Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଓଡ଼ିଶା କ୍ରେଜ୍

Odisha

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଓଡ଼ିଶା କ୍ରେଜ୍

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଓଡ଼ିଶା କ୍ରେଜ୍

Key Points

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଓଡ଼ିଶା କ୍ରେଜ୍
ଅତିଥି ଭାବେ ନୁହେଁ ସତେକି ଘରକୁ ଫେରିଛନ୍ତି ପ୍ରବାସୀ
କିଏ ଆମେରିକାରୁ ତ କିଏ ଆଫ୍ରିକାରୁ ଆସିଛନ୍ତି
କିଏ ମଧ୍ୟପ୍ରାଚ୍ୟରୁ ତ କିଏ ପାଶ୍ଚାତ୍ୟ ଦେଶରୁ

ଅର୍ଗସ ବ୍ୟୁରୋ:  ଓଡ଼ିଶାରେ ଏବେ ପ୍ରବାସୀ ଭାରତୀୟ ସମ୍ମିଳନୀ ଫିଭର । ସନ୍ଧ୍ୟା ହେଲେ ଝଲସୁଛି ମନ୍ଦିର ମାଳିନୀ ଭୁବନେଶ୍ବର ସମେତ ପୁରୀ ସହର । ଆଉ ଦିନ ତମାମ ଦୁଲୁକୁଛି ଜନତା ମଇଦାନ । ଆଉ ବିଶ୍ବର କୋଣ ଅନୁକୋଣରୁ ଆସିଥିବା ଅତିଥିମାନେ ଓଡ଼ିଆ ସଂସ୍କୃତି ଓ ଖାଦ୍ୟପେୟ ସହ ଆତିଥ୍ୟତାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଏହି ସମାରୋହ ସେମାନଙ୍କୁ ଏକାଠି ହେବାର ନିଆରା ସୁଯୋଗ ଦେଇଥିବା ବେଳେ, ସେମାନଙ୍କ ଖୁସିକୁ ଦେଖିଲେ ଲାଗୁଛି, ସେମାନେ ଅତିଥି ଭାବେ ନୁହେଁ, ସତେକି ବହୁଦିନ ପରେ ନିଜ ଘରକୁ ଫେରିଛନ୍ତି । ବିଦେଶରେ ରହୁଥିଲେ ବି ମନରୁ ଲିଭିନି ଜନ୍ମମାଟିର ମୋହ ଓ ମହକ ।


ଅନ୍ୟପଟେ ଜନତା ମଇଦାନ ଏବେ ମିନି ଗ୍ଲୋବ ପାଲଟିଛି । କିଏ ଆମେରିକାରୁ ଆସିଛି ତ କିଏ ଆଫ୍ରିକାରୁ । କିଏ ମଧ୍ୟପ୍ରାଚ୍ୟରୁ ଆସିଛି ତ କିଏ ପାଶ୍ଚାତ୍ୟ ଦେଶରୁ। ନିଜ ମାଟିକୁ ଆସି ଖୁସିରେ ଝୁମୁଛନ୍ତି ପ୍ରବାସୀ। ନାଚଗୀତରେ ମସଗୁଲ୍ ଅଗଣିତ NRI । କିଏ ମରିସସ୍ ରୁ ଆସିଛି, କିଏ ପୋଲାଣ୍ଡରୁ । କିଏ କାଲିଫର୍ଣ୍ଣିଆରୁ, ଆଉ କିଏ ଓମାନରୁ। ହେଲେ ନିଜକୁ ଜଣେ ଜଣେ ଗର୍ବିତ ଭାରତୀୟ ଭାବେ ପରିଚୟ ଦେବାକୁ କିଏ ପଗଡ଼ି ବାନ୍ଧିଛି, କିଏ ଶାଢ଼ୀ ପିନ୍ଧିଛି ତ ଆଉ କାହା ହାତରେ ରହିଛି ତ୍ରିରଙ୍ଗା । ମରିସସ୍‌ରୁ ସର୍ବାଧିକ ପ୍ରାୟ ୩ଶହ ପ୍ରବାସୀ ଆସିଥିବା ଜଣାପଡ଼ିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ପ୍ରବାସୀଙ୍କ ପାଇଁ ବିଭିନ୍ନ ଅଥେଣ୍ଟିକ୍ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଇଥିବା ବେଳେ, ଅନେକଙ୍କୁ ବେଶି ପସନ୍ଦ ଆସୁଛି ଖେଚୁଡ଼ି ଓ ଡାଲମା। ତେବେ ସେ ସୁଆଦ କଥା ହେଉ କି ସଂସ୍କୃତି... ପର୍ଯ୍ୟଟନ ହେଉ କି ଲୋକଙ୍କ ଆଚରଣ । ସମସ୍ତଙ୍କ ମୁହଁରେ ଓଡ଼ିଶାର, ଓଡ଼ିଆଙ୍କ ଭୁରି ଭୁରି ପ୍ରଶଂସା ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Education Next Season 5
Sponsored
Odisha craze at Pravasi Bharatiya Divas conference | Argus News