Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାରିଲା ଘଡେଇ ପରିବାର, ଜିତିଲା ଦାସ ପରିବାର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ହାରିଲା ଘଡେଇ ପରିବାର, ଜିତିଲା ଦାସ ପରିବାର

Key Points

  • କୋରେଇ ସସ୍‌ପେନ୍ସରୁ ଉଠିଲା ପରଦା
  • ବବିଙ୍କ ମାଆ ହେଲେ ପ୍ରାର୍ଥୀ
  • ହାରିଲା ଘଡେଇ ପରିବାର, ଜିତିଲା ଦାସ ପରିବାର

ଅର୍ଗସ ବ୍ୟୁରୋ : ଚର୍ଚ୍ଚା ଯାହା ହେଉଥିଲା, ଏବେ ସେଇୟା ହିଁ ହେଲା । ଅର୍ଥାତ୍‌ ବିଜେଡି ଘୋଷଣା କଲା କୋରେଇ ପ୍ରାର୍ଥୀ ତାଲିକା । କୋରେଇରୁ ଏଥର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ବବି ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ । ପୂର୍ବରୁ ଅଶୋକ ଦାସ ଏଇ ଆସନରୁ ବିଧାୟକ ହୋଇଥିଲେ । ଏବେ ପୁଣି ଥରେ ଦାସ ପରିବାରକୁ କୋରେଇ ଆସନରୁ ଟିକେଟ୍‌ ମିଳିଛି ।

କଥା କୁହେ ଗୋଟିଏ, କରେ ଆଉ ଗୋଟିଏ । ଏ କଥା ଆମେ ନୁହେଁ ବରଂ ବିଜେଡି କରିକି ହିଁ ଦେଖାଇଛି । କାରଣ ପୂର୍ବରୁ ବବି ଦାସଙ୍କ ସପକ୍ଷରେ ଯାଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଟ୍ଵିଟ୍‌ କରି କହିଥିଲେ, ପରିବାରରେ କେବଳ ଜଣଙ୍କୁ ଟିକଟ ଦେବାକୁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଅତ୍ୟନ୍ତ ସ୍ଵାଗତଯୋଗ୍ୟ । ଏହାସହ ସେ କହିଥିଲେ, ସାଙ୍ଗଠନିକ ସମ୍ପାଦକ ହେବା ପରେ ବି ସେ ଟିକଟରେ କୌଣସି ପାତରଅନ୍ତର କଲେନି । କିନ୍ତୁ ଆଜି ଟିକଟ ଘୋଷଣା ହେବା ପରେ ବିଜେଡିର ସବୁ ମିଛ ଧରାପଡିଛି । ଆଉ ପ୍ରମାଣ ହୋଇଛି ବିଜେଡି କହେ ଗୋଟେ କରେ ଆଉ ଗୋଟାଏ ।

ତେବେ ବାକି ଥିବା ୩ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜେଡି । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । କୋରେଇ- ସଂଧ୍ୟାରାଣୀ ଦାସ, ଖଣ୍ଡପଡ଼ା- ସାବିତ୍ରୀ ପ୍ରଧାନ ଟିକଟ ପାଇଛନ୍ତି । ନୀଳଗିରିରୁ ପ୍ରାର୍ଥୀ ହେଲେ ସୁକାନ୍ତ କୁମାର ନାୟକ । ମୋଟ୍‌ ଉପରେ ବିଜେଡିର ଟିକଟକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । ଖାସ୍‌ କରି ଅଶୋକ ଦାସଙ୍କ ପରିବାରର ପୁଣି ଜଣେ ଟିକଟ ପାଇଥିବାରୁ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Pranab Das | Argus News