Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଜେଡି ପାଇଁ ପ୍ରଚାର କରୁଛି ସିଏମଓ !

Odisha

ବିଜେଡି ପାଇଁ ପ୍ରଚାର କରୁଛି ସିଏମଓ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବିଜେଡି ପାଇଁ ପ୍ରଚାର କରୁଛି ସିଏମଓ !

Key Points

  • ବିଜେଡି ପାଇଁ ପ୍ରଚାର କରୁଛି ସିଏମଓ !
  • ଅଧ ରାତିରେ ପାଣ୍ଡିଆନଙ୍କ ପାଖରେ ଭିନିଲ କ୍ରିଷ୍ଣାଙ୍କ କାମ କଣ ?
  • ନିର୍ବାଚନ ସମୟରେ, ବିଜେଡି ନେତାଙ୍କ ପାଖରେ ଅଫିସରଙ୍କ କି କାମ ?

ଅର୍ଗସ ବ୍ୟୁରୋ: ପୁରୁଣା ବସ୍‌ଙ୍କୁ ଭୁଲିପାରୁନାହାନ୍ତି କି ସିଏମଓ ଅଫିସର । ରାତି ଅଧିରେ କି କାମ ପଡୁଛି ପୂର୍ବତନ ଅଫିସର ତଥା ବିଜେଡି ନେତା ପାଣ୍ଡିଆନଙ୍କ ପାଖରେ ? ଏ କଥା ଆମେ କାହିଁକି କହିଲୁ ତାହାକୁ ନେଇ ଆପଣଙ୍କ ମନରେ ବି ଆସୁଥିବ ପ୍ରଶ୍ନ । ହେଲେ ଫଟୋ ଦେଖିବା ପରେ ଆପଣ ବି ଜାଣିପାରିବେ କେମିତି ଖୁଲମଖୁଲା ବିଜେଡି ପ୍ରଚାରରେ ମାତିଛନ୍ତି ସିଏମଓ ଅଫିସର । 

ଶନିବାର ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ସହ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଭିନୀଲ କ୍ରିଷ୍ଣା । ମୁଖମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବରୁ ନେତା ହୋଇଥିବା ପାଣ୍ଡିଆନଙ୍କ ସହ ସିଏମଙ୍କ ସ୍ଵତନ୍ତ୍ର ସଚିବ ଭିନୀଲ କ୍ରୀଷ୍ଣାଙ୍କ ଫଟୋକୁ ନେଇ ଜୋର ଧରିଛି ଚର୍ଚ୍ଚା । ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ବେଳେ କେମିତି ଜଣେ ସରକାରୀ ଅଫିସର ବିଜେଡି ନେତାଙ୍କ ସହି ଏମିତି ଆଲୋଚନା କରିବେ ତାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଖାଲି ପ୍ରଶ୍ନ ଉଠାଇଛି ତାହା ନୁହେଁ ବରଂ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ବି ହୋଇଛି ।

ଏପଟେ ବିଜେଡି ସରକାରର ଶାସନ ବ୍ୟବସ୍ଥାକୁ ନେଇ ଲଗାତାର ନିଶାନା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ ଭିଡିଓରେ ଥିବା ବେଳେ ଏଠି ଗୁମାସ୍ତାଙ୍କ ହାତରେ ରିମୋର୍ଟ ରହିଛି । ଯେଉଁ ଗୁମାସ୍ତାଙ୍କର ରାଜନୀତି କରିବାର ଏତେ ଇଚ୍ଛା ଅଛି ସେ ତାଙ୍କ ନିଜ ରାଜ୍ୟରୁ ନିର୍ବାଚନ କଣ ପାଇଁ ଲଢୁନାହାନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିବା ସହ ଆମ ରାଜ୍ୟର ନେତା ଓଡିଆ ହେବା ଦରକାର ବୋଲି କହିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ କଟକ ବଡ଼ ମେଡିକାଲ ରେ ବସ ଦୁର୍ଘଟଣା ରେ ଆହତ ବ୍ୟକ୍ତିଙ୍କୁ ଭେଟିବା ବେଳେ ପାଣ୍ଡିଆନଙ୍କ ସହ ପରିବହନ କମିଶନର ଓ ଯାଜପୁର ଏସପିଙ୍କ ଉପସ୍ଥିତିକୁ ଦେଖା ଦେଇଥିଲା ବିବାଦ। ଏବେ ନିର୍ବଚନ ଆଚରଣ ଵିଧି ଲାଗୁ ବେଳେ ବିଜେଡି ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ଉପସ୍ଥିତି ରହିବା ନୂଆ ବିବାଦ ସୃଷ୍ଟି କରିଛି ।
 

Sponsored
Odisha CMO | Argus News