Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bomb Threat News / କୋର୍ଟକୁ ବୋମାରେ ଉଡେଇଦେବୁ! ଭୟରେ ଥରହର ଓଡ଼ିଶାବାସୀ

Ritu Das
Browse all articles by Ritu Das
·5 months ago·1 min read
କୋର୍ଟକୁ ବୋମାରେ ଉଡେଇଦେବୁ! ଭୟରେ ଥରହର ଓଡ଼ିଶାବାସୀ
Bomb Threat

Key Points

ମାସେ ନପୁରୁଣୁ ପୁଣି କୋର୍ଟକୁ ଆସିଲା ବୋମା ଧମକ। କଟକ ଜିଲ୍ଲା କୋର୍ଟକୁ ବୋମାରେ ଉଡେଇ ଦେବା ପାଇଁ ଧମକ ଦେଇ ଜିଲ୍ଲା ଜଜଙ୍କୁ ଆସିଛି ମେଲ।
ମାସେ ନପୁରୁଣୁ ପୁଣି କୋର୍ଟକୁ ଆସିଲା ବୋମା ଧମକ। କଟକ ଜିଲ୍ଲା କୋର୍ଟକୁ ବୋମାରେ ଉଡେଇ ଦେବା ପାଇଁ ଧମକ ଦେଇ ଜିଲ୍ଲା ଜଜଙ୍କୁ ଆସିଛି ମେଲ। ଖବର ମିଳିବା ପରେ କୋର୍ଟ ପରିସରରେ ହଇଚଇ ସୃଷ୍ଟି ହୋଇଗଲା। କମିସନରେଟ ପୋଲିସ, ଡଗ ସ୍କୁଆଡ, ବମ ସ୍କୁଆଡ ପହଞ୍ଚି କୋର୍ଟ ପରିସରର ଖାନତଲାସୀ କରିଛନ୍ତି । କୋର୍ଟ ପରିସରରେ ଅତିରିକ୍ତ ମେଟାଲ ଡିଟେକ୍ଟର ଲଗେଇଛି ପୋଲିସ। କୋର୍ଟ ପରିସରକୁ ଆସୁଥିବା ଲୋକଙ୍କୁ କଡାକଡି ଚେକିଂ ମଧ୍ୟ କରାଯାଇଛି। ହେଲେ କୌଣସି ପ୍ରକାରର ବୋମା ମିଳିନି। ସନ୍ଧ୍ୟାରେ କୋର୍ଟ ଉଡ଼ାଇବାକୁ ଧମକପୂର୍ଣ୍ଣ ଚିଠିରେ ଲେଖାଯାଇଛି। କିନ୍ତୁ ଏବିଷୟରେ ଏଯାଏ ତଦନ୍ତ ଜାରି ରହିଛି।

ଅନ୍ୟପଟେ ଏ ନେଇ ହାଇକୋର୍ଟ ବିଚାରପତି ଜଷ୍ଟିସ କେ ଆର ମହାପାତ୍ର, ଜଷ୍ଟିସ ଏ.କେ ମହାପାତ୍ର ଓ ଜଷ୍ଟିସ ଭି ନରସିଂହଙ୍କ ସହ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, କ୍ରାଇମବ୍ରାଞ୍ଚ୍ ଡିଜି, ଅଗ୍ନିଶମ ଡିଜି, ବରିଷ୍ଠ ପୋଲିସ ଅଧିକାରୀ ଆଲୋଚନା କରିଛନ୍ତି। ଡାର୍କ ୱେବ ଦ୍ଵାରା ଏହି ମେଲ ଆସିଥିଲା। ଏଭଳି ଧମକପୂର୍ଣ୍ଣ ଚିଠି ବା ମେଲ ଦ୍ଵାରା କେହି ଭୟଭୀତ ହେବେ ନାହିଁ। ସରକାର ଏଥିପ୍ରତି ସମ୍ବେଦନଶୀଳ ଅଛନ୍ତି।
ଏଭଳି ଘଟଣା ଉପରେ ମୁଖ୍ୟମନ୍ତ୍ରୀଙ୍କ ପରୋକ୍ଷ ତତ୍ତ୍ଵାବଧାନରେ ଯାଞ୍ଚ ଚାଲିଛି। ହାଇକୋର୍ଟଙ୍କ ସହ ଅନ୍ୟ କୋର୍ଟଙ୍କ ସୁରକ୍ଷା ପ୍ରତି ସରକାର ଗମ୍ଭୀର ଅଛନ୍ତି। ଆତଙ୍କବାଦୀ କେବଳ ଆତଙ୍କ ଖେଳେଇବା ପାଇଁ ଏପରି ଚକ୍ରାନ୍ତ କରୁଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଏଜି ପିତାମ୍ବର ଆଚାର୍ଯ୍ୟ। ତେବେ ଗତମାସ ୮ ତାରିଖରେ ମଧ୍ୟ ଏପରି ଧମକପୂର୍ଣ୍ଣ ମେଲ କଟକ ସମେତ ଅନେକ ଜିଲ୍ଲା କୋର୍ଟକୁ ଆସିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bomb Threat to Odisha Court Triggers Panic, Security on High Aler | Argus News