Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘସିପୁରାରୁ ଲଢିବେ ସୌମ୍ୟରଂଜନ ? ଟିକଟକୁ ନେଇ ବଢିଲା ଚର୍ଚ୍ଚା

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଘସିପୁରାରୁ ଲଢିବେ ସୌମ୍ୟରଂଜନ ? ଟିକଟକୁ ନେଇ ବଢିଲା ଚର୍ଚ୍ଚା

Key Points

  • ଘସିପୁରାରୁ ଲଢିବେ ସୌମ୍ୟରଂଜନ
  • ତାରିଣୀଙ୍କ ଦର୍ଶନ କରିବା ପରେ ଦେଲେ ବଡ଼ ପ୍ରତିକ୍ରିୟା
  • ସୌମ୍ୟଙ୍କ ବୟାନ ପରେ ଥରହର ବିଜେଡ଼ି

ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନ ମଇଦାନକୁ ଓହ୍ଲାଇବେ ସୌମ୍ୟରଂଜନ ପଟ୍ଟନାୟକ । ୧୯ ନିର୍ବାଚନ ଲଢିଥିଲେ ଖଣ୍ଡପଡାରୁ, ୨୪ ନିର୍ବାଚନ ଲଢିବେ ଘସିପୁରାରୁ । ସେଇଥି ଲାଗି ତ  ସୌମ୍ୟଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ଘସିପୁରା ବିଧାନସଭା ଆସନରୁ ସୌମ୍ୟ ପଟ୍ଟନାୟକ ଲଢିବା ନେଇ ଜୋର ଧରିଲାଣି ଚର୍ଚ୍ଚା । ଗତକାଲି ଘଟଗାଁରେ ଏନେଇ ଇଙ୍ଗିତ କରିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ମା’ ତାରିଣୀଙ୍କ ଦର୍ଶନ କରିବା ପରେ ଗଣମାଧ୍ୟମକୁ କିଛି ଏମିତି ସୂଚନା ଦେଇଛନ୍ତି ସେ । କହିଛନ୍ତି, ଏଠାରୁ ଲଢ଼ିବାକୁ ନିର୍ଦ୍ଧିଷ୍ଟ ଦଳ ପକ୍ଷରୁ ପ୍ରସ୍ତାବ ଆସିଛି ।

କହୁ କହୁ ସତ କହିଦେଲେ ସୌମ୍ୟରଂଜନ । ଘସିପୁରାରୁ ୨୪ରେ ସେ ମଇଦାନକୁ ଓହ୍ଲାଇପାରନ୍ତି । ଯେଉଁଥି ଲାଗି ତାଙ୍କ ଉପରେ ପ୍ରବଳ ଚାପ ପକାଉଛନ୍ତି ସ୍ଥାନୀୟ ବାସିନ୍ଦା । ସେଇଥି ଲାଗି ତ ମାଆଙ୍କ ଆଶୀର୍ବାଦ ନେବାକୁ ମୁଁ ଘଟଗାଁ ଆସିଛି ବୋଲି ସୌମ୍ୟ କହିଛନ୍ତି । ଏହାସହ ସେ ପ୍ରଶ୍ନ କରିଛନ୍ତି, ବିଜେଡି କାହିଁକି ଖଣ୍ଡପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିନି ? କ’ଣ ରହସ୍ୟ ରହିଛି ? କିଛି ଏମିତି ପ୍ରଶ୍ନ କରିଛନ୍ତି ସୌମ୍ୟ । ଗତକାଲି ସକାଳୁ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବୀ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିବା ପରେ ସେ ଖୁବଶୀଘ୍ର ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ମୋଟ୍‌ ଉପରେ, ଲଗାତର ନିଜ ସଂପାଦକୀୟ ପ୍ରହାରରେ ସରକାର, ଫାଇଭ୍‌-ଟି ସଚିବ ଓ ନିଜ ଦଳ ବିଜେଡିକୁ ଘାଇଲା କରିବା ପରେ ପ୍ରଥମେ ଗତ ସେପ୍ଟେମ୍ବର ୧୨ ତାରିଖରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇଥିଲା ବିଜେଡି । ଏହାପରେ ସେପ୍ଟେମ୍ବର ୨୧ରେ ଲୋନ୍ ଦୁର୍ନୀତି ଭଳି ଜନବିରୋଧୀ ଷ୍ଟାମ୍ପ ମାରି ଦଳରୁ ତଡ଼ି ଦେଇଥିଲେ ସୁପ୍ରିମୋ । ତେବେ ଏହାପରଠୁ ସୌମ୍ୟଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ତାହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା । ପୂର୍ବରୁ ସେ କହିଥିଲେ କି ନିର୍ବାଚନ ଲଢିନପାରନ୍ତି । ହେଲେ ଏବେ ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ଚର୍ଚ୍ଚା ହେବା ପରେ ବିଜେଡି ଲାଗି ଟେନ୍‌ସନ୍‌ ବଢିଛି । କାରଣ ଘସିପୁରାରେ ବିଜେଡିର ସ୍ଥିତି ଯାହା ଯଦି ସୌମ୍ୟଙ୍କ ପରି ହେଭିୱେଟ୍‌ ନିର୍ବାଚନ ଲଢନ୍ତି ତାହାଲେ ବିଜେଡି ପାଇଁ ବୁମେରାଂ ହେବ । ତେବେ ସମୟ କହିବ ସୌମ୍ୟ ନିର୍ବାଚନକୁ ଓହ୍ଲାଉଛନ୍ତି କି ନାହିଁ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Soumya Ranjan Patnaik | Argus News