Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିଇତି ବଢୁଛି ଆଳୁଦର, ଦାୟୀ କିଏ ?

Odisha

ନିଇତି ବଢୁଛି ଆଳୁଦର, ଦାୟୀ କିଏ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ନିଇତି ବଢୁଛି ଆଳୁଦର, ଦାୟୀ କିଏ ?

Key Points

  • ଅନ୍ୟ ବିନା ବଞ୍ଚିପାରିବନି କି ଓଡ଼ିଶା ? 
  • ପ୍ରତି ସାମଗ୍ରୀ ଉପରେ ରାଜ୍ୟ ପଡୋଶୀ ଉପରେ ନିର୍ଭର 
  • ଆଳୁ ପାଇଁ ବଙ୍ଗ, ଅଣ୍ଡା ପାଇଁ ଆନ୍ଧ୍ର

ଅର୍ଗସ ବ୍ୟୁରୋ: ୨୫ ବର୍ଷର ସ୍ଥାୟୀ ସରକାର, ସ୍ଥାୟୀ ମୁଖ୍ୟମନ୍ତ୍ରୀ । ହେଲେ ବି ଆମେ ବିନା ପଡୋଶୀଙ୍କ ସାହାଯ୍ୟରେ କିଛି କରିପାରିବା ନାହିଁ କି ଖାଇପାରିବା ନାହିଁ । କାରଣ ସକାଳ ହେବା ମାତ୍ରେ ପ୍ରତିଟି ଓଡ଼ିଆର କଂସେ ପଖାଳ ସହ ଆଳୁ ଚକଟା ଦରକାର । କିନ୍ତୁ ସେ ଆଳୁ ରେଟ୍‌ ଏବେ ଯାହା ହେଲାଣି ଖାଇବା କଣ କିଣିଲା ବେଳକୁ ଡର ଲାଗୁଛି । କାରଣ ମାତ୍ର ସପ୍ତାହେ ଭିତରେ କିଲୋ ପ୍ରତି ଦର ବଢିଲାଣି ୧୦ ଟଙ୍କା । ନିର୍ବାଚନ ସମୟରେ ଦର ଏମିତି ଅହେତୁକ ଭାବରେ ବଢୁଥିବାରୁ ଚିଡିକି ହୁତାସନ ହେଲେଣି ଭୋଟର । 

ଲୋକଙ୍କୁ ଭୁତେଇବାରେ ନବୀନ ନମ୍ବର ୱାନ । ଆଉ ନୁହେଁ ତ କଣ ? ପ୍ରତିଥର ଭୋଟ୍‌ ଆସିବା ପୂର୍ବରୁ ଅମକ ଦେବୁ ସମୟ ଦେବୁ...ରାଇଜଟାକୁ ସୁନା କରିଦେବୁ ବୋଲି କେତେ କଣ ପ୍ରତିଶ୍ରୁତି ଦିଅନ୍ତି । ହେଲେ ନିର୍ବାଚନ ସରିବା ପରେ ଲୋକଙ୍କ ସମସ୍ୟା କଥା ଭୁଲି ଯାଆନ୍ତି । କାରଣ ରାଜ୍ୟରେ ଯେତେ ମାତ୍ରାରେ ପନିପରିବ ଉତ୍ପାଦନ ହେଉଛି ତାହାକୁ ରଖିବାକୁ ଶୀତଳଭଣ୍ଡାଳର ଘୋର ଅଭାବ ରହିଛି । ବାରମ୍ବାର ଶୀତଳଭଣ୍ଡାର କରିବାକୁ ଦାବି ହେବା ପରେ ବି ଏଯାଏଁ ହୋଇପାରିଲା ନାହିଁ । ଯାହାର ପରିଣାମ ସ୍ଵରୂପ ହୁ ହୁ ହୋଇ ବଢୁଛି ଦର ।  

ରାଜ୍ୟରେ ହଠାତ୍ ଅସ୍ଵାଭାବିକ ଭାବେ ବଢ଼ିଚାଲିଛି ଆଳୁ ଦର । ଗଲା ୧୦ ଦିନ ଭିତରେ ଆଳୁ କିଲୋ ପିଛା ପ୍ରାୟ ୧୦ଟଙ୍କା ବଢ଼ିଲାଣି । ରାଜ୍ୟରେ ହେଉଥିବା ଆଳୁ ଉତ୍ପାଦନ ଆବଶ୍ୟକତା ତୁଳନାରେ ସମୁଦ୍ରକୁ ଶଙ୍ଖେ । ଏଣୁ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରୁ ଆମଦାନୀ ଆଳୁ ହିଁ ମେଣ୍ଟାଏ ଆମ ଓଡ଼ିଶାର ଚାହିଦା । କଟକ ଛତ୍ରବଜାର ବ୍ୟବସାୟୀଙ୍କ ଅନୁସାରେ ପଶ୍ଚିମବଙ୍ଗରୁ ଏବେ କମ୍ ପରିମାଣର ଆଳୁ ଆସୁଥିବାରୁ ସୃଷ୍ଟି ହୋଇଛି ଦରବୃଦ୍ଧି ସ୍ଥିତି। କୋରାପୁଟ ଜିଲ୍ଲାର ପଟାଙ୍ଗି ଓ ନନ୍ଦପୁରରେ ହୁଏ ଆଳୁ ଉତ୍ପାଦନ। କିନ୍ତୁ ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ସଂରକ୍ଷିତ କରିପାରନ୍ତି ନାହିଁ। ଅମଳ ଋତୁରେ ଖୁବ୍ କମ୍ ଦରରେ ବିକ୍ରି କରନ୍ତି । ଯେଉଁଥି ଲାଗି ତ ଆଳୁ ଦର ଏବେ ବେଲଗାମ୍‌ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ଆଳୁ ଦର ବଢିଛି ତାହା ନୁହେଁ ବରଂ ଅଦା ଓ ରସୁଣ ବି ତାଳ ଦେଇ ବଢୁଛି । ତେଣୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । କଥା ହେଲା ସରକାରଙ୍କର ଭୁଲ ଲାଗି ଏମିତି ଅବସ୍ଥା ହୋଇଥିବା ବେଳେ ନବୀନ ବାବୁ କିନ୍ତୁ ଏନେଇ ବେଫିକର ଅଛନ୍ତି । ଯାହାକୁ ନେଇ ବଢିଲାଣି ଚର୍ଚ୍ଚା ।
 

 

Sponsored
Potato Price Hikes | Argus News