Videos
|
Odisha

School Closed / ବନ୍ୟାରେ ବେହାଲ ଓଡ଼ିଶା : ଭଦ୍ରକ-ଯାଜପୁରରେ ବଡ଼ ନିଷ୍ପତ୍ତି

Rashmita Mishra
Browse all articles by Rashmita Mishra
·1 hour ago·2 min read
ବନ୍ୟାରେ ବେହାଲ ଓଡ଼ିଶା : ଭଦ୍ରକ-ଯାଜପୁରରେ ବଡ଼ ନିଷ୍ପତ୍ତି
School Closed

Key Points

ଆସୁଛି ଆଉ ଏକ ଲଘୁଚାପ ୨୨ରୁ ପୁଣି ବଢ଼ିବ ବର୍ଷା । 
ବନ୍ୟାରେ ବେହାଲ ଓଡ଼ିଶା ପୁଣି ଲଘୁଚାପ ଆଶଙ୍କା । 
ସୁବର୍ଣ୍ଣରେଖାରେ ବନ୍ୟା ତାଣ୍ଡବ ଶତାଧିକ ଗାଁ ଜଳବନ୍ଦୀ । 
ବର୍ଷା-ବନ୍ୟାରେ ସ୍କୁଲ ଛୁଟି ଭଦ୍ରକ-ଯାଜପୁରରେ ବଡ଼ ନିଷ୍ପତ୍ତି । 

ଆସୁଛି ଆଉ ଏକ ଲଘୁଚାପ... ଆସନ୍ତା ୨୨ ଓ ୨୩ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା ୨୨ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା । ଏପଟେ ଉତ୍ତର ଝାଡ଼ଖଣ୍ଡ, ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବିହାର ଓ ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ ଉପରେ ଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହୋଇ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ ବର୍ଷାର ସମ୍ଭାବନା ନଥିବାରୁ କୌଣସି ଚେତାବନୀ ଜାରି କରାଯାଇନାହିଁ। କିନ୍ତୁ ୨୧ ତାରିଖ ପାଇଁ ମୟୁରଭଞ୍ଜ, କେଉଁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜାରି ହୋଇଛି ୟେଲୋ ଆଲର୍ଟ ।

ସୁବର୍ଣ୍ଣରେଖା ବନ୍ୟାରେ ବାଲିଆପାଳର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ । ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବା ପରେ ବାଲିଆପାଳ ବ୍ଲକରେ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା । ବ୍ଲକର ୯ଟି ପଞ୍ଚାୟତରେ ବନ୍ୟା ପାଣି ପଶିବା ପରେ ଅନେକ ଗାଁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି ।

ଅନେକ ଲୋକଙ୍କ ଘରେ ବନ୍ୟା ପାଣି ଲହଡ଼ି ମାରୁଥିବା ବେଳେ ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ । ରାଜଘାଟ ଠାରେ ବିପଦ ସଂକେତ ଟପିଛି ନଦୀର ଜଳସ୍ତର । ବିପଦ ସଂକେତ ୧୦.୩୬ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଏହା ୧୧.୮୦ ମିଟରରେ ପ୍ରବାହିତ ହେଉଛି ।

ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବା ଫଳରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକ୍‌ରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ବନ୍ୟା ଯୋଗୁ ଶତାଧିକ ଗାଁ ଜଳବନ୍ଦି ହୋଇପଡ଼ିଛି। ଉତ୍ତର ବାଲେଶ୍ବରର ୪୦ଟି ପଞ୍ଚାୟତର ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ସେହିପରି ବନ୍ୟା ଏବଂ ବର୍ଷା ପାଇଁ ଆଜି ଭଦ୍ରକ ଜିଲ୍ଲାରେ ୫ଟି ବ୍ଲକରେ ୨୬୦ଟି ସ୍କୁଲ ବନ୍ଦ ଘୋଷଣା…ଭଣ୍ଡାରିପୋଖରୀ, ଧାମନଗର, ତିହିଡି଼, ଚାନ୍ଦବାଲି ଓ ଭଦ୍ରକ ବ୍ଲକରେ ବନ୍ୟା ପ୍ରଭାବିତ ସ୍କୁଲ ବନ୍ଦ । ସେହିପରି ବନ୍ୟା ପ୍ରଭାବିତ 5 ଟି ବ୍ଲକରେ ଅଙ୍ଗନବାଡି କେନ୍ଦ୍ରକୁ ମଧ୍ୟ ବନ୍ଦ କରାଯାଇଛି । ବନ୍ଦ ନେଇ ଘୋଷଣା କରିଛନ୍ତି ଭଦ୍ରକ ଜିଲ୍ଲାପାଳ ।

ବନ୍ୟା ଓ ଲଗାଣ ବର୍ଷା ପ୍ରଭାବରେ ପୁଣି ପ୍ରଭାବିତ ଅଞ୍ଚଳରେ ସ୍କୁଲ ଛୁଟି ଘୋଷଣା । ଯାଜପୁର ଜିଲ୍ଲାର ଦଶରଥପୁର ଓ ବରୀ ସମେତ ୮ଟି ବ୍ଲକର ୩୧୪ସ୍କୁଲକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଜାରି ହେଲା ବିଜ୍ଞପ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: