Odisha College Elections / କଲେଜରେ ଜମୁଛି ପ୍ରଚାର, ଉଷ୍ମ ହେଉଛି ରାଜନୀତି…ଅଶାନ୍ତ ହେଉଛି କ୍ୟାମ୍ପସ
·1 hour ago·2 min read

Key Points
କ୍ୟାମ୍ପସରେ ନିର୍ବାଚନୀ ଉଷ୍ମତା, ଆଉ ତା ସାଙ୍ଗକୁ ବୃଦ୍ଧି ପାଉଛି ହିଂସା ଓ ଉତ୍ତେଜନା
କେଉଁଠି ବୋମା ମାଡ଼ ତ ଆଉ କେଉଁଠି ମୁହାଁମୁହିଁ ହେଉଛନ୍ତି ଛାତ୍ରଗୋଷ୍ଠୀ

କ୍ୟାମ୍ପସରେ ନିର୍ବାଚନୀ ଉଷ୍ମତା, ଆଉ ତା ସାଙ୍ଗକୁ ବୃଦ୍ଧି ପାଉଛି ହିଂସା ଓ ଉତ୍ତେଜନା। କେଉଁଠି ବୋମା ମାଡ଼ ତ ଆଉ କେଉଁଠି ମୁହାଁମୁହିଁ ହେଉଛନ୍ତି ଛାତ୍ରଗୋଷ୍ଠୀ। ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇପଡ଼ିଛି ରାଜ୍ୟର ଅନେକ ପ୍ରମୁଖ କଲେଜ ଓ ବିଶ୍ୱବିଦ୍ୟାଳୟ। ଅକ୍ଟୋବର ୧୫ ଭୋଟିଂ ପୂର୍ବରୁ କ୍ୟାମ୍ପସଗୁଡ଼ିକରେ ବ୍ୟାପୁଛି ଭୟ ଓ ଅସ୍ଥିରତାର ପରିବେଶ।
ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଜିଓଲୋଜି ରୁମ୍ର କାନ୍ଥରେ ଜଳଜଳ ହୋଇ ଦିଶୁଛି ବିସ୍ଫୋରଣର ଚିହ୍ନ। ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଏଭଳି ଘଟଣା କ୍ୟାମ୍ପସରେ ଭୟର ମାହୋଲ ସୃଷ୍ଟି କରିଛି । ଆଉ ସେପଟେ ଘଟଣା ପରେ ତନାଘନା ଆରମ୍ଭ କରିଛି ବାଙ୍କୀ ପୋଲିସ। ଘଟଣା ସ୍ଥଳରେ ପହଞ୍ଚିଛି ସାଇଣ୍ଟିଫିକ୍ ଟିମ୍ କରିଛି ଛାନଭିନ୍ । କିଏ କରିଥିଲା ଏହି ବିସ୍ଫୋରଣ ? ନିର୍ବାଚନ ସହ ଏହାର କିଛି ସମ୍ପର୍କ ଅଛି କି ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ଏପଟେ ଭୁବନେଶ୍ବରର ଛାତି ଉପରେ ଥିବା ଉତ୍କଳ ବିଶ୍ବବିଦ୍ୟାଳୟରେ ବିଳମ୍ବିତ ରାତିରେ ବିସ୍ଫୋରଣ ଶବ୍ଦ ଶୁଣାଯିବା ପରେ ସୃଷ୍ଟି ହୋଇଥିଲା ହଇଚଇ। ଛାତ୍ରଛାତ୍ରୀ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ। ଦୁଇ ଗୋଷ୍ଠୀ ଭିତରେଦେଖିବାକୁ ମିଳିଥିଲା ଉତ୍ତେଜନା। ପରେ ସୁରକ୍ଷା ଦୃଷ୍ଟିରୁ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେଲେ। ନିଜେ ଭୁବନେଶ୍ବର ଡିସିପି ପହଞ୍ଚି ପରିସ୍ଥିତିର ସମୀକ୍ଷା କଲେ। ବିସ୍ଫୋରଣ ପଛରେ ବୋମା କି ବାଣର ବ୍ୟବହାର ନେଇ ତଦନ୍ତ ଜାରି ରହିଛି।
କେଉଁଠି କ୍ୟାମ୍ପସରେ ଅସ୍ଥିରତା ସୃଷ୍ଟି ଉଦ୍ୟମ ତ କେଉଁଠି ପ୍ରାର୍ଥୀଙ୍କୁ ସିଧା ଆକ୍ରମଣ। ରାଜଧାନୀ ଭୁବନେଶ୍ବରର ଅନ୍ୟ ଏକ କଲେଜ ବିଜେବିରୁ ସାମ୍ନାକୁ ଆସିଛି ହିଂସାର ଆଉ ଏକ ଅଭିଯୋଗ। ମୁଣ୍ଡରେ ଷ୍ଟିଚ୍, ହାତରେ ବ୍ୟାଣ୍ଡେଜ୍... ତଥାପି ମଇଦାନ ଛାଡ଼ିନାହାନ୍ତି ପ୍ରାର୍ଥୀ ।ପିପିଲିରେ ପ୍ରଚାର ସମୟରେ ଆକ୍ରମଣର ଅଭିଯୋଗ ପରେ ଚିକିତ୍ସା ସାରି ପୁଣି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଆର୍ଯ୍ୟନ ମହାପାତ୍ର । ସମର୍ଥକଙ୍କ ସହ ଚାଲିଛି ଭୋଟ୍ ପାଇଁ ଜୋରଦାର କ୍ୟାମ୍ପେନ୍ । ସେପଟେ ପ୍ରତିଦ୍ୱନ୍ଦ୍ୱୀ ଶିବିର ବି ଆକ୍ଟିଭ୍ । ଖାଲି ଭୁବନେଶ୍ବର କାହିଁକି କଟକରୁ ପୁରୀ, କେନ୍ଦ୍ରାପଡ଼ାରୁ ଜଗତସିଂହପୁର ସବୁ କ୍ୟାମ୍ସରେ ରାଜନୀତିର ପାରଦ ଏବେ ଉପରମୁହାଁ ହୋଇଛି। ନିମାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା ସାମ୍ନାକୁ ଆସିବା ପରେ ସୁରକ୍ଷା ଢାଞ୍ଚା କଡ଼ାକଡ଼ି କରିଛି ପ୍ରଶାସନ ଜଗତସିଂହପୁର SVM ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହେବା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରଛି ପୋଲିସ। ଗୋପରେ ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଧ କରି ବ୍ଲକ ପରିସରରେ ଚାଲିଥିବା ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଭିତରେ ଧସେଇ ପଶିଛନ୍ତି ଗୋପ କଲେଜର ଶତାଧିକ ଛାତ୍ର ଛାତ୍ରୀ।
୧୫ରେ ଭୋଟିଂ। ଭୋଟରଙ୍କୁ ନିଜ ନିଜ ପକ୍ଷରେ କରିବାକୁ ପ୍ରାର୍ଥୀଙ୍କ ପାଖରେ ଆଉ ମାତ୍ର କେଇ ଘଣ୍ଟାର ସମୟ। ଏହା ଭିତରେ ସାମ୍ନାକୁ ଆସୁଥିବା ହିଂସା ଓ ଉତ୍ତେଜନାର ଚିତ୍ର ଚିନ୍ତା ବଢ଼ାଉଛି। ଏମିତିରେ ପୁଣି କେବେ ଶାନ୍ତ ହେବ କ୍ୟାମ୍ପସ ତାକୁ ହିଁ ଅପେକ୍ଷା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories