Videos
|
Odisha

ନବୀନଙ୍କ ରୋଡ୍‌ ସୋ'ରୁ ପଳାଇଲେ ଲୋକେ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ନବୀନଙ୍କ ରୋଡ୍‌ ସୋ'ରୁ ପଳାଇଲେ ଲୋକେ

Key Points

  • ନବୀନଙ୍କ ରୋଡ୍‌ ସୋ'ରୁ ପଳାଇଲେ ଲୋକେ
  • ମୋଦିଙ୍କୁ ଦେଖିଲେ, ନବୀନଙ୍କୁ ନାକ ଟେକିଲେ
  • ଖାଲି ରାସ୍ତାରେ ହାତ ହଲାଇ ରୋଡ୍‌ ସୋ' କଲେ ନବୀନ

ଅର୍ଗସ ବ୍ୟୁରୋ: ରାଜଧାନୀର ରାଜରାସ୍ତାରେ ନବୀନ କରୁଥିଲେ ରୋଡ୍‌ ସୋ' । ଚିରାଚରିତ ଢଙ୍ଗରେ ବସ୍‌ରେ ବସି ରୋଡ୍‌ ସୋ' କରୁଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଟଙ୍କା ନେଇ ରାସ୍ତା କଡ଼ରେ ଥିବା ଲୋକ କିନ୍ତୁ ଅଧା ରାଲିରୁ ପଳାଇଗଲେ । ବିଜେଡି ନେତା ଯେତେ ବୁଝାଇବାକୁ ଚେଷ୍ଟା କଲେ ବି ଲାଭ କିଛି ହୋଇନଥିଲା । ଆଉ ନବୀନଙ୍କ ରୋଡ୍‌ ସୋ' ପ୍ରି ପ୍ଲାନ ହୋଇଥିବାରୁ ଖାଲି ରାସ୍ତାରେ ସୋ' ହେଲା । ଲୋକେ କହିଲେଣି ନବୀନଙ୍କର ନାହିଁ ପୁରୁଣା କ୍ରେଜ୍‌ । 

ରାଜଧାନୀରେ ମୋଦିଙ୍କ ରୋଡ୍ ସୋ ବେଳେ ଜନସମୁଦ୍ର, ନବୀନଙ୍କ ପ୍ରଚାର ବେଳେ ଖାଲି ଖାଲି । ଗତକାଲି ନବୀନ ରାଜଧାନୀରେ ତୃତୀୟ ଥର ପାଇଁ ରୋଡ୍ ସୋ କରିଥିବା ବେଳେ ଲୋକଙ୍କ ଗହଳି କିନ୍ତୁ ନଥିଲା । ପୂର୍ବରୁ ଯେତେଥର ନବୀନ ରୋଡ୍‌ ସୋ' କରିଥିଲେ ହଜାର ହଜାର ଲୋକ ରାସ୍ତାରେ ଭିଡ ଜମାଉଥିଲେ । ହେଲେ ଗତକାଲି ସେ ପୁରୁଣା ଜଲୱା ଦେଖିବାକୁ ମିଳିନଥିଲା । ହେଲେ ହଠାତ୍‌ କାହିଁକି ନବୀନଙ୍କ ରୋଡ୍ ସୋ'ରେ ଏମିତି ଘଟଣା ଘଟିଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

କଥା ହେଲା ଗତକାଲି ନବୀନଙ୍କ ରୋଡ୍‌ ସୋ' ପରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା ତାହାକୁ ନେଇ ସାଧାରଣରେ କେବଳ ଚର୍ଚ୍ଚା ହେଲା ତାହା ନୁହେଁ ବରଂ ସୋସିଆଲ ମିଡିଆରେ ବି ଚର୍ଚ୍ଚା ଜୋର ଧରିଛି । କାରଣ ପୂର୍ବରୁ ନବୀନ ଯେବେ ରୋଡ୍‌ ସୋ' କରିଥିଲେ ସେହି ସମୟରେ ସାଂସଦ ପ୍ରାର୍ଥୀ କିମ୍ବା ବିଧାୟକ ପ୍ରାର୍ଥୀଙ୍କୁ ସାଙ୍ଗରେ ନେଇନଥିଲେ । ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଙ୍କି ମାରିଥିଲା । ହେଲେ ଏବେ ପାଣ୍ଡିଆନଙ୍କୁ ବି ସାଙ୍ଗରେ ନେଇ ନଥିବାରୁ ଚର୍ଚ୍ଚା ଜୋର ଧରିଲାଣି । କୁହାଯାଉଛି କି, ପାଣ୍ଡିଆନଙ୍କୁ ନେଇ ଦଳରେ ଚାପା ଉତ୍ତେଜନା ଦେଖାଯାଉଛି । ଅନେକ ନେତା ବି ଚାହୁଁନାହାନ୍ତି ପାଣ୍ଡିଆନ ତାଙ୍କ ନିର୍ବାଚନମଣ୍ଡଳୀରେ ସଭାସମିତି କରନ୍ତୁ । ବୋଧହୁଏ ସେଇଥି ଲାଗି ନବୀନ ଏବେ ଏକାଏକା ରୋଡ୍‌ ସୋ' କରିବାକୁ ପ୍ଲାନ କରିଛନ୍ତି । ହେଲେ ଜନତା ନଥିବାରୁ ଚର୍ଚ୍ଚା ଜୋର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha Elections 2024 | Argus News