Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Forest Fire / ଜଙ୍ଗଲ ନିଆଁ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ଜଙ୍ଗଲ ନିଆଁକୁ ଜଗିବ ଏ.ଆଇ

Bikash Mohanty
Browse all articles by Bikash Mohanty
·4 months ago·2 min read
ଜଙ୍ଗଲ ନିଆଁ  ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ଜଙ୍ଗଲ ନିଆଁକୁ ଜଗିବ ଏ.ଆଇ
forest fire

Key Points

ଜଙ୍ଗଲ ନିଆଁକୁ ରୋକିବା ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ମୁଁ ନିଜେ ମନିଟରିଂ କରୁଛି 
୫୧ ଟି ସବ ଡିଭିଜନ ଉପରେ ସ୍ୱତନ୍ତ୍ର ନଜର ରଖା ଯାଇଛି
ଜଙ୍ଗଲ ନିଆଁକୁ ରୋକିବା ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ମୁଁ ନିଜେ ମନିଟରିଂ କରୁଛି । ୫୧ ଟି ସବ ଡିଭିଜନ ଉପରେ ସ୍ୱତନ୍ତ୍ର ନଜର ରଖା ଯାଇଛି । ଡ଼ିଏଫଓ ମାନଙ୍କ ସହ ରେଗୁଲାର ବୈଠକ ନିଆଯାଉଛି । ସହରକୁ ଲାଗିକିଥିବା ଜଙ୍ଗଲ ଗୁଡିକରେ ନିଆଁ ଲୋକେ ଲଗାଇ ଦେଉଛନ୍ତି । ବିଗତ ଦୁଇ ବର୍ଷ ମଧ୍ୟରେ ତଥ୍ୟ କହୁଛି non forest ଅଞ୍ଚଳରେ ଅଧିକ ନିଆଁ ଲାଗୁଛି । ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଓ ମହୁଲ ଫୁଲ ସଂଗ୍ରହ ପାଇଁ ଲୋକେ ନିଆଁ ଲଗାଇ ଦେଉଛନ୍ତି । ଆଭ୍ୟନ୍ତରୀଣ ଜଙ୍ଗଲରେ ନିଆଁ ବହୁତ କମ ଲାଗୁଛି । ତଥାପି ଜଙ୍ଗଲ ନିଆଁ ଉପରେ ବିଭାଗ ତୀକ୍ଷଣ ନଜର ରଖିଛି । ଜଙ୍ଗଲ ନିଆଁ ରୋକିବାକୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ।

ଜଙ୍ଗଲ ନିଆଁକୁ ଜଗିବ ଏ.ଆଇ । ଏବେ ସାଟେଲାଇଟ୍‌ ମ୍ୟାପ୍‌ରୁ ଜଙ୍ଗଲ ନିଆଁକୁ ଚିହ୍ନଟ କରାଯାଉଛି । ୬୦୦୦ କିଲୋମିଟର ଜଙ୍ଗଲ ନିଆଁ ରାସ୍ତା ବା ଫାୟାରଲାଇନ୍ କଟାଯାଇଛି । ଉଚ୍ଚସ୍ଥାନରେ ଜଙ୍ଗଲ ନିଆଁକୁ ରୋକିବାକୁ ଦରକାର ହେଲେ ଡ୍ରୋନ୍‌ର ସହାୟତା ନିଆଯାଇପା‌ରେ । ବ୍ରହ୍ମପୁର ଆରସିସିଏଫ ବିଶ୍ଵନାଥ ନୀଳାନ୍ନଭର ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହେଲାଣି। ଏହାକୁ ନଜରରେ ରଖି ବନ ବିଭାଗ ପ୍ରସ୍ତୁତି ସାରିଛି । ବ୍ରହ୍ମପୁର ବନ ସର୍କଲ୍‌ ଅଧୀନରେ ୭ଟି ଡିଭିଜନ୍‌ ରହିଛି ।
ଏଥିରେ ୭ଟି ଓ ଆଞ୍ଚଳିକ କାର୍ଯ୍ୟାଳୟରେ ଗୋଟିଏକୁ ମିଶାଇ ୮ଟି କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି । ସେହିପରି ଜଙ୍ଗଲରେ କେହି ନିଆଁ ଲଗାଇବା ଧରାପଡ଼ିଲେ ବନବିଭାଗ ଓ ବିଏନ୍‌ଏସ୍‌ର ବିଭିନ୍ନ ଦଫାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରସିସିଏଫ୍‌ ଚେତାଇ ଦେଇଛନ୍ତି ।

ସେପଟେ ଵନାଗ୍ନିକୁ ରୋକିବା ପାଇଁ ବାରିପଦାରେ ବୁଲିଲା ସଚେତନତା ରଥ । ଗ୍ରୀଷ୍ମ ଆରମ୍ଭରୁ ବିଭିନ୍ନ ଜଙ୍ଗଲରେ ବନାଗ୍ନି ବିଭୀଷିକା ଦେଖିବାକୁ ମିଳିଛି । ପତ୍ରଝଡ଼ା ପରେ ଜଙ୍ଗଲ ଗୁଡିକରେ ଗଦାଗଦା ପତ୍ର ପଡ଼ିରହିଛି । ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ବାରିପଦାରେ ସ୍ୱତନ୍ତ୍ର ସଚେତନତା ରଥ ଶୁଭାରମ୍ଭ କରାଯାଇଛି । ଗାଁ ଗାଁ ବୁଲି ଜଙ୍ଗଲ ନିଆଁର ଭୟାବହତା ବିଷୟରେ ଏହି ରଥ ଲୋକଙ୍କୁ ସଚେତନ କରାଇବ ।

ଏହାସହ ସାଧାରଣ ଜନତାଙ୍କୁ ସତର୍କ କରାଯାଇଛି ଯେ, ଜଙ୍ଗଲରେ ନିଆଁ ଲଗାଇବା ଏକ ଅପରାଧ । ଏଥିପାଇଁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରହିଛି । ଜଙ୍ଗଲରେ ନିଆଁ ପାଇଁ ବାରିପଦା ବନଖଣ୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଯଦି କୌଣସି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବାର ଦେଖନ୍ତି, ତୁରନ୍ତ ୮୨୬୩୩-୭୮୪୦୦ ନମ୍ବରରେ ସୂଚନା ଦେବାକୁ ଅନୁରୋଧ କରିଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Forest Fire | Odisha Govt Takes Major Step to Control Forest Fires, 51 Subdivisions Under Watch | Argus News