Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟ ବଜେଟ ଦେଖାଇବ ବିକାଶର ସ୍ପଷ୍ଟ ନକ୍ସା, କାଲି ଆସିବ ପୂର୍ଣ୍ଣାଙ୍ଗ ବଜେଟ୍

Sushanta Sahoo
Browse all articles by Sushanta Sahoo
·1 year ago·2 min read
ରାଜ୍ୟ ବଜେଟ ଦେଖାଇବ ବିକାଶର ସ୍ପଷ୍ଟ ନକ୍ସା, କାଲି ଆସିବ ପୂର୍ଣ୍ଣାଙ୍ଗ ବଜେଟ୍

Key Points

ମୋହନଙ୍କ ପ୍ରଥମ ପୂର୍ଣାଙ୍ଗ ବଜେଟ କଣ ଦେବ ସଙ୍କେତ ?

୨୦୩୬ ବେଳକୁ ବିଜେପି ସରକାର ଦେଇଛି ଓଡ଼ିଶା ପ୍ରଗତିର ବଡ଼ ପ୍ରତିଶ୍ରୁତି

୨୦୪୭ରେ ବିକଶିତ ଭାରତର ପ୍ରମୁଖ ବିନ୍ଧାଣୀ ହେବ ଓଡ଼ିଶା

ଭୁବନେଶ୍ଵର: ଆସନ୍ତାକାଲି ବିଧାନସଭାରେ ଆଗତ ହେବ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବିଜେଟ । ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍‌ ଉପସ୍ଥାପନ କରିବେ । ଏଥର ଆକଳନ ୨ ଲକ୍ଷ ୮୦ ହଜାର କୋଟି । ଏଥର କୃଷି, ଟୁରିଜିମ୍, ସର୍ଭିସ ସେକ୍ଟରକୁ ଦେଇପାରନ୍ତି ଗୁରୁତ୍ଵ । ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟ ଅଭିବୃଦ୍ଧି ପଛରେ ଶ୍ରେୟ କାହାର. ତାକୁ ନେଇ ତେଜିଲା ରାଜନୀତି ।


୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବିଜେଟ୍ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ତେବେ କଣ ରହିବ ରାଜ୍ୟ ବଜେଟରେ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । କୁହାଯାଉଛି ଏଥର ବଜେଟରେ ସରକାର ଜନ କଲ୍ୟାଣ ପାଇଁ ଆଣିପାରନ୍ତି ଯୋଜନା । ଲକ୍ଷ୍ୟ ୨୦୩୬ର ବିକଶିତ ଓଡ଼ିଶା । ପୂର୍ବରୁ ରାଜ୍ୟ ବଜେଟ୍ ଥିଲା ଖଣି ଆଧାରିତ । ଏଥର କୃଷି, ଟୁରିଜିମ୍, ସର୍ଭିସ ସେକ୍ଟରକୁ ଦେଇପାରନ୍ତି ଗୁରୁତ୍ଵ । 


ପ୍ରତିବର୍ଷ ବଜେଟର ଆକାର ବଢୁଛି କିନ୍ତୁ ଏହା ମହାପ୍ରଭୁ ଜଗନ୍ନାଥ ଦେଇଥିବା ଖଣି ଆଧାରିତ । ସରକାର ଧନୀ, ହେଲେ ଲୋକଙ୍କ ପାଖକୁ ଯାଉନି ପଇସା । ଏଥର ଉତ୍କର୍ଷ ଓଡ଼ିଶାର ଆଧାରରେ ହୋଇପାରେ ବଜେଟର ରୂପରେଖ । ଆକଳନ ଅନୁସାରେ ଏଥର ୨ ଲକ୍ଷ ୮୦ ହଜାର କୋଟି ଟପିପାରେ ରାଜ୍ୟ ବଜେଟ୍ । ସରକାରଙ୍କ ଫୋକସରେ ଯୁବ ମହିଳା, ଚାଷୀ ଓ ଗ୍ରାମାଞ୍ଚଳ ବିକାଶ । ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନ ଭଳି କ୍ଷେତ୍ରକୁ ମିଳିପାରେ ଅଧିକ ଗୁରୁତ୍ଵ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୁରୁଣା ଫ୍ଲାଗସିପ୍ କାର୍ଯ୍ୟକ୍ରମକୁ ଗୁରୁତ୍ଵ, ଘୋଷଣା ହୋଇଥିବା ଯୋଜନାରେ ବ୍ୟୟ ବରାଦ ସହ ନୂଆ ଯୋଜନା ଆଣିବା ସରକାରଙ୍କ ପାଇଁ ହୋଇପାରେ ଚ୍ୟାଲେଞ୍ଜ । ବିଶେଷ କରି ସୁଭଦ୍ରା, ଧାନ ଏମଏସପି ଉପରେ ୮୦୦ ଟଙ୍କାର ସବସିଡି ସହ ଅନ୍ତ୍ୟୋଦୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଯୋଜନା, ସାମାଜିକ ସୁରକ୍ଷା ଭତ୍ତା , ପ୍ରତି ବ୍ଲକ୍‌ରେ ଷ୍ଟାଡିୟମ, ୫୮ଟି ନୂଆ ଶୀତଳ ଭଣ୍ଡାର ସହ ୧୦୦ରୁ ଅଧିକ ଅଚଳ ଶୀତଳ ଭଣ୍ଡାରକୁ ସଚଳ କରିବା ପାଇଁ ବ୍ୟୟ ବରାଦରେ ବଜେଟର ବଡ ଅଂଶ ଯାଇପାରେ ।


ସେପଟେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟ ଅଭିବୃଦ୍ଧି ପଛରେ ଶ୍ରେୟ କାହାର ? ତାକୁ ନେଇ ତେଜିଛି ରାଜନୀତି । ବିଜେଡି କହିଛି, ଶ୍ରେୟ ପୂର୍ବ ସରକାରର । ବିଜେପି କହିଛି ଯାଇନି ସରକାରର ମୋହ । କଂଗ୍ରେସ କଟାକ୍ଷ କରି କହିଛି ଯଦି ଅଭିବୃଦ୍ଧି ଶ୍ରେୟ ନେବାକୁ ପ୍ରତିଯୋଗିତା କରୁଛନ୍ତି ତାହେଲେ ଦରଦାମ ବୃଦ୍ଧିର ଶ୍ରେୟ ବି ନିଅନ୍ତୁ । ଆସନ୍ତାକାଲି ବଜେଟ୍‌ରେ ରାଜ୍ୟ ସରକାର କେଉଁ ନୂଆ ଘୋଷଣା କରୁଛନ୍ତି ତାହା ଉପରେ ରାଜ୍ୟ ବାସୀଙ୍କ ନଜର । 

Sponsored
Odisha CM Mohan Majhi To Table 2025-26 Budget Tomorrow | Argus News