠାରୁ କାମ ଆରମ୍ଭ ହୋଇ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସମ୍ପୂର୍ଣ୍ଣ ହେବ । ଏହା ସୁନିଶ୍ଚିତ କରିବାକୁ ନିଜେ ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ପ୍ରକଳ୍ପ କାମର କରିବେ ନିରନ୍ତର ସମୀକ୍ଷା।
2013ରେ ବିଜେଡି ସରକାର ଦେଇଥିଲେ ବଡ଼ ପ୍ରତିଶ୍ରୁତି। 5 ବର୍ଷରେ ରାଜ୍ୟର ଅତି କମରେ 35 ପ୍ରତିଶତ ଜମି ହେବ ଜଳସେଚିତ। କିନ୍ତୁ 11 ବର୍ଷ ଭିତରେ ଏହି ଲକ୍ଷ୍ୟ ପୂରଣ କରିପାରିଲେ ନାହିଁ ନବୀନ ସରାକର। ଏହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଜେଡି ସରକାରର ଅପାରଗତାରୁ ବଲାଙ୍ଗିର ଭଳି ଜିଲ୍ଲାର 20 ପ୍ରତିଶତ ଜମି ବି ଜଳସେଚିତ ନୁହେଁ ।
ବଲାଙ୍ଗିରର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ନେଇ ବିଜେଡି ସରକାରକୁ କଡ଼ା ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। 1998ରେ ବାଜପେୟୀ ସରକାର ଅମଳରେ ଶିଳାନ୍ୟାସ ଓ 2000ରେ ପ୍ରକଳ୍ପ କାମ ଆରମ୍ଭ ହେବା ପରେ ବିଜେଡି ଶାସନର 24 ବର୍ଷ ଭିତରେ କାହିଁକି ସରିପାରିଲା ନାହିଁ ଲୋୟର ସୁକତେଲ ପ୍ରକଳ୍ପ ? ଏହି ପ୍ରସଙ୍ଗରେ ଘୋଡ଼ା ଓ ଘାସର ଉଦାହରଣ ଦେଇ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ।
📱 Get Argus News App
✨ବଲାଙ୍ଗିର ଦାଦନ ପ୍ରବଣ ଜିଲ୍ଲା । ମୁଖ୍ୟମନ୍ତ୍ରୀ ଦାଦନ ସମସ୍ୟା ଦୂର କରିବାକୁ ବଦ୍ଧ ପରିକର ବିଜେପି ସରକାର। ଏଥିପାଇଁ ଗଠନ ହୋଇଛି ଟାସ୍କଫୋର୍ସ।