Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାଇଦ୍ରାବାଦରେ 'ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳାର' ଉଜ୍ଜ୍ୱଳ ଉତ୍ସବ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ହାଇଦ୍ରାବାଦରେ 'ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳାର' ଉଜ୍ଜ୍ୱଳ ଉତ୍ସବ

ପ୍ରତିବର୍ଷ ଭଳି ଏଇ ବର୍ଷ ମଧ୍ୟ ତିନି ଦିନ ଧରି ହାଇଦ୍ରାବାଦରେ 'ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳାର' ଉଜ୍ଜ୍ୱଳ ଉତ୍ସବ ପାଳିତ ହେଇସାରିଛି । ଏହି ଅନନ୍ୟ କାର୍ଯ୍ୟକ୍ରମରେ ଆମ ଓଡ଼ିଶାର ସଂସ୍କୃତି, ବିଭିନ୍ନ ପ୍ରକାରର ଵ୍ୟଞ୍ଜନ, ଉତ୍କୃଷ୍ଟ କଳାକୃତି ଏବଂ କାରିଗରୀ ସମସ୍ତ ଓଡ଼ିଆଙ୍କୁ ଆକୃଷ୍ଟ କରିଥିଲା । ତତ୍‌ସହିତ ଓଡ଼ିଶାର ବିବିଧ କଳା ପରମ୍ପରାକୁ ପ୍ରତିଫଳିତ କରୁଥିବା ଓଡ଼ିଶୀ ନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ, ପାଇକ ନୃତ୍ୟ, ସାମରିକ କଳା ନୃତ୍ୟ, ମୟୂରଭଞ୍ଜର ଆଦିବାସୀ ନୃତ୍ୟ, ସମ୍ବଲପୁରୀ ଲୋକ ପ୍ରଦର୍ଶନ ଏବଂ ପଶ୍ଚିମ ଓଡ଼ିଶାର ସ୍ପନ୍ଦନଶୀଳ ସାଂସ୍କୃତିକ ପ୍ରଦର୍ଶନ ଗୁଡିକ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ଏଥିରେ ମୁଖ୍ୟ ଆକର୍ଷଣ ଥିଲା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ସାସ୍ଵତ ଯୋଶୀଙ୍କର ଉଚ୍ଚକୋଟିର ନୃତ୍ୟ ପରିବେଷଣ ।

ଏଇ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ଏବଂ ସଫଳତାର ଶୀର୍ଷକରେ ଆବୃତ କରିବାର ଅକ୍ଲାନ୍ତ ଉଦ୍ୟମ 'ସ୍ୱାଭିମାନୀ ଓଡ଼ିଆ ଓମେନ୍ସ ୱାଲଡ଼' (SOWW) ପରିବାରର ମୁଖ୍ୟ ଏବଂ ଜନଗଣ୍ୟ ସଦସ୍ୟ ସସ୍ମିତା ମିଶ୍ର, ଅର୍ଚ୍ଚନା ମିଶ୍ର, ଶିଲା ସାହୁ, ଅଞ୍ଜନ ପାତ୍ର, ଶକ୍ତି ପ୍ରସାଦ ଖାଡଙ୍ଗା ଏବଂ ଆଶିଶ କୁମାର ସୁବୁଦ୍ଧିଙ୍କ ଦ୍ୱାରା ସମ୍ଭବ ହେଇପାରିଛି ।

ଏଇ କାର୍ଯ୍ୟକ୍ରମଟି ବହୁ ପ୍ରତିଷ୍ଠିତ ଅତିଥିମାନଙ୍କ ଦ୍ୱାରା ଅଳଙ୍କୃତ ହୋଇଥିଲା। ସୂର୍ଯ୍ୟନାରାୟଣ ପାଣିଗ୍ରହୀ (ମହାପ୍ରବନ୍ଧକ, ମାନବ ସମ୍ବଳ, NTPC), ସତ୍ୟଜିତ୍ ତ୍ରିପାଠି (ସଦସ୍ୟ ,ବଣ୍ଟନ IRDAI), ସୁନିତା ଜେନା, ବୈଜ୍ଞାନିକ, DRDO, ଡ଼ଃ. ରୀନା ଦାସ୍ (CHRO,KEOLIS HYDERABAD METRO RAIL), ଅଜୟ କୁମାର ମହାନ୍ତି ଏବଂ ଡ଼ଃ.ଅନୁପମା ମହାନ୍ତି (CEO, Dr.Anupama Mohanty, CEO (A4Con Services Private Limited,Hyderabad), ସିଦ୍ଧାର୍ଥ ମହାନ୍ତି, ବି.ପି.ଆଚାର୍ଯ, ଭରତ ପୁରୋହିତ, ସୌମ୍ୟା ମିଶ୍ର ଇତ୍ୟାଦି ମାନ୍ୟଗଣ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'Odisha Food and Handicrafts Fair' celebrates brightly in Hyderabad | Argus News