Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cattle Smuggling / ଅପରେସନ ଗୋରକ୍ଷକରେ ପୁଲିସକୁ ବଡ଼ ସଫଳତା, ୩୫ ଲକର ଓ ୨୫ ଆକାଉଣ୍ଟ ଠାବ

Bikash Mohanty
Browse all articles by Bikash Mohanty
·5 months ago·2 min read
ଅପରେସନ ଗୋରକ୍ଷକରେ ପୁଲିସକୁ ବଡ଼ ସଫଳତା,  ୩୫ ଲକର ଓ ୨୫ ଆକାଉଣ୍ଟ ଠାବ
COW MAFIA

Key Points

ଗୋ-ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ
ସୁଧୁରିଯାଅ ନହେଲେ ଭୋଗିବ: ସିଏମ
ମାଫିଆଙ୍କ ବିରୋଧରେ କଠୋର ହୋଇଛନ୍ତି ରାଜ୍ୟ ସରକାର
ଅପରେସନ୍‌ ଗୋରକ୍ଷାରେ ପୁଲିସ ୧୦ ଗିରଫ
ଅପରେସନ୍‌ ଗୋରକ୍ଷାରେ କେନ୍ଦୁଝର ପୁଲିସକୁ ଗୋଟିଏ ପରେ ଗୋଟିଏ ବଡ଼ ସଫଳତା । ଗୋରୁ ମାଫିଆଙ୍କର ଆହୁରି ୨୫ଟି ଆକାଉଣ୍ଟ ଓ ୩୫ଟି ଲକର୍‌ ଠାବ ହୋଇଛି । ସମସ୍ତ ଲକର୍‌ ଖୋଲାଗଲେ ଓ ଆକାଉଣ୍ଟରେ ହୋଇଥିବା କାରବାରର ଖୋଳତାଡ଼ ହେଲେ ଗୋରୁ ମାଫିଆଙ୍କ ସିଣ୍ଡିକେଟ୍‌ର ଆର୍ଥିକ ସାମ୍ରାଜ୍ୟ ସାମନାକୁ ଆସିବ ବୋଲି କୁହାଯାଉଛି ।

ଅପରେସନ୍‌ ଗୋରକ୍ଷାରେ ପୁଲିସ ୧୦ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ସେମାନଙ୍କର ୧୪୬ଟି ଆକାଉଣ୍ଟ ଠାବ କରିଥିଲା । ଏବେ ଆହୁରି ୨୫ଟି ଆକାଉଣ୍ଟ ଠାବ ହେବା ପରେ ମୋଟ ଆକାଉଣ୍ଟ ସଂଖ୍ୟା ୧୭୧ରେ ପହଞ୍ଚିଛି । ସେଗୁଡ଼ିକୁ ଅଚଳ କରିବା ପାଇଁ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସେହିପରି ଗତକାଲି ସୁଦ୍ଧା ୨୫ଟି ଲକର୍‌ ଠାବ କରାଯାଇ ସେଗୁଡ଼ିକୁ ଜବତ କରାଯାଇଥିଲା । ଗତକାଲି ବିଭିନ୍ନ ବ୍ୟାଙ୍କରେ ଆହୁରି ୩୫ଟି ଲକର୍‌ ଥିବା ପୁଲିସ ଖବର ପାଇଛି। ମୋଟ ୬୦ଟି ଲକର୍‌କୁ ବର୍ତ୍ତମାନ ସୁଦ୍ଧା ଜବତ କରାଯାଇଛି।

ଗୋ ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ । ସୁଧୁରିଯାଅ ନହେଲେ ଭୋଗିବ । ଗୋମାତାଙ୍କ ଚୋରା ଚାଲାଣ କରୁଥିିବା ମାଫିଆଙ୍କ ବିରୋଧରେ କଠୋର ହୋଇଛନ୍ତି ରାଜ୍ୟ ସରକାର । କେନ୍ଦୁଝର ଜିଲ୍ଲାରୁ ଗୋମାଫିଆଙ୍କ ବିରୋଧରେ ଆରମ୍ଭ ହୋଇଛି କଡ଼ା କାର୍ଯ୍ୟାନୁଷ୍ଠାନ । କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ହୋଇଛି ବଡ଼ ଧରଣର ଚଢ଼ାଉ । ଏହି ଚଢ଼ାଉ ବେଳେ 2 କୋଟିରୁ ଅଧିକ ନଗଦ ଟଙ୍କା ସହ ବିପୁଳ ପରିମାଣର ସଂପତ୍ତି ଜବତ ହୋଇଥିଲା । ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଚେତାବନୀ ଦେଇଛନ୍ତି ।

ରାଜ୍ୟ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ସମାବେଶ ମଞ୍ଚରୁ ଏଭଳି କଡ଼ା ସଂଦେଶ ଦେଇଛନ୍ତି ସିଏମ । ସେହିପରି ଏହି ଅବସରରେ ଚାଷୀଙ୍କ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ପୂର୍ବ ସରକାରରେ ଓଡ଼ିଶା ଚାଷୀର ମାସିକ ଆୟ ବୃଦ୍ଧି ପାଇନାହିଁ । ୫ ହଜାର ୧୧୨ ଟଙ୍କା ଥିଲା ଚାଷୀଙ୍କ ମାସିକ ଆୟ । ଏହା ଓଡିଶାବାସୀଙ୍କ ପାଇଁ ଦୁର୍ଭାଗ୍ୟଜନକ । ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ପ୍ରୋତ୍ସାହନ ରାଶି ଦେଉଛନ୍ତି ବିଜେପି ସରକାର । ଆଗକୁ ଚାଷୀଙ୍କ ଆୟ ଦ୍ବିଗୁଣିତ ନୁହଁ ବହୁଗୁଣିତ କରିବାକୁ ଯୋଜନା ରହିଛି । କୃଷକ ସମୃଦ୍ଧ ଯୋଜନାରେ ଚାଷୀଙ୍କ ଆୟ ବୃଦ୍ଧି ପାଇବ । କୃଷି ସହିତ ମାଛ ଚାଷ ଓ ଗୋପାଳନ କରିବାକୁ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cattle Smuggling | Chief Minister Warns Cow Mafia, Strict Action Begins in Kendujhar | Argus News