Odisha Latest News / ଖୋର୍ଦ୍ଧାରୁ କେନ୍ଦୁଝର, ବାଲେଶ୍ଵରରୁ ଦେବଗଡ଼; ବଦଳିଯିବ ୭ ଜିଲ୍ଲାର ଇଂରାଜୀ ନାଁ, ପ୍ରକାଶ ପାଇଲା ବିଜ୍ଞପ୍ତି
·7 months ago·2 min read

Key Points
ଦ୍ଵନ୍ଦ୍ଵ ସୃଷ୍ଟି କରୁଥିବା ନାଁରେ ସଂଶୋଧନ ଆଣି ପରିବର୍ତ୍ତନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି କ୍ରମରେ ୭ଟି ଜିଲ୍ଲାର ନାଁ ସହ ୧୧ଟି ବ୍ଲକ ଓ ତହସିଲ୍, ୪ଟି ଉପଖଣ୍ଡ ଏବଂ ୨ଟି ମ୍ୟୁନିସିପାଲିଟିର ଇଂରାଜୀ ନାଂ ସଂଶୋଧନ କରାଯିବ ।
ଭୁବନେଶ୍ଵର: ଓଡ଼ିଆରେ ଗୋଟେ, ଇଂରାଜୀରେ ଆଉ ଗୋଟେ । ଜିଲ୍ଲା, ବ୍ଲକ୍, ତହସିଲ୍ ଓ ବିଭିନ୍ନ ଅଞ୍ଚଳର ଏଭଳି ନାମକରଣକୁ ନେଇ ଦ୍ଵନ୍ଦ୍ଵ ଲାଗି ରହିଥିବା ବେଳେ ପଦକ୍ଷେପ ନେଇଛି ରାଜସ୍ଵ ବିଭାଗ । ଦ୍ଵନ୍ଦ୍ଵ ସୃଷ୍ଟି କରୁଥିବା ନାଁରେ ସଂଶୋଧନ ଆଣି ପରିବର୍ତ୍ତନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହି କ୍ରମରେ ୭ଟି ଜିଲ୍ଲାର ନାଁ ସହ ୧୧ଟି ବ୍ଲକ ଓ ତହସିଲ୍, ୪ଟି ଉପଖଣ୍ଡ ଏବଂ ୨ଟି ମ୍ୟୁନିସିପାଲିଟିର ଇଂରାଜୀ ନାଂ ସଂଶୋଧନ କରାଯିବ । ଦେବଗଡ଼, ଖୋରଧା, ଅନୁଗୋଳ, ବାଲେଶ୍ଵର, କେନ୍ଦ୍ରାପଡ଼ା, କେନ୍ଦୁଝର, ନୟାଗଡ଼ ଆଦି ଜିଲ୍ଲାର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯିବ ।
ଏଥିସହ ପଢ଼ନ୍ତୁ: ପୁଣି ଭୟଙ୍କର ଟ୍ରେନ ଦୁର୍ଘଟଣା: ଯାଜପୁରରେ ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ ଲାଇନଚ୍ୟୁତ
ଏନେଇ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ଥାନ ଗୁଡ଼ିକର ନାମ ପରିବର୍ତ୍ତନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ନାମ ପରିବର୍ତ୍ତନ ନେଇ କାହାରି କିଛି ଆପତ୍ତି ଅଭିଯୋଗ ଥିଲେ ବିଜ୍ଞପ୍ତିର ୧୫ ଦିନ ମଧ୍ୟରେ ସହାୟକ ନଥିପତ୍ର ଅଭିଯୋଗ କରିବାକୁ କୁହାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୧ ଜିଲ୍ଲାର ୨୪ଟି ସ୍ଥାନର ନାଁ ବଦଳିବ
ରାଜସ୍ଵ ବିଭାଗର ବିଜ୍ଞପ୍ତି ଅନୁସାରେ, ମୋଟ ୧୧ଟି ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାଁରେ ପରିବର୍ତ୍ତନ ଅଣାଯିବ । ଇଂରାଜୀରେ ତ୍ରୁଟିପୂର୍ଣ୍ଣ ଭାବେ ଲେଖା ଯାଉଥିବା ମାଲକାନଗିରି ଜିଲ୍ଲାର ପଡ଼ିଆ ବ୍ଲକ ସହ ଦେବଗଡ଼ ଜିଲ୍ଲା ଏବଂ ରିଆମାଳ ବ୍ଲକର ନାଁ ପରିବର୍ତ୍ତନ ହେବ ।
ସେହିଭଳି କନ୍ଧମାଳ ହେବ ଖଣ୍ଡମାଳ । ଖୋର୍ଦ୍ଧାକୁ ଖୋରଧା ଲେଖାଯିବ । ବୋଲଗଡ଼, ବାଣପୁର, ଜଟଣୀର ଇଂରାଜୀ ବନାନଗତ ତ୍ରୁଟି ସଂଶୋଧନ ହେବ । ଅନୁଗୋଳ, ପାଲଲହଡ଼ା, ଆଠଗଡ଼, ସାଲେପୁର, ବଡ଼ମ୍ବା ଆଦି ସ୍ଥାନର ଇଂରାଜୀ ବନାନକୁ ଠିକ୍ କରାଯିବ ।
ଏଥିସହ ପଢ଼ନ୍ତୁ: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପରିବର୍ତ୍ତନ ହେଲା ନିୟମ। ନୂଆ ଗାଇଡଲାଇନ ଜାରି କଲା UPSC
ବାଲେଶ୍ଵର, ନୀଳଗିରି, ଆଳି, କେନ୍ଦ୍ରାପଡ଼ା, ମହାକାଳପଡ଼ା, କେନ୍ଦୁଝର, ବଡ଼ବିଲ, କେନ୍ଦୁଝରଗଡ଼, ରେଢ଼ାଖୋଲ, ନୟାଗଡ଼, ଦଶପଲ୍ଲା ଆଦି ସ୍ଥାନର ଇଂରାଜୀ ବନାନଗତ ତ୍ରୁଟିରେ ସଂଶୋଧନ କରାଯିବ ।
ଏବେ ପଡ଼ିଆକୁ ଇଂରାଜୀରେ ପୋଡ଼ିଆ, ଖୋରଧାକୁ ଖୋରଧା, ବୋଲଗଡ଼କୁ ବୋଲଗର, ଅନୁଗୋଳକୁ ଅନଗୁଳ, ପାଲଲହଡ଼ାକୁ ପାଲଲହରା, ଆଠଗଡ଼କୁ ଆଠଗର, ସାଲେପୁରକୁ ସାଲିପୁର, ବଡ଼ମ୍ବାକୁ ବରମ୍ବା, ବାଲେଶ୍ଵରକୁ ବାଲାସୋର, ଆଳିକୁ ଅଲ, କେନ୍ଦ୍ରାପଡ଼ାକୁ କେନ୍ଦ୍ରାପରା, ମହାକାଳପଡ଼଼ାକୁ ମହାକାଳପରା, କେନ୍ଦୁଝରକୁ କେଉଁଝର, ବଡ଼ବିଲକୁ ବରବିଲ, ରେଢ଼ାଖୋଲକୁ ରେୟାରଖୋଲ, ନୟାଗଡ଼କୁ ନୟାଗର ଲେଖା ଯାଉଛି ।
Related Topics
Explore more stories