Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସିଲା ADR ରିପୋର୍ଟ : ୬୫ ନେତାଙ୍କ ନାଁରେ ଅପରାଧିକ ମାମଲା

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଆସିଲା ADR ରିପୋର୍ଟ : ୬୫ ନେତାଙ୍କ ନାଁରେ ଅପରାଧିକ ମାମଲା

Key Points

  • ଆସିଲା ADR ରିପୋର୍ଟ
  • ୬୫ ନେତାଙ୍କ ନାଁରେ ଅପରାଧିକ ମାମଲା
  • ୪୮ ଜଣଙ୍କ ନାଁରେ ଜଘନ୍ୟ ଅପରାଧ ମାମଲା

ଅର୍ଗସ ବ୍ୟୁରୋ : ADR ରିପୋର୍ଟ ଆସିଲା, ବିଜେଡି ନେତାଙ୍କ ଗୁମର ଖୋଲିଲା । ରାଜ୍ୟରେ ୧୩ ତାରିଖରେ ଭୋଟ୍‌ ପଡ଼ିବ, ଏହା ପୂର୍ବରୁ ଲୋକସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ସେମାନଙ୍କ ମଧ୍ୟରୁ ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ । ବ୍ରହ୍ମପୁରରୁ ସ୍ୱାଧୀନ ଭାବେ ବିଧାୟକ ଭାବେ ଲଢୁଥିବା ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ନାଁରେ ରହିଛି ସବୁଠୁ ଅଧିକ ୪୬ଟି କ୍ରିମିନାଲ କେସ୍ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ ୪ ଜଣ ଆଦୌ ପାଠ ପଢ଼ି ନାହାନ୍ତି । ମୈଦାନରେ ଅଛନ୍ତି ମାତ୍ର ୩୨ଜଣ ମହିଳା । ସବୁଠୁ ଧନୀ ପ୍ରାର୍ଥୀ ହେଲେ ଦିଗପହଣ୍ଡିର ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ର। ତାଙ୍କର ମୋଟ ସଂପତ୍ତି ହେଲା ୩୩ କୋଟି ୩୬ ଲକ୍ଷରୁ ଅଧିକ । ସେ ଦେଇଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି । ଦୁଇ ଜଣ ପ୍ରାର୍ଥୀ କହିଛନ୍ତି, ତାଙ୍କ ପାଖରେ କୌଣସି ସଂପତ୍ତି ନାହିଁ । ଲକ୍ଷ୍ମୀପୁର ଆସନରୁ ବିଧାୟକ ପ୍ରାର୍ଥୀ ରିପବ୍ଲିକାନ ପାର୍ଟିର ରମେଶ ଜାନିଙ୍କ ପାଖରେ ଅଛି ମାତ୍ର ହଜାରେ ଟଙ୍କା। ସବୁ ପ୍ରାର୍ଥୀଙ୍କ ସତ୍ୟପାଠରୁ ତଥ୍ୟ ସଂଗ୍ରହ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଏଡିଆର୍ ଏବଂ ଓଡ଼ିଶା ଇଲେକସନ ୱାଚ୍।

ବିଜେଡିରେ ମାଳମାଳ ଦାଗୀ ନେତା । ଏ କଥା ଆମେ ନୁହେଁ ବରଂ ଏଡିଆର ରିପୋର୍ଟ ହିଁ କହୁଛି । ଗୋଟିଏ କଥା ମୁଖ୍ୟମନ୍ତ୍ରୀ ସବୁବେଳେ କହୁଛନ୍ତି ଆମେ ଅପରାଧ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ରଖୁଛୁ । ହେଲେ ତାଙ୍କ ଦଳର ମାଳମାଳ ନେତାଙ୍କ ନାଁରେ ସାଙ୍ଘାତିକ ଓ ସଙ୍ଗୀନ ଅଭିଯୋଗ ରହିଛି । ତେଣୁ ସେମାନଙ୍କୁ ଦଳ କେମିତି ଟିକଟ ଦେଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ନବୀନ କଥା କୁହନ୍ତି ଗୋଟାଏ ଆଉ କରନ୍ତି ଆଉ ଗୋଟାଏ ବୋଲି ଲୋକେ କହିଲେଣି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Elections 2024 | Argus News