Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ଆଉ ୮୦୦ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ କେନ୍ଦ୍ରକୁ ଅନୁରୋଧ

Sushanta Sahoo
Browse all articles by Sushanta Sahoo
·10 months ago·1 min read
ଓଡ଼ିଶାରେ ଆଉ ୮୦୦ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ କେନ୍ଦ୍ରକୁ ଅନୁରୋଧ

Key Points

ପ୍ରାକୃତିକ ବିପର୍ଯୟ ଜନିତ ସମସ୍ୟା ସମାଧାନ ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଛନ୍ତି । ରାଜ୍ୟରେ ଆଉ ୮୦୦ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଛନ୍ତି ରାଜସ୍ଵ ମନ୍ତ୍ରୀ ।

ଭୁବନେଶ୍ଵର: ରାଜ୍ୟରେ ଆହୁରି ମଜଭୁତ ହେବ ବିପର୍ଯ୍ୟୟ ପରିଚାଳନା । ଏନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଭେଟି ବିଭିନ୍ନ ଦାବି ଜଣାଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ଦିଲ୍ଲୀ ଗସ୍ତ ବେଳେ ରାଜସ୍ଵ ମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆଗରେ ୭ଟି ଦାବି ଉପସ୍ଥାପନ କରିଛନ୍ତି । ପ୍ରାକୃତିକ ବିପର୍ଯୟ ଜନିତ ସମସ୍ୟା ସମାଧାନ ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଛନ୍ତି । ରାଜ୍ୟରେ ଆଉ ୮୦୦ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଛନ୍ତି ରାଜସ୍ଵ ମନ୍ତ୍ରୀ ।


ଓଡ଼ିଶା ବାତ୍ୟା ପ୍ରବଣ ହୋଇଥିବାରୁ ଆଗୁଆ ପାଣିପାଗ ସୂଚନା ହାସଲକୁ ଆଧୁନିକୀକରଣ ପାଇଁ କେନ୍ଦ୍ରୀୟ ସହାୟତା ମାଗିଛନ୍ତି । ରାଜ୍ୟରେ ବାତ୍ୟା, ବନ୍ୟା ସମୟରେ ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେଉଛି । ଫଳରେ ଲମ୍ବା ସମୟ ପର୍ଯ୍ୟନ୍ତ ବିଜୁଳି କାଟ କରିବାକୁ ପଡ଼ୁଛି । ତେଣୁ ରାଜ୍ୟର ମୁଖ୍ୟତଃ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ବିଜୁଳି ଭିତ୍ତିଭୂମିକୁ ଅଣ୍ଡର ଗ୍ରାଉଣ୍ଡ କରିବା ପାଇଁ ଆଲୋଚନା କରିଛନ୍ତି । ଏଥିପାଇଁ ସାଢ଼େ ୭ ହଜାର କୋଟି ଟଙ୍କା ପ୍ରାଥମିକ ସ୍ତରରେ ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି ।


ସେହିଭଳି ରାଜ୍ୟରେ ଜମି ବନ୍ଦୋବସ୍ତ ନେଇ ନେଇ ବହୁ ସମସ୍ୟା ଅଛି । ତେଣୁ ଜମିଜମା ମାମଲାର ସମାଧାନ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ଏହାସହ FCI ଚାଉଳ ଉଠିବା ପାଇଁ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ଵ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Seeks Centre’s Help for Stronger Disaster Management: Revenue Minister Suresh Pujari | Argus News | Argus News