Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାହିଁକି ସୁରଙ୍କ କଟିଲା ଟିକଟ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କାହିଁକି ସୁରଙ୍କ କଟିଲା ଟିକଟ ?

Key Points

  • ପୁଅ ପାଇଁ ପ୍ରଚାର ସୁରଙ୍କୁ ମହଙ୍ଗା ପଡ଼ିଲା
  • ୬ ବର୍ଷ ପାଇଁ ବହିଷ୍କୃତ ହେଲେ ଜଟଣୀ ବିଧାୟକ
  • ନିର୍ବାଚନ ପୂର୍ବରୁ AICC ନେଲା ବଡ଼ କାର୍ଯ୍ୟାନୁଷ୍ଠାନ

ଅର୍ଗସ ବ୍ୟୁରୋ : ପୁଅ ପାଇଁ ପ୍ରଚାର ସୁରଙ୍କୁ ମହଙ୍ଗା ପଡ଼ିଲା । କଂଗ୍ରେସରେ ଥାଇ ବି ବିଜେଡି ଦଳ ପ୍ରତି ପ୍ରଚାର କରୁଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଏଆଇସିସି । ହେଲେ ନିର୍ବାଚନ ଠିକ୍‌ ମାସେ ପୂର୍ବରୁ ଷ୍ଟାଣ୍ଡିଂ ବିଧାୟକଙ୍କ ଉପରେ ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ବୋଧହୁଏ ପ୍ରଥମ । ତେବେ ସୁରଙ୍କ ପରି ନେତାଙ୍କ ଉପରେ ଆକ୍ସନ ନିଆଯାଇଥିବାରୁ ଏବେ ରାଜ୍ୟ ରାଜନୀତିରେ ଜୋର ଧରିଛି ଚର୍ଚ୍ଚା ।

ଭୁବନେଶ୍ଵରର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର ସୁରଙ୍କୁ ମହଙ୍ଗା ପଡ଼ିଲା । ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ଗୋଟିଏ ଦଳରେ ଥାଇ ଅନ୍ୟ ଦଳ ଲାଗି ପ୍ରଚାର କରିଥିବାରୁ ବଡ଼ ଆକ୍ସନ ନେଇଛି କଂଗ୍ରେସ । ବିଜେଡି ସାଂସଦ ପ୍ରାର୍ଥୀ ହୋଇଥିବା ସାନ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରି ବିବାଦ ଘେରକୁ ଆସିଥିଲେ ସୁର । କିଛିଦିନ ପୂର୍ବ ଉତ୍ତର ଭୁବନେଶ୍ୱରରେ ଏକ କ୍ରିକେଟ୍ ମ୍ୟାଚ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠି ସ୍ଥାନୀୟ ବିଜେଡି ବିଧାୟକ ସୁଶାନ୍ତ ରାଉତ ବି ଥିଲେ । ସୁର ଭାଷଣ ଛଳରେ ସୁଶାନ୍ତଙ୍କୁ ପ୍ରଶଂସା କରିବା ସହ ସେ ହିଁ ବେଷ୍ଟ ବୋଲି କହିଥିଲେ। ଖାଲି ଏତିକି ନୁହେଁ, ନିଜ ପୁଅ ମନ୍ମଥଙ୍କୁ ବିଜେଡିରୁ ଅଫର୍ ଦିଆଯାଇଥିଲା ବେଳେ ସୁର ଏହାକୁ ବଡ଼ ସୁଯୋଗ ବୋଲି ଭାବି, ମାଡ଼ି ଚାଲ ବୋଲି ମନ୍ମଥଙ୍କୁ କହିଥିଲେ । ତାଙ୍କ ପୁଅ ଓ ସୁଶାନ୍ତ ରାଉତଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ କହିଥିଲେ ସୁର ରାଉତରାୟ । ଯାହା ତାଙ୍କୁ ବିବାଦ ଘେରକୁ ଟାଣିଆଣିଥିଲା । 

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଭୁବନେଶ୍ୱର ଲୋକସଭା ଆସନର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସମର୍ଥନରେ ପ୍ରଚାର କରିବାରୁ ସୁରଙ୍କୁ ଥରେ ନୁହେଁ ବରଂ ଦୁଇଦୁଇ ଥର କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି । ଏହାସହ ୨୪ ଘଂଟା ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ସୁର କହିଥିଲେ, କୌଣସି ଦଳ ପାଇଁ ପ୍ରଚାର କରିନି । କିଛି କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ବିଜେଡି ନେତା ଓ ପୁଅ ମନ୍ମଥ ସେଠି ପହଞ୍ଚିଥିଲେ ବୋଲି କହିଛନ୍ତି ସୁର । ହେଲେ ଦଳରେ ରହି ଅନ୍ୟ ଦଳ ଲାଗି କାମ କରୁଥିବାରୁ ତାଙ୍କ ଉପରେ ବଡ଼ ଆକ୍ସନ ନେଇଛି ଦଳ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Jatani MLA Sura Routray | Argus News