EV Charging Station / ରାଜ୍ୟର ସମସ୍ତ ପୌରାଞ୍ଚଳରେ ହେବ ଇଭି ଚାର୍ଜଙ୍ଗ ଷ୍ଟେସନ, ଜମି ଚିହ୍ନଟ କରିବ ପୌର ପ୍ରଶାସନ
·3 months ago·3 min read

Key Points
ଇଭି ଚାର୍ଜିଂ ଷ୍ଟେସନ ପାଇଁ ପରିବହନ ବିଭାଗ ଆଣିଲା ଏସଓପି
ରାଜ୍ୟର ସମସ୍ତ ପୌରାଞ୍ଚଳରେ ହେବ ଇଭି ଚାର୍ଜିଂ ଷ୍ଟେସନ
ସହରାଞ୍ଚଳରେ ଜମି ଚିହ୍ନଟ କରିବ ପୌର ପ୍ରଶାସନ
ସରକାରୀ ବିଲଡିଂ, ପାର୍କିଙ୍ଗ ହବକୁ ମିଳିବ ପ୍ରାଥମିକତା

ଭୁବନେଶ୍ବର,୦୬/୦୬: ଇଭି ଚାର୍ଜିଂ ଷ୍ଟେସନ ପାଇଁ ପରିବହନ ବିଭାଗ ଆଣିଲା ଏସଓପି। ରାଜ୍ୟର ସମସ୍ତ ପୌରାଞ୍ଚଳରେ ହେବ ଇଭି ଚାର୍ଜିଂ ଷ୍ଟେସନ। ସହରାଞ୍ଚଳରେ ଜମି ଚିହ୍ନଟ କରିବ ପୌର ପ୍ରଶାସନ। ସରକାରୀ ବିଲଡିଂ, ପାର୍କିଙ୍ଗ ହବ୍ ଏବଂ ବଜାରରେ ଜାଗା ଚିହ୍ନଟକୁ ମିଳିବ ପ୍ରାଥମିକତା। ସ୍ଥାନ ଚୟନ କରିବା ସମୟରେ, ସହର ଗୁଡ଼ିକ ପର୍ଯ୍ୟାପ୍ତ ଜମି/ସ୍ଥାନର ଉପଲବ୍ଧତା, ଜନସାଧାରଣଙ୍କ ପାଇଁ ସୁଗମତା, ବୈଦ୍ୟୁତିକ ସଂଯୋଗୀକରଣର ପ୍ରବେଶ ଏବଂ ସୁରକ୍ଷା ବ୍ୟବସ୍ଥା, ପାର୍କିଂ ସୁବିଧା ଏବଂ ଭବିଷ୍ୟତର ସମ୍ପ୍ରସାରଣ ସମ୍ଭାବନାକୁ ନିଶ୍ଚିତ କରାଯିବ।
ପୌରାଞ୍ଚଳ ଗୁଡ଼ିକ EV ଚାର୍ଜିଂ ଷ୍ଟେସନଗୁଡ଼ିକର କାର୍ଯ୍ୟକ୍ଷମତା ପାଇଁ ଆବଶ୍ୟକୀୟ ପାର୍କିଂ ସେଡ୍, ଆଲୋକ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ପରିମଳ ସୁବିଧା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରିବେ। EV ଚାର୍ଜିଂ ଷ୍ଟେସନଗୁଡ଼ିକର ସ୍ଥାପନ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ମନୋନୀତ ଏଜେନ୍ସି ଚାର୍ଜିଂ ଭିତ୍ତିଭୂମି ସୁବିଧା ସ୍ଥାପନ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ କରିବେ।
ଜୁନ ମାସରୁ ସମସ୍ତ ସରକାରୀ ଗାଡି ବୈଦ୍ୟୁତିକ ଯାନ ବା ଇଭି କିଣିବା ପାଇଁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । ସେହିପରି ଏଣିକି ସମସ୍ତ ସରକାରୀ ଅଫିସରେ ଇଭି ଗାଡ଼ି ଭଡ଼ାରେ ବ୍ୟବହାର ବାଧ୍ୟତାମୂଳକ ହୋଇଛି । ବ୍ଲକ ଓ ତହସିଲ ଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ବ୍ୟବହାର ପାଇଁ ମାସିକ ଗାଡ଼ି ଭଡ଼ା ଧାର୍ଯ୍ୟ ହୋଇଛି । ଅର୍ଥ ବିଭାଗ ପକ୍ଷରୁ ଜାରି ଏହି ନିର୍ଦ୍ଦେଶନାମା ପିଛିଲା ଭାବେ ଜୁନ ୧ରୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ।
ଏଥିରେ କୁହାଯାଇଛି ଯେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟର ମୁଖ୍ୟ ବିଚାରପତି, ବିଚାରପତି, ମନ୍ତ୍ରୀମାନେ ଯେଉଁ ଇଭି ଗାଡ଼ି ଭଡ଼ା ସୂତ୍ରରେ ବ୍ୟବହାର କରିବେ ୫୫ ହଜାରରୁ ୮୦ହଜାର ଟଙ୍କା ପର୍ଯ୍ୟନ୍ତ ଭଡ଼ା ଧାର୍ଯ୍ୟ ହୋଇଛି। ସେଥିପାଇଁ ଭଡ଼ା ବାବଦକୁ ମାସକୁ ୮୦ହଜାର ଟଙ୍କା ଦିଆଯିବ। ମୁଖ୍ୟ ସଚିବ, ଉନ୍ନୟନ କମିସନର, କୃଷି ଉତ୍ପାଦନ କମିସନର, ରାଜସ୍ବ ପାର୍ଷଦ ସଦସ୍ୟ, ଏହି ପାହ୍ୟାର ଅଧିକାରୀମାନେ ଇଭି ଗାଡ଼ି ଭଡ଼ା ବାବଦକୁ ୭୦ହଜାର ଟଙ୍କା ଦେବେ । ସେହିପରି ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବ ଏବଂ ଏହି ପାହ୍ୟାର ଅଧିକାରୀମାନେ ମାସକୁ ୬୫ ହଜାର ଟଙ୍କା ଦିଆଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସରକାରୀ ଅଫିସରେ ଭଡ଼ା ପାଇଁ ଇଭି ଗାଡ଼ି ବାଧ୍ୟତାମୂଳକ
ସେହିପରି ଜିଲ୍ଲା ଜଜ୍, ଜିଲ୍ଲାପାଳ, ଏସ୍ପିମାନେ ମାସକୁ ୬୦ହଜାର, ତହସିଲ ଓ ବ୍ଲକସ୍ତରୀୟ ଅଧିକାରୀମାନେ ମାସକୁ ୫୫ହଜାର, ବିଭିନ୍ନ ବିଭାଗରେ ଲାଗୁଥିବା ଗାଡ଼ି, ସ୍ବତନ୍ତ୍ର ସଚିବ, ନିର୍ଦ୍ଦେଶକ ଏବଂ ଜିଲ୍ଲାସ୍ତରରେ ବ୍ୟବହାର ହେବାକୁ ଥିବା ଗାଡ଼ି ପାଇଁ ମାସିକ ଭଡ଼ା ୫୦ହଜାର ଟଙ୍କା ଦିଆଯିବ। ଯଦି ଗାଡ଼ି ଲଗାଇବାକୁ ଥିବା ସଂସ୍ଥା ବ୍ୟାଟେରି ଚାଜିଂ କରନ୍ତି ତେବେ ଏଥିପାଇଁ ତାଙ୍କୁ ଭଡ଼ା ବାଦ୍ ପ୍ରତି କିମି ପିଛା ୨ ଟଙ୍କା ଦିଆଯିବ। ସରକାର ଚାଜିଂ ବ୍ୟବସ୍ଥା କଲେ ଏଥିପାଇଁ ଅର୍ଥ ଦିଆଯିବନି| ଏହି ଧାର୍ଯ୍ୟ ଭଡ଼ା ଆସନ୍ତା ୨ବର୍ଷ ପାଇଁ ବଳବତ୍ତର ରହିବ।
ଏହାଛଡା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓଡ଼ିଶା ଅକ୍ଷୟଶକ୍ତି ବିକାଶ ଏଜେନ୍ସି ବା ଓରେଡ଼ା ମାଧ୍ୟମରେ ଟେଣ୍ଡର ଦରରେ ସର୍ବାଧିକ ୩୦୦ଟି ଇଭି ଗାଡ଼ି ଭଡ଼ାରେ ଆଣିପାରିବେ । ଟେଣ୍ଡର ମାଧ୍ୟମରେ ଧାର୍ଯ୍ୟ ଭଡ଼ା ଦେୟକୁ ଓରେଡ଼ାକୁ ପ୍ରଦାନ କରିବେ । କେବଳ ମୂଳ ସରକାରୀ ଅଫିସ ନୁହେଁ, ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ସରକାରୀ ଉଦ୍ୟୋଗ, ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ ଓ ସମିତିଗୁଡ଼ିକ ପାଇଁ ମଧ୍ୟ ଏହି ନିୟମ ସମାନ ଭାବେ କାର୍ଯ୍ୟକାରୀ ହେବ।
ମଧ୍ୟ ପ୍ରାଚ୍ୟ ଦେଶରେ ସଙ୍କଟ ଯୋଗୁଁ ସମଗ୍ର ବିଶ୍ୱରେ ଇନ୍ଧନ ସମସ୍ୟା ମୁଣ୍ଡ ଟେକିଛି । ଏହାର ସିଧାସଳଖ ପ୍ରଭାବ ରାଜ୍ୟ ରାଜକୋଷ ଉପରେ ପଡ଼ିଛି । କ୍ରମାଗତ ବଢ଼ୁଥିବା ତୈଳ ଖର୍ଚ୍ଚର ଆର୍ଥିକ ବୋଝକୁ ହ୍ରାସ କରିବା ନିମନ୍ତେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଯାହା ପ୍ରଶାସନିକ କ୍ଷେତ୍ରରେ ଏକ ବଡ଼ ପରିବେଶ ଅନୁକୂଳ ଓ ସୁଧାରମୂଳକ ପରିବର୍ତ୍ତନ ଆଣିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

Related Topics
Explore more stories