Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ଛାଡିଲେ ଭିଣୋଇ ଅରିନ୍ଦମ ରାୟ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବିଜେଡି ଛାଡିଲେ ଭିଣୋଇ ଅରିନ୍ଦମ ରାୟ

Key Points

  • ନିର୍ବାଚନ ପୂର୍ବରୁ ବବିଙ୍କୁ ଶକ୍ତ ଝଟକା
  • ବିଜେଡି ଛାଡିଲେ ଭିଣୋଇ ଅରିନ୍ଦମ ରାୟ
  • ନବୀନଙ୍କୁ ଦେଖା ନମିଳିବାରୁ ଛାଡିଲେ ଦଳ

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିଲା ଜୋରଦାର ଝଟକା । ଖୋଦ୍‌ ସଂଗଠନର ସାଧାରଣ ସମ୍ପାଦକଙ୍କ ଭିଣୋଇ ଅରିନ୍ଦମ ରାୟ ଛାଡିଲେ ବିଜେଡି । ଇସ୍ତଫା ପତ୍ରରେ ସ୍ପଷ୍ଟ ଲେଖିଛନ୍ତି କି ବାରମ୍ବାର ଚେଷ୍ଟା କରିବା ପରେ ବି ନବୀନଙ୍କ ଦେଖା ମିଳିଲା ନାହିଁ । ସେଇଥି ଲାଗି ତ ଦଳରୁ ଇସ୍ତଫା ଦେଲେ ଅରିନ୍ଦମ । ଆଉ ଇସ୍ତଫା ପତ୍ରରେ ଲେଖିଲେ ଦଳରେ ତାଙ୍କୁ ଅଣଦେଖା କରାଯାଉଥିଲା । ଏହାସହ ଦଳର ସୁପ୍ରିମୋଙ୍କୁ ଭେଟିବାକୁ ଯିବା ପାଇଁ ତାଙ୍କୁ ଅନୁମତି ମିଳୁନଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।  ତେବେ ଆଦର୍ଶ ଆଚରଣ ବିଧି ଲାଗିବା ପୂର୍ବରୁ ଅରିନ୍ଦମ ଯେଉଁ ନିଷ୍ପତ୍ତି ନେଲେ ତାହାକୁ ନେଇ ଚର୍ଚ୍ଚା ଜୋର ।

ନିର୍ବାଚନ ପୂର୍ବରୁ ଅରିନ୍ଦମ ଦେଲେ ମାଷ୍ଟର ଷ୍ଟ୍ରୋକ୍‌ । ପୂର୍ବରୁ ଚର୍ଚ୍ଚା ଯାହା ହେଉଥିଲେ ଆଜି ସେଇୟା ହିଁ ସତ ହେଲା । ଅର୍ଥାତ୍‌ ବିଜେଡି ଛାଡିଲେ ଅରିନ୍ଦମ । ଗୁରୁତ୍ଵପୂର୍ଣ୍ଣ କଥା ହେଲା ବବି ବିଜେଡିରେ ଟାଣୁଆ ନେତା ଥିବା ପରେ ବି କାହିଁକି ନବୀନଙ୍କ ସହ ତାଙ୍କର ସାକ୍ଷାତ ହୋଇପାରିଲା ନାହିଁ ତାହାକୁ ନେଇ ଉଠିଲାଣି ପ୍ରଶ୍ନ । ତେବେ ଏଠାରେ କହିରଖୁଛୁ, କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ସହିତ ପୂର୍ବରୁ ବିଜେଡି ନେତା ଅରିନ୍ଦମ ରାଏଙ୍କୁ ଦେଖିବାକୁ ମିଳିଥିଲା । ଏହାସହ କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବା ପରେ ପ୍ରକାଶ ବେହେରାଙ୍କ ସହିତ ଅରିନ୍ଦମଙ୍କ ସାକ୍ଷାତକୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଥିଲା । ଅରିନ୍ଦମଙ୍କ ଗତି କୁଆଡ଼େ ବୋଲି ଚର୍ଚ୍ଚା ହେଉଥିଲା । ଏମିତିକି ଦଳ ତାଙ୍କୁ କଣଠେସା କରିଥିବା ଚର୍ଚ୍ଚା ହେଉଥିଲା । ହେଲେ ଆଜି ସେ ଯେମିତି ଭାବରେ ଆଜି ଦଳ ଛାଡିଦେଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ଖାଲି ଏତିକି ନୁହେଁ ବରଂ ଗତ ୧୨ ତାରିଖରେ କଟକ ବାଲିଯାତ୍ରା ପଡ଼ିଆରେ ଏକ ଯୁବ ସମ୍ମିଳନୀ କରିଥିଲେ ଅରିନ୍ଦମ । କହିଥିଲେ- ମୁଁ କାହାକୁ ଦେଖା କରିବାରେ କିଛି ଅସୁବିଧା ନାହିଁ। ଯିଏ ଯାହା ଭାବୁଛନ୍ତି, ଭାବନ୍ତୁ । ସେଠାରେ ଲାଗିଥିବା ବ୍ୟାନରରେ ବିଜେଡି ନାମ ଗନ୍ଧ ନଥିଲା। ଅରିନ୍ଦମଙ୍କ ସେହି ସଭାରେ ବହୁ ଯୁବକ ଓ ବୁଦ୍ଧିଜୀବୀ ସାମିଲ୍‌ ହୋଇଥିଲେ । ମୋଟ୍‌ ଉପରେ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ଚର୍ଚ୍ଚା ବି ସେତିକି ସେତିକି ବଢୁଛି । ହେଲେ ଆଜି ଅରିନ୍ଦମ ଯେମିତି ମାଷ୍ଟର ଷ୍ଟ୍ରୋକ୍‌ ଦେଲେ ତାହାକୁ ନେଇ ଚର୍ଚ୍ଚା ଜୋର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Odisha Elections 2024 | Argus News