Videos
|
Odisha

Big Announcement / ବନ୍ୟା ପୀଡ଼ିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…୧୦୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ…

Ritu Das
Browse all articles by Ritu Das
·1 hour ago·2 min read
ବନ୍ୟା ପୀଡ଼ିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…୧୦୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ…
Flood

Key Points

ବନ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
କ୍ଷୟକ୍ଷତି ଆକଳନ କରି ବିପନ୍ନଙ୍କ ପାଇଁ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି
ବନ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। କ୍ଷୟକ୍ଷତି ଆକଳନ କରି ବିପନ୍ନଙ୍କ ପାଇଁ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଚାଷୀଙ୍କୁ ଦିଆଯିବ କୃଷି ଇନପୁଟ ସହାୟତା।

୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ଚାଷୀଙ୍କୁ ମିଳିବ ସହାୟତା।
ଅଣ ଜଳସେଚିତ ଜମି ହେକ୍ଟର ପିଛା ୮ ହଜାର ୫୦୦, ଜଳସେଚିତ ଜମି ହେକ୍ଟର ପିଛା ୧୮ ହଜାର ୫୦୦ ଦିଆଯିବ
ବାର ମାସୀ ଫସଲ ପାଇଁ ହେକ୍ଟର ପିଛା ୨୨ ହଜାର ୫୦୦ କୃଷି ଇନପୁଟ ଦିଆଯିବ
ସେହିପରି ଧାନ ଓ ଅଣଧାନ ପାଇଁ ବିହନ କିଣିବାକୁ ଆର୍ଥିକ ସହାୟତା ଡିବିଟି ମାଧ୍ୟମରେ ପାଇବେ ଚାଷୀ
ସରକାରୀ ବିହନ ଚାଷୀଙ୍କ ପାଖରେ ଉପଲବ୍ଧ କରାଯିବ
ମାଗଣା ପନି ପରିବା ମିନି କିଟ ପ୍ରଦାନ କରାଯିବା ସହ ୭୫ ପ୍ରତିଶତ ସବସିଡ ପ୍ରଦାନ କରାଯିବ
ଜଳସେଚନ ପଏଣ୍ଟ ଗୁଡିକର ମରାମତି ପାଇଁ ଆର୍ଥିକ ସହାୟତା ଦିଆଯିବ
ଜଳସେଚନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯିବ
ପ୍ରାଣୀ ସମ୍ପଦ ପାଇଁ ଡ଼ଙ୍ଗା, ଜାଲ, ପୋଖରୀ ପାଇଁ ସହାୟତା ଯୋଗାଇ ଦିଆଯିବ
ହସ୍ତତନ୍ତ ଏବଂ କଞ୍ଚା ମାଲ କ୍ଷତି ପାଇଁ ୫ହଜାର ଟଙ୍କା ଦିଆଯିବ
ବାସନ ଏବଂ ବସ୍ତ୍ର ପାଇଁ ବିଶେଷ ସହାୟତା ଦିଆଯିବ


ପ୍ରାରମ୍ଭିକ ଆକଳନ ଅନୁଯାୟୀ ପ୍ୟାକେଜ ଘୋଷଣା ହୋଇଛି। ଚୂଡାନ୍ତ ରିପୋର୍ଟ ଆସିଲେ ଯଦି ଅଧିକ ଆବଶ୍ୟକ ହୁଏ ତ୍ୱରିତ ପର୍ଯ୍ୟାୟରେ ଦେବାକୁ ପ୍ରସ୍ତୁତ ଅଛୁ।  ଜୁନ ଜୁଲାଇ ଅଗଷ୍ଟ ୩ମାସରେ ୧୧୦୦ ମିଲିମିଟର ବର୍ଷା ହୋଇଛି। ଦେଶରେ ଓଡିଶାରେ ଅଧିକ ୩୪ ପ୍ରତିଶତ ଅଧିକ ବର୍ଷା ହୋଇଛି। ଗତ ୨୫ ବର୍ଷରେ ଏଥର ଅଧିକ ବର୍ଷା ହୋଇଛି।

୬ ଜିଲ୍ଲାରେ ୯ଲକ୍ଷ ୪୦ ହଜାର ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ୩ ଲକ୍ଷ ୭୦ହଜାର ଲୋକ ସ୍ଥାନାନ୍ତରିତ ହୋଇଛନ୍ତି। ୪୫ ଓଡ୍ରାଫ ୮ NDRF ଏବଂ ୩୫ ଅଗ୍ନିଶମ ନିୟୋଜିତ ଅଛନ୍ତି। ୫୫୦ ରିଲିଫ ସେଣ୍ଟରରେ ସୁବିଧା ଦିଆଯାଇଛି। ପ୍ରଥମ ବନ୍ୟା ବେଳେ ୧୩୬ କୋଟି ସହାୟତା ରାଶି ଦିଆଯାଇଥିଲା। ବନ୍ୟା ପରେ ଆକଳନ ରିପୋର୍ଟ ଆସିବା ପରେ କ୍ଷୟକ୍ଷତି ମିଳିବ। ଘାଇ ଏବଂ ରାସ୍ତା ଯୁଦ୍ଧ କାଳୀନ ଭିତ୍ତିରେ ମରାମତି ପାଇଁ ନିର୍ଦେଶ ଦିଆଯାଇଛି। 100ରୁ ଅଧିକ ଲୋକଙ୍କୁ ସାପ କାମୁଡ଼ିଛି କିନ୍ତୁ ଜଣେ ବି ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ନାହିଁ।

ଯାଜପୁରର ୧୦ଟି ବ୍ଲକ ୨୭୦ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଗୋଟିଏ ପୌରାଞ୍ଚଳର ୨ଲକ୍ଷ ୮୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ସରକାରୀ ବ୍ୟବସ୍ଥାରେ ଲୋକେ ସନ୍ତୁଷ୍ଟ ଅଛନ୍ତି। ୭୭ ହଜାର ୬୮୦ ଲୋକ ସ୍ଥାନାନ୍ତରିତ ହେବା ସହ ୨୦୩ ରିଲିଫ କ୍ୟାମ୍ପ ପରିଚାଳିତ ହେଉଛି। ୯ ଓଡ୍ରାଫ ୨NDRF ଏବଂ ୧୨ ଅଗ୍ନିଶମ ଟିମ ବନ୍ୟାରେ ମୁତୟନ ଅଛନ୍ତି। ଭଦ୍ରକ ଜିଲ୍ଲାର ୪ ବ୍ଲକ ୧୪୯ ଗ୍ରାମ, ଗୋଟିଏ ପୌରାଞ୍ଚଳର ୨ଲକ୍ଷ ୫୯ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ୧ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନ୍ତରିତ କରାଯିବାସହ ୯୦ଟି ରିଲିଫ କ୍ୟାମ୍ପ ଖୋଲି ସାହାଯ୍ୟ ଦିଆଯାଉଛି। ସେପଟେ ୧୫ ଓଡ୍ରାଫ ଗୋଟିଏ NDRF ଟିମ ସହ ୨୦ ଅଗ୍ନିଶମ କର୍ମଚାରୀ ମୁତୟନ ଅଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: