Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକ-ଭୁବନେଶ୍ଵର ମଧ୍ୟରେ ଭିଡ଼ କମାଇବ ୬ ଲେନ୍ ବିଶିଷ୍ଟ ରିଂ ରୋଡ୍, ୧୧୧ କିମି ବାଇପାସ୍ ପାଇଁ ଖର୍ଚ୍ଚ ହେବ ୮୩୦୭ କୋଟି

Sushanta Sahoo
Browse all articles by Sushanta Sahoo
·11 months ago·1 min read
କଟକ-ଭୁବନେଶ୍ଵର ମଧ୍ୟରେ ଭିଡ଼ କମାଇବ ୬ ଲେନ୍ ବିଶିଷ୍ଟ ରିଂ ରୋଡ୍, ୧୧୧ କିମି ବାଇପାସ୍ ପାଇଁ ଖର୍ଚ୍ଚ ହେବ ୮୩୦୭ କୋଟି

Key Points

କଟକ-ଭୁବନେଶ୍ଵର ମଧ୍ୟରେ ଟ୍ରାଫିକ୍ ନିୟନ୍ତ୍ରଣ ସହ ଯାତାୟାତକୁ ସୁଗମ କରିବା ଲାଗି ନିର୍ମାଣ ହେବ ୬ ଲେନ୍ ବିଶିଷ୍ଟ ରିଂ ରୋଡ୍ । ୧୧୦.୮୭୫ କିଲୋମିଟର ରାସ୍ତା ପାଇଁ ୮୩୦୭.୭୪ କୋଟି ଖର୍ଚ୍ଚ କରାଯିବ ।

ନୂଆଦିଲ୍ଲୀ: ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ବଡ଼ ଭେଟି । ଟ୍ଵିନ୍ ସିଟିରେ ତିଆରି ହେବ ନୂଆ ରିଂ ରୋଡ୍ । କଟକ-ଭୁବନେଶ୍ଵର ମଧ୍ୟରେ ଟ୍ରାଫିକ୍ ନିୟନ୍ତ୍ରଣ ସହ ଯାତାୟାତକୁ ସୁଗମ କରିବା ଲାଗି ନିର୍ମାଣ ହେବ ୬ ଲେନ୍ ବିଶିଷ୍ଟ ରିଂ ରୋଡ୍ । ୧୧୦.୮୭୫ କିଲୋମିଟର ରାସ୍ତା ପାଇଁ ୮୩୦୭.୭୪ କୋଟି ଖର୍ଚ୍ଚ କରାଯିବ । କେନ୍ଦ୍ର କ୍ୟାବିନେଟ୍ ଏହି ରିଂ ରୋଡ୍ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି ।


ନୂଆ ରିଂ ରୋଡ୍‌ଟି ଖୋର୍ଦ୍ଧା ରାମେଶ୍ଵରରୁ କଟକର ଟାଙ୍ଗୀକୁ ଛୁଇଁବ । ଏହା ଫଳରେ ଜାତୀୟ ରାଜପଥ ୧୬ରେ ହେଉଥିବା ଭିଡ଼ ହ୍ରାସ ପାଇବ । କଟକ, ଭୁବନେଶ୍ଵର ଏନ୍ଏଚ୍-୧୬ରେ ହେଉଥିବା ଭିଡ଼ ନୂଆ ରିଂ ରୋଡ୍‌ ଖୋର୍ଦ୍ଧା ଆଡ଼କୁ ପାସ୍ କରିବ । ଅଢ଼େଇ ବର୍ଷରେ ସରିବ ୧୧୧ କିଲୋମିଟର ୬ ଲେନ୍ ବିଶିଷ୍ଟ ରିଂ ରୋଡ୍ କାର୍ଯ୍ୟ । ଏହି ରିଂ ରୋଡ୍ ଦ୍ଵାରା ବିଶେଷକରି ସାମଗ୍ରୀ ପରିବହନ ସୁବିଧା ହେବ ।


ନୂଆ ରିଂ ରୋଡ୍ ଏନ୍‌ଏଚ୍-୧୬ ସହ ୩ଟି ମୁଖ୍ୟ ଜାତୀୟ ରାଜପଥ ଏନ୍ଏଚ୍-୫୫, ଏନ୍ଏଚ୍-୫୭ ଓ ଏନ୍ଏଚ୍-୬୫୫ ସହ ଏସଏଚ୍-୫୪ ସହ ଯୋଡ଼ି ହେବ । ଏହାଦ୍ଵାରା କୋଲକାତା-ଚେନ୍ନାଇ ମଧ୍ୟରେ ପରିବହନ ଆହୁରି ସୁଗମ ହେବ । ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଲାଗି ୧୦୨୯.୪୩ କୋଟି ରଖାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Gets Major Boost: ₹8307 Cr Approved for 6-Lane Ring Road Between Cuttack and Bhubaneswar | Argus News | Argus News