Sambalpur University / ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ହେବ ଓଡ଼ିଶାର ପ୍ରଥମ AI ଓ ML ଲ୍ୟାବ୍

Key Points
ସମ୍ବଲପୁର ବିଶ୍ବବିଦ୍ୟାଳୟରେ ହେବ ଓଡ଼ିଶାର ପ୍ରଥମ AI ଓ ML ଲ୍ୟାବ୍
୧୭୫ କୋଟି ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଉଦ୍ୟୋଗୀ ହୋଇ ଚାକିରି ଦେବା ଉପରେ ଫୋକସ କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ଆହ୍ବାନ
ନୂଆ ଇନଡୋର ବ୍ୟାଡମିଣ୍ଟନ କୋର୍ଟ ମଧ୍ୟ ଉଦଘାଟିତ
ଓଡ଼ିଶାରେ ହେବାକୁ ଯାଉଛି AI ଓ ML ଲ୍ୟାବ୍ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ୟୁନିଭରସିଟି ଇଷ୍ଟିଟ୍ୟୁଟ ଅଫ ଇନଫରମେସନ୍ ଟେକ୍ନୋଲୋଜିରେ ୧୭୫ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହିତ ଇନଡୋର୍ ବ୍ୟାଡମିଣ୍ଟନ ଷ୍ଟାଡିୟମ ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ପିଏମ-ଉଷା ଯୋଜନା ଓ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଭିତ୍ତିଭୂମି ବିକାଶ ଅନୁଦାନ ଅଧୀନରେ ଖେଳ, ଛାତ୍ରାବାସ ଓ ଅତ୍ୟାଧୁନିକ ଶିକ୍ଷଣ ସୁବିଧା ସମ୍ବନ୍ଧୀୟ ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ ୫୯ ବର୍ଷ ପୂରଣ ହୋଇଥିବାବେଳେ ବିଶ୍ଵବିଦ୍ୟାଳୟରେ ନୂଆ କୋର୍ସ ଆଣିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତାରେ ବିଶ୍ୱବିଦ୍ୟାଳୟରେ ହେବାକୁ ଯାଉଛି ରାଜ୍ୟର ପ୍ରଥମ AIML ଲ୍ୟାବ । ଏଥିପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ବ୍ୟୟ ହେବ । NIT ରାଉରକେଲା ସହ ଅନୁବନ୍ଧିତ ହୋଇ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ୧୩ କୋଟି ଟଙ୍କାର ରିସର୍ଚ୍ଚ ଫଣ୍ଡ ମିଳିଛି । ଏହାସହ ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକାର ରିସର୍ଚ୍ଚ ପ୍ରୋଜେକ୍ଟ ପାଇଁ ପାଖାପାଖି ୫ କୋଟି ଟଙ୍କା ବିଶ୍ଵବିଦ୍ୟାଳୟକୁ ଆସିଛି । ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ସାଜି ଚାକିରି ଦେବା ଉପରେ ଫୋକସ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଛନ୍ତି ।
ତାଳଚେର ଅଞ୍ଚଳର ଯୋଗାଯୋଗ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯୋଡ଼ି ହୋଇଛି ନୂତନ ଅଧ୍ୟାୟ । ଆଭାସୀ ମାଧ୍ୟମରେ ୪୩ କୋଟି ଟଙ୍କା ବ୍ୟୟରେ ‘ଘଣ୍ଟପଡ଼ା ରେଳ ଓଭର ବ୍ରିଜ’ର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୀର୍ଘ ଦିନର ଟ୍ରାଫିକ୍ ସମସ୍ୟାର ସମାଧାନ ସହ ବିକାଶର ଗତିକୁ ତ୍ୱରାନ୍ୱିତ କରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।ଏହି ପ୍ରକଳ୍ପ ଦ୍ଵାରା ତାଳଚେର ଅଞ୍ଚଳର ପ୍ରାୟ ୪୦ ହଜାରରୁ ଅଧିକ ଜନସାଧାରଣ ଉପକୃତ ହେବେ । ଏହି ପ୍ରକଳ୍ପ ଦ୍ବାରା ତାଳଚେର ଅଞ୍ଚଳର ପ୍ରାୟ ୪୦ ହଜାରରୁ ଅଧିକ ଜନସାଧାରଣ ଉପକୃତ ହେବେ ।
📱 Get Argus News App
✨Related Topics
Explore more stories