Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Conspiracy to Defame Government / ପାଠ୍ୟପୁସ୍ତକରେ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, ସରକାରଙ୍କୁ ବଦନାମ କରିବା ପାଇଁ ହୋଇଛି ଷଡ଼ଯନ୍ତ୍ର

Bikash Mohanty
Browse all articles by Bikash Mohanty
·2 weeks ago·2 min read
ପାଠ୍ୟପୁସ୍ତକରେ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, ସରକାରଙ୍କୁ ବଦନାମ କରିବା ପାଇଁ ହୋଇଛି ଷଡ଼ଯନ୍ତ୍ର
Mohan Charan Majhi

Key Points

ପୁସ୍ତକ ତୃଟିକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ
ପୁସ୍ତକ ତ୍ରୁଟି ଏକ ଷଡ଼ଯନ୍ତ୍ର
ସରକାରଙ୍କୁ ବଦନାମ କରିବାକୁ ହୋଇଛି ଷଡ଼ଯନ୍ତ୍ର
ଦୋଷୀଙ୍କୁ ଖୋଜି ବାହାର କରାଯିବ 
କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ବର,୨୬/୦୬: ପାଠ୍ୟପୁସ୍ତକ ବହି ତ୍ରୁଟି ପଛରେ ଷଡଯନ୍ତ୍ର। ଫେରାଯିବ ଭୁଲ ଛପା ଥିବା ବହି । ଟାଇମ୍ସ ଅଫ ଇଣ୍ଡିଆର କନକଲେଭରେ ଯୋଗ ଦେଇ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ତ୍ରୁଟିକୁ ଗମ୍ଭୀରତାର ସହ ନେଇଛନ୍ତି । "ପୂର୍ବରୁ ତ୍ରୁଟି ଘଟିଥିଲା, କିନ୍ତୁ ଏଥର ପରିମାଣ ଅସାଧାରଣ ଭାବରେ ଅଧିକ। ସ୍କ୍ରିଫଟ ପ୍ରସ୍ତୁତି ଏବଂ ଯାଞ୍ଚ ଠାରୁ ମୁଦ୍ରଣ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ଯାଞ୍ଚ ଆବଶ୍ୟକ। ଆମ ସରକାରଙ୍କୁ ବଦନାମ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ହୋଇଥିବା ସନ୍ଦେହ ହେଉଛି ।

ପାଣ୍ଡୁଲିପି ପ୍ରସ୍ତୁତି, ଯାଞ୍ଚ ଓ ମୁଦ୍ରଣ ଯାଏଁ ସମସ୍ତ ପ୍ରକ୍ରିୟା ଯାଞ୍ଚ ହେବ । ଏହି ଷଡ଼ଯନ୍ତ୍ରରେ ଯେଉଁମାନେ ଲିପ୍ତ ଥିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏମିତି କି ଦୋଷୀଙ୍କ ଠାରୁ ତ୍ରୁଟି ବହିର ମୂଲ୍ୟ ଆଦାୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ୧୬ ତାରିଖ ଦିନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ୧୬୭୮ଟି ଭୁଲ୍‌ ବାହାରିଥିଲା। ଏହାର ପରଦିନ ଅର୍ଥାତ୍‌ ୧୭ ତାରିଖରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଲୋକସେବା ଭବନରେ ବୈଠକ କରି ତ୍ରୁଟି ବହିକୁ ନେଇ ବିରକ୍ତ ହେଲେ । ଏଥିସହ ତଦନ୍ତ କମିଟି କରି ୭ଦିନରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ।

ଏହାର ଦିନକ ପରେ ଅର୍ଥାତ୍‌ ୧୮ ତାରିଖରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୩ଜଣିଆ କମିଟି ଗଠନ ହେଲା । ନିର୍ଦ୍ଦେଶ ଥିଲା ୭ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ । ତେବେ ଗୁରୁବାର ରାତିରେ କମିଟି ତଦନ୍ତ ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛି । ଏଥିରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ସିଏମ୍ ମୋହନ ମାଝୀ କହିଛନ୍ତି।   

ପଢନ୍ତୁ ଏହି ଖବର: ତାମିଲନାଡ଼ୁ ଗ୍ୟାସ ଲିକ୍ ଘଟଣା: ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷର ସହାୟତା

ଚଳିତ ଶିକ୍ଷାବର୍ଷରେ ନୂଆ ବହି ଛପା ହେବ ନାହିଁ। ଛାତ୍ରଛାତ୍ରୀମାନେ ସଂଶୋଧନ ପୁସ୍ତିକା ଓ ଶିକ୍ଷକଙ୍କ ମାର୍ଗଦର୍ଶନ ଆଧାରରେ ପାଠ ପଢ଼ିବେ। SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ କହିବା ଅନୁସାରେ, ଛୋଟ ପିଲାଙ୍କ ବହିରେ ଶିକ୍ଷକମାନେ ତ୍ରୁଟି ସଂଶୋଧନ କରିବେ, ଯେତେବେଳେ ବଡ଼ ଶ୍ରେଣୀର ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହଯୋଗରେ ନିଜେ ଭୁଲ ସଂଶୋଧନ କରିବେ।

ପାଠ୍ୟପୁସ୍ତକ ପ୍ରସ୍ତୁତିରେ ତ୍ରୁଟି ହୋଇଯାଇଛି ଏବଂ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଆଗାମୀ ଶିକ୍ଷାବର୍ଷରେ ସମସ୍ତ ତ୍ରୁଟି ସଂଶୋଧନ କରାଯାଇ ନୂଆ ପାଠ୍ୟପୁସ୍ତକ ପ୍ରକାଶ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଏହିମଧ୍ୟରେ ପାଠପଢ଼ାରେ କୌଣସି ବାଧା ନ ଆସିବାକୁ ସଂଶୋଧନ ନିର୍ଦ୍ଦେଶାବଳୀ ଅନୁସରଣ କରାଯିବ ବୋଲି SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Textbook Errors a Conspiracy to Defame Government: Odisha CM | Argus News