Flood Damage / ଆଜିଠୁ ବନ୍ୟା କ୍ଷୟକ୍ଷତି ଆକଳନ,ରିପୋର୍ଟ ଆଧାରରେ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା
·1 month ago·2 min read

Key Points
କମୁଛି ବନ୍ୟା ପାଣି ହେଲେ, ବଢ଼ୁଛି ବିପନ୍ନଙ୍କ ଦୁର୍ଦ୍ଦଶା
ଆଜିଠୁ ବନ୍ୟା କ୍ଷୟକ୍ଷତି ଆକଳନ
ରିପୋର୍ଟ ଆଧାରରେ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା

ଭୁବନେଶ୍ବର,୦୩/୦୮: କମୁଛି ବନ୍ୟା ପାଣି ହେଲେ, ବଢ଼ୁଛି ବିପନ୍ନଙ୍କ ଦୁର୍ଦ୍ଦଶା । ସେପଟେ ଆଜିଠୁ ଆରମ୍ଭ ହେବ ବନ୍ୟା କ୍ଷୟକ୍ଷତି ଆକଳନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜିଠୁ ରାଜ୍ୟର ବନ୍ୟା କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବେ ଅଧିକାରୀ । ଏହି ରିପୋର୍ଟ ଆଧାରରେ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବେ ସରକାର ।
ଅନ୍ୟପଟେ ବନ୍ୟା ପରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ସବୁଠି ଦେଖିବାକୁ ମିଳିଛି ସମାନ ଚିତ୍ର । ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା ଓ ବୈତରଣୀ, କାଣୀ, ବ୍ରାହ୍ମଣୀ, ଖରସ୍ରୋତା ନଦୀରେ ବନ୍ୟାଜଳ ଯୋଗୁଁ ହଜାର ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । ବନ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖି ଶୁଖିଲା ଖାଦ୍ୟ, ରନ୍ଧାଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଯାଜପୁର ଜିଲ୍ଲାରେ ୮ଟି ବ୍ଲକ୍ ଯାଜପୁର, କୋରେଇ, ଦଶରଥପୁର, ବିଞ୍ଝାରପୁର, ବରୀ, ରସୁଲପୁର, ଧର୍ମଶାଳା ଓ ବଡ଼ଚଣା ପ୍ରଭାବିତ ହୋଇଛି । ସମୁଦାୟ ୧୧୭ ଟି ଗ୍ରାମ ପଞ୍ଚାୟତ, ୩୨୮ଟି ଗାଁ ଯାଜପୁର ମ୍ୟୁନିସିପାଲିଟି ପ୍ରଭାବିତ ହୋଇଛି। ମୋଟ ୨ ଲକ୍ଷ ୧୩ ହଜାର ୮୨୧ ଜଣ ପ୍ରଭାବିତ ହୋଇଛନ୍ତି । ୭୭ ହଜାର ୬୫୪ ଜଣଙ୍କୁ ଉଦ୍ଧାର କରାଯାଇ ୧୮୨ଟି ଆଶ୍ରୟସ୍ଥଳୀରେ ରଖାଯାଇଛି ।
ସେହିପରି ଭଦ୍ରକ ଜିଲ୍ଲାରେ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବୈତରଣୀ, ସାଳନ୍ଦୀ ଓ ତାର ଶାଖା ନଦୀ ଗୁଡିକରେ ବନ୍ୟା ଆସିବାରୁ ଧାମନଗର, ତିହିଡି଼, ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ଅନେକ ଗାଁ ଜଳମଗ୍ନ ହୋଇଛି । ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି । ପ୍ରଶାସନ ପକ୍ଷରୁ ୧୦ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳୀ ଗୁଡିକରେ ରଖାଯାଇଛି । ଭଦ୍ରକ ଜିଲ୍ଲାରେ ବନ୍ୟାରେ111 ଟି ପଞ୍ଚାୟତର 4 ଲକ୍ଷ 78 ହଜାରରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । 2 ଲକ୍ଷ୍ 9 ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।
ପଢନ୍ତୁ ଏହି ଖବର: କେଉଁଥି ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ସ୍ପଷ୍ଟ କଲେ EIC

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଟକ ଜିଲ୍ଲାର ଡମପଡ଼ା ଓ ତିଗିରିଆ ବ୍ଲକ ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇଛି। ଏହି ଦୁଇ ବ୍ଲକର ୪ ଟି ପଞ୍ଚାୟତର ୧୨ ଟି ଗାଁ ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇଛି। ଏହା ବ୍ୟତୀତ କଟକ ମହାନଗର ନିଗମ ନଦୀ କୂଳିଆ ଅଞ୍ଚଳରେ ଲୋକେ ବନ୍ୟାଜଳ ଦ୍ୱାରା ସାମାନ୍ୟ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାରେ ମୋଟ ୬୬୬ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ୭୮୧ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।
ଚଳିତ ବନ୍ୟାରେ ପୁରୀ ଜିଲ୍ଲାର ନିମାପଡା, ପିପିଲି,ଡେଲାଙ୍ଗ, ପୁରୀ ସଦର ଓ କଣାସ ବ୍ଲକ ର ମୋଟ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ପ୍ରଭାବିତ ହୋଇଛି।ଏଥିରେ ମୋଟ ୧୭୨୨୧ ଜଣ ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି ବୋଲି ଜିଲ୍ଲା ଜରୁରୀ ବିଭାଗ ସୂଚନା ଦେଇଛନ୍ତି।
ଏଯାବତ ୩୪୫ ଜଣ ଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀରେ ରଖାଯାଇଛି ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି I କଣାସ ଦୋକନ୍ଦା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ୩୦୦, ପିପିଲି ବ୍ଲକ କଣ୍ଟି ଆଶ୍ରୟସ୍ଥଳୀରେ ୩୦ ଏବଂ ନିମାପଡା ବ୍ଲକରେ କନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୫ ଜଣ ଙ୍କୁ ସୁରକ୍ଷିତ ଭାବରେ ରଖାଯାଇଛି I

Related Topics
Explore more stories