Heavy rainfall / ଆଜିଠୁ ବଦଳିବ ପାଣିପାଗ, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା
·4 months ago·2 min read

Key Points
ଓଡିଶା ଉପରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ
ବାଲେଶ୍ଵର,ମୟୂରଭଞ୍ଜ,କେଉଁଝର,ସୁନ୍ଦରଗଡ଼ରେ ପ୍ରବଳ ବର୍ଷା
୩୦ରୁ ୪୦ କିଲୋମିଟର ବେଗରେ ପବନ ହେବା ନେଇ ଆକଳନ
ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଓଡିଶା ଉପରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ସମୁଦ୍ରପତନର ୧.୫ କିମି ଯାଏ ଏହା ବିସ୍ତୃତ ହୋଇ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ପାଇଁ ପ୍ରବଳ ବର୍ଷା ସହ ସହ ବିଜୁଳି ଘଡଘଡି ନେଇ ବାଲେଶ୍ଵର,ମୟୂରଭଞ୍ଜ,କେଉଁଝର,ସୁନ୍ଦରଗଡ଼ କୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ।
ରାଜ୍ୟରେ ଆଜି ଠାରୁ ଛେଚିବ ବର୍ଷା । ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ । ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ହେବା ନେଇ ଆକଳନ କରାଯାଇଛି । ଅନ୍ୟପଟେ ବିଜୁଳି ଘଡଘଡି ସମୟରେ ବାହାରକୁ ନ ବାହାରିବା ସହ ଗଛ ତଳେ ଛିଡା ନ ହେବାକୁ ଉପଦେଶ ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶିକା ଡ. ମନୋରମା ମହାନ୍ତି। ଏହା ପରେ ଦିନ ତାପମାତ୍ରା ୧ ରୁ ୨ ଡିଗ୍ରୀ ହ୍ରାସ ହେବାର ସମ୍ଭାବନା ରହିଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ରବିବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ଝଡ଼ବର୍ଷାର ଆଶଙ୍କା ଅଛି । ଏହି ସବୁ ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବହିପାରେ । କେବଳ ୪ ଜିଲ୍ଲା ନୁହେଁ, ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଏକାଧିକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ବୌଦ୍ଧର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ରହିଛି ।
ଆସନ୍ତାକାଲି ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ଆଶଙ୍କା ଅଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରଡ. ଶରତ ସାହୁ କହିଛନ୍ତି, କାଳବୈଶାଖୀ ପ୍ରଭାବରେ ରବିବାର ଓ ସୋମବାର କିଛି ସ୍ଥାନରେ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ । କିନ୍ତୁ ବଡ଼ଧରଣର ବା ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ନାହିଁ । ଶନିବାର ସୋନପୁରରେ ଦିନ ତାପମାତ୍ରା ସର୍ବାଧିକ ୩୭.୭ ଡିଗ୍ରୀ ସେଲସିୟସ୍ ରହିଥିଲା । ଟିଟିଲାଗଡ଼ରେ ୩୭.୬, ସମ୍ବଲପୁର ଓ ବଲାଙ୍ଗୀରରେ ୩୬.୪, ଝାରସୁଗୁଡ଼ାରେ ୩୬.୨, ନବରଙ୍ଗପୁରରେ ୩୬ ଡିଗ୍ରୀ ରହିଥିଲା। ତେବେ ବର୍ଷା ଫଳରେ ପ୍ରବଳ ତାତିରୁ ତ୍ରାହି ମିଳିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories