Videos
|
Odisha

ନାବାଳିକାଙ୍କୁ ବିବାହ ପରେ ପ୍ରତାରଣା ଅଭିଯୋଗରେ ଜଣେ ଗିରଫ

Banajyotshna Ray
Browse all articles by Banajyotshna Ray
·10 months ago·1 min read
ନାବାଳିକାଙ୍କୁ ବିବାହ ପରେ ପ୍ରତାରଣା ଅଭିଯୋଗରେ ଜଣେ ଗିରଫ

Key Points

ନାବାଳିକା ଯୁବତୀଙ୍କୁ ବିବାହ

୯ମାସର ଗର୍ଭବତୀ ପରେ ପ୍ରତାରଣା ଅଭିଯୋଗରେ ଜଣେ ଗିରଫ 

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଜୈନେକା ନାନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ମନ୍ଦିରରେ ବିବାହ କରିବା ସହିତ ୯ ମାସର ଗର୍ଭବତୀ କରିବା ପରେ ପ୍ରତାରଣା କରିବା ଅଭଯୋଗରେ ପୋଲିସ ପ୍ରେମିକକୁ ଗିରଫ କରିଛି l ସୂଚନା ଯେ କଣିହାଁ ଥାନା ଅଞ୍ଚଳର ଜୈନେକା ନାବାଳିକାକୁ କୁଣ୍ଡେଇଗୋଳା ଥାନା ଜରାଛାଟ ଗାଁ ଅର୍ଜୁନ ନାଏକ ପ୍ରେମ କରିବା ସହିତ ଛେଣ୍ଡିପଦା ଥାନା କଇଁଛ ପଦା ମନ୍ଦିରରେ ବିବାହ କରିଥିଲେ l ବିବାହ ପରେ ଅର୍ଜୁନ ଛେଣ୍ଡିପଦାରେ ଏକ ଘର ଭଡା ନେଇ ୮ମାସ ରହିବା ପରେ ଅର୍ଜୁନ ତାଙ୍କ ଗାଁ ଜରାଛାଟ ଯାଇଥିଲେ l


ପୂର୍ବରୁ ଅର୍ଜୁନ ବିବାହିତ ହୋଇଥିବା ବେଳେ ତାଙ୍କର ସ୍ତ୍ରୀ ଓ ଝିଅ ଥିବାରୁ ପରିବାର ଲୋକ ସେମାନଙ୍କୁ ଗ୍ରହଣ କରି ନଥିଲେ l ଏହା ପରେ ଅର୍ଜୁନ ପ୍ରେମିକାକୁ ନିଶା ଶିଳ୍ପାଞ୍ଚଳ ଥାନା କାଳିଆକଟା ଗାଁରେ ଏକ ଭଡା ଘରେ ରଖି ଛାଡି ପଳାଇ ଯାଇଥିଲେ l ଏପରିକି ତାଙ୍କ ମୋବାଇଲକୁ ଫୋନ କଲେ ଫୋନ କାଟି ଦେଇଥିଲେ l ପ୍ରେମିକା ଜଣଙ୍କ ୯ମାସର ଗର୍ଭବତୀ ଥିବା ବେଳେ ନିରୁପାୟ ହୋଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ପୋଲିସ ଛେଣ୍ଡିପଦା ଥାନାରେ ପୋକ୍ସ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିବା ସହିତ ଅର୍ଜୁନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
One Arrested for Cheating Minor Girl After Marriage | Argus News | Argus News