Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

OCA dispute / OCA କେଳେଙ୍କାରୀର ସାଂଘାତିକ ଅଭିଯୋଗ,BCCI ଦେଇଥିବା ହଜାରେ କୋଟିରୁ ଅଧିକ ଟଙ୍କା ଗଲା କୁଆଡେ?

Bikash Mohanty
Browse all articles by Bikash Mohanty
·4 months ago·2 min read
OCA କେଳେଙ୍କାରୀର ସାଂଘାତିକ ଅଭିଯୋଗ,BCCI ଦେଇଥିବା ହଜାରେ କୋଟିରୁ ଅଧିକ ଟଙ୍କା ଗଲା କୁଆଡେ?
OCA

Key Points

କିଏ ଖାଇଗଲା ଓଡ଼ିଶା କ୍ରିକେଟ ର 1000 କୋଟି ?
ବିବାଦରେ ଆଶୀର୍ବାଦ ବେହେରା ଓ ପୁଅ ସଞ୍ଜୟ ବେହେରା
20 ବର୍ଷରେ BCCI OCAକୁ ଦେଇଥିବା ହଜାରେ କୋଟିରୁ ଅଧିକ ଗଲା କୁଆଡେ ?
OCA ଟଙ୍କାରେ ଖେଳାଳିଙ୍କ ବିକାଶ ହେଲା ନା ବ୍ୟକ୍ତିଗତ ସଂପତ୍ତି ବଢିଲା ?
ଓଡ଼ିଶା କ୍ରିକେଟ୍ ଆସୋସିଏସନରେ ବଡ଼ କେଳେଙ୍କାରୀ ନେଇ ସାଂଘାତିକ ଅଭିଯୋଗ। 20 ବର୍ଷରେ ଓସିଏକୁ ଅନୁଦାନ ବାବଦରେ ବିସିସିଆଇ ଦେଇଥିବା ହଜାରେ କୋଟିରୁ ଅଧିକ ଟଙ୍କା ଗଲା କୁଆଡେ। ତାକୁ ନେଇ ଉଠିଲା ପ୍ରଶ୍ନ । ଅଭିଯୋଗ ଅନୁସାରେ କ୍ରିକେଟର ବିକାଶ ତଥା ଭିତ୍ତିଭୂମୀର ବିକାଶ ପାଇଁ ବିସିସିଆଇ ପ୍ରତି ଷ୍ଟେଟ୍ ଆସୋସିଏସନକୁ ବର୍ଷାକୁ 40ରୁ 50 କୋଟି ଅନୁଦାନ ଦିଏ । କେବେ କେବେ ଅଧିକ ବି ଆସେ। ଏମିତି ହିସାବ କଲେ ଗତ 20 ବର୍ଷରେ ଓସିଏକୁ ହଜାରେ କୋଟି ଅନୁଦାନ ଆସିଥିବ। ଖାଲି ସେତିକି ନୁହେଁ ସଚିନ ତେନ୍ଦୁଲକରଙ୍କ ନାଁରେ ନିର୍ମିତ ଇନଡୋର ଷ୍ଟାଡିୟମକୁ ବି ବାହାଘର ବ୍ରତଘର ପାଇଁ ଭଡା ଦେଇ ଲକ୍ଷ ଲକ୍ଷ ଟଙ୍କା ଆୟ ହେଉଛି । 20 ବର୍ଷରୁ ଅଧିକ ସମୟ ହେଲା ଓସିଏ ଆଶୀର୍ବାଦ ବେହେରା ପରେ ସଂଜୟ ବେହେରାଙ୍କ ଦଖଲରେ ଅଛି। ଏମାନେ ଓସିଏର ସାଧାରଣ ସଂପାଦକ ରହିଆସିଛନ୍ତି। ଏବେ ପ୍ରଶ୍ନ ଶହ ଶହ କୋଟି ଗଲା କୁଆଡେ, କ୍ରିକେଟର ବିକାଶ ହୋଇଛି ନା ବ୍ୟକ୍ତିଗତ ବିକାଶ, ତାର ହିସାବ କିଏ ଦେବ, ସ୍ପେଶାଲ୍ ଅଡିଟ୍ କରିବେ ବି ରାଜ୍ୟ ସରକାର।

ଏବେ ନଜର ପକାଇବ କ୍ରିକେଟରେ ଓଡ଼ିଶାର ପ୍ରଦର୍ଶନ ଉପରେ। କ୍ରିକେଟ ଇତିହାସରେ ଓଡ଼ିଶାରୁ ମାତ୍ର 3 ଜଣ ସଂଜୟ ରାଉଳ, ଦେବାଶିଷ ମହାନ୍ତି ଓ ଶିବସୁନ୍ଦର ଦାସ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି। 2022 ପରଠାରୁ ଓଡ଼ିଶାରୁ ଆଉ କେହି ଭାରତୀୟ ଦଳରେ ସ୍ଥାନ ପାଇନାହାନ୍ତି । ଘରୋଇ କ୍ରିକେଟରେ ବି ଓଡ଼ିଶାର ପ୍ରଦର୍ଶନ ଶୋଚନୀୟ। ଗତ 2 ସିଜିନ୍ ହେଲା ଓଡ଼ିଶା ଗ୍ରୁପରେ ଷଷ୍ଠ ଓ ସପ୍ତମ ସ୍ଥାନରେ ରହି ଆସୁଛି । 32 ରାଜ୍ୟରୁ ଆମ ସ୍ଥାନ 30ରେ । ବିଜୟ ହଜାରେର ବି ସମାନ ସ୍ଥିତି। ସେହିଭଳି ଆଇପିଏଲରେ ବି ସ୍ଥାନ ପାଉନାହାନ୍ତି ଓଡ଼ିଶା ଖେଳାଳି। ବର୍ଷକୁ କେବଳ ଗୋଟିଏ ଗୋଟିଏ ଇଣ୍ଟରନ୍ୟାସନାଲ୍ ମ୍ୟାଚ୍ କରି କାମ ସାରିଦେଉଛି କି ଓସିଏ, କାହିଁକି ତିଆରି ହେଉନାହାନ୍ତି ଅନ୍ତର୍ଜାତୀୟ ଖେଳାଳି, କାହିଁକି ଗ୍ରାସରୁଟରୁ ବାହାରୁନାହାନ୍ତି ଖେଳାଳି, କାହିଁକି କେବଳ ନିର୍ଦ୍ଧିଷ୍ଚ କ୍ଲବକୁ ଅନୁକଂପା, ଏନେଇ ପ୍ରଶ୍ନ ଉଠାଇଛନ୍ତି ଓସିଏ ସଦସ୍ୟ ତଥା ଓଡ଼ିଶା ଟିମର ପୂର୍ବତନ କୋଚ୍ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର।

ସେପଟେ ଲୋଧା କମିଟି ସୁପାରିଶ ଅନୁସାରେ ଓସିଏ ନିର୍ବାଚନ ହେଇନଥିବାରୁ ବିବାଦ ବଢିବାରେ ଲାଗିଛି । 3 ବର୍ଷ ବିତିଯାଇଥିଲେ ବି ସଂଜୟ ଓ ଟିମ୍ ନିର୍ବାଚନ କରାଉନାହାନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
OCA dispute | Odisha Cricket Association Faces Major Scam Allegations Over BCCI Funds | Argus News