Videos
|
Odisha

Flood Alert / ପୁଣି ଆସୁଛି ବନ୍ୟା... ଭଦ୍ରକ-ମୟୂରଭଞ୍ଜରେ ହାଇଆଲର୍ଟ ସ୍କୁଲ ଛୁଟି

Rashmita Mishra
Browse all articles by Rashmita Mishra
·44 mins ago·2 min read
ପୁଣି ଆସୁଛି ବନ୍ୟା... ଭଦ୍ରକ-ମୟୂରଭଞ୍ଜରେ ହାଇଆଲର୍ଟ ସ୍କୁଲ ଛୁଟି
Flood Alert

Key Points

ପୁଣି ବଢ଼ିଲା ବନ୍ୟା ଭୟ ବୈତରଣୀ-ବୁଢ଼ାବଳଙ୍ଗ ଉଗ୍ର ରୂପ
ବର୍ଷା ଆଣିଲା ବଡ଼ ବିପଦ ନଦୀ ଫୁଲୁଛି, ସ୍କୁଲ ଛୁଟି
ବଢ଼ୁଛି ନଦୀର ଜଳସ୍ତର ବନ୍ୟା ଆଶଙ୍କାରେ ପ୍ରଶାସନ ସତର୍କ
ପୁଣି ଆସୁଛି ବନ୍ୟା ଭଦ୍ରକ-ମୟୂରଭଞ୍ଜରେ ହାଇଆଲର୍ଟ 

ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ପୁଣି ବଢ଼ୁଛି ବୈତରଣୀ ନଦୀର ଜଳସ୍ତର । ଆଖୁଆପଦା ଆନିକଟ ନିକଟରେ ସତର୍କ ସଂକେତ ଉପରେ ୧୮.୨୦ ମିଟରରେ ପ୍ରବାହିତ ହେଉଛି ନଦୀ । ଏଠାରେ ସତର୍କ ସଂକେତ ୧୭.୮୩ ମିଟର ଥିବା ବେଳେ ବିପଦ ସଂକେତ ୧୮.୩୩ ମିଟର ରହିଛି ।

ଅନ୍ୟପଟେ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ୨ଟି ବ୍ଲକର ୧୦ଟି ସ୍କୁଲ ବନ୍ଦ ଅଛି । ତିହିଡ଼ି ଓ ଚାନ୍ଦବାଲି ବ୍ଲକର ଏହି ସ୍କୁଲଗୁଡ଼ିକୁ ଶିଶୁଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଖାଲି ଭଦ୍ରକ ନୁହେଁ ସେପଟେ ମୟୂରଭଞ୍ଜରେ ବନ୍ୟା ପାଇଁ ମଧ୍ୟ ସ୍କୁଲ ଛୁଟି । ବନ୍ୟା ଓ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି । ବେତନଟୀ, ବଗସାହି, କୁଳିଅଣା ଓ ବିଶୋଇ ବ୍ଲକ ଅଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ରଠାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି ।

ସେହିପରି ରାଇରଙ୍ଗପୁର ଉପଖଣ୍ଡ ଅଧୀନ ବିଭିନ୍ନ ବ୍ଲକରେ ବନ୍ୟା ପରିସ୍ଥିତି ଓ ବର୍ଷାର ସ୍ଥିତିକୁ ଦେଖି ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନେବାକୁ ସମ୍ପୃକ୍ତ ବ୍ଲକ ଶିକ୍ଷାଧିକାରୀ (BEO)ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ପ୍ରବଳ ବର୍ଷା ପୁଣି ଆଣିବ କି ବନ୍ୟା... ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ବୁଢ଼ାବଳଙ୍ଗ ନଦୀ ସମେତ ବିଭିନ୍ନ ନଦୀ ଓ ନାଳରେ ଦ୍ରୁତ ଗତିରେ ବଢ଼ୁଛି ଜଳସ୍ତର । ବାରିପଦା ସହରର ୭ ଓ ୯ ନମ୍ବର ୱାର୍ଡ, ମଧୁବନ ସମେତ କିଛି ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି ।

ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ଉଦ୍ଧାର କାର୍ଯ୍ୟ ପାଇଁ ବାରିପଦା, ବଡ଼ସାହି ଓ ବେତନଟୀରେ ୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି । ବୁଢ଼ାବଳଙ୍ଗ ନଦୀକୂଳିଆ ଓ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ... ବୁଢ଼ାବଳଙ୍ଗ ବଢ଼ିବାରୁ ବେଲପାଳ ଓ ଘୁଷୁରିଆ ଠାରେ ବଡ଼ସାହି-ବେତନଟୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମାଣତ୍ରୀ-ବୈଶିଙ୍ଗା ନାଖରା ପୋଲକୁ ଛୁଇଁଲା ବନ୍ୟା ପାଣି । ପୋଡ଼ାଅସ୍ତିଆ ଠାରେ ବିପଦ ସଙ୍କେତ ଛୁଇଁଲା ବୁଢ଼ାବଳଙ୍ଗରେ ବନ୍ୟା ଜଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: