Videos
|
Odisha

PDS Scheme / ମାଗଣା ଚାଉଳରୁ କଟିବେ ୧୬ ଲକ୍ଷ ହିତାଧିକାରୀ

Rashmita Mishra
Browse all articles by Rashmita Mishra
·11 months ago·2 min read
ମାଗଣା ଚାଉଳରୁ କଟିବେ ୧୬ ଲକ୍ଷ ହିତାଧିକାରୀ

Key Points

ସେପ୍ଟେମ୍ବର ୩୦ ତାରିଖ ଭିତରେ E-KYC ନକଲେ ହିତାଧିକାରୀଙ୍କୁ ମିଳବନି ମାଗଣା ଚାଉଳ । ବାରମ୍ବାର ଡେଡଲାଇନ୍ ପରିବର୍ତ୍ତନ ପରେ ବି ଏବେ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ହିତାଧିକାରୀ ଇ-କେୱାଇସି କରିନାହାନ୍ତି ।

ଆଉ ମାତ୍ର ଗୋଟାଏ ଦିନ ଅର୍ଥାତ ସେପ୍ଟେମ୍ବର ୩୦ ତାରିଖ E-KYCର କରିବାର ଶେଷ ତାରିଖ । ଏହି ଅବଧି ଭିତରେ E-KYC ନକଲେ ହିତାଧିକାରୀଙ୍କୁ ମିଳବନି ମାଗଣା ଚାଉଳ । ବାରମ୍ବାର ଡେଡଲାଇନ୍ ପରିବର୍ତ୍ତନ ପରେ ବି ଏବେ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ତେବେ ଆଉ ଡେଡଲାଇନ୍ ଅବଧି ବଢାଯିବନି ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ E-KYC କରିବାରେ ଅନେକ ସମସ୍ୟା ହେଉଥିବା ଡିଲର୍ ଆସୋସିଏସନ୍ ଅଭିଯୋଗ ଆଣିଛି ।


ଆଉ ବଢିବନି ଡେଡ୍ ଲାଇନ । ମାଗଣା ଚାଉଳରୁ କଟିବେ ୧୬ ଲକ୍ଷ ହିତାଧିକାରୀ। ରାଜ୍ୟରେ ଜୁନ ୩୦ରୁ ଇ- କେୱାଇସି ପ୍ରକ୍ରିୟାକୁ ଶେଷ କରିଛନ୍ତି ସରକାର । ଯେଉଁମାନେ ଇ- କେୱାଇସି କରି ନାହାନ୍ତି , ସେମାନଙ୍କ ରାସନ ସାମଗ୍ରୀ ବନ୍ଦ ହୋଇଯାଇଛି । ଯେଉଁମାନେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଇ- କେୱାଇସି କରିବେ, ସେମାନ ପୁଣି ଥରେ ରାସନ ପାଇବେ ବୋଲି ଘୋଷଣା କରିଥିଲେ ସରକାର । ଏହି ପ୍ରକ୍ରିୟା ୨ଦିନ ପରେ ଶେଷ ହେବାକୁ ଯାଉଛି । ବାରମ୍ବାର ଡେଡ୍ଲାଇନ ପରିବର୍ତ୍ତନ ପରେ ବି ଏବେ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ହିତାଧିକାରୀ ଇ-କେୱାଇସି କରି ନାହାନ୍ତି । ଫଳରେ ସେମାନେ ମାଗଣା ରାସନରୁ ବଞ୍ଚିତ ହେବାକୁ ଯାଉଛନ୍ତି ।


ଅଧିକ ପଢ଼ନ୍ତୁ ୩ଟି ବିଭାଗର ୪ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମୋହର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଖିବା କେଉଁ ଜିଲ୍ଲାରୁ କେତେ ଲୋକ କରି ନାହାନ୍ତି ଇ-କେୱାଇସି । ଗଂଜାମରୁ ୧ ଲକ୍ଷ ୬୪ ହଜାର, କଟକରୁ ୯୧ ହଜାର, ମୟୁରଭଞ୍ଜରୁ ୮୭ ହଜାର, ବଲାଙ୍ଗିରରୁ ୮୩ ହଜାର, ବାଲେଶ୍ବରରୁ ୮୩ ହଜାର ଓ କଳାହାଣ୍ଡିରୁ ୮୨ ହଜାର ଲୋକ ତାଲିକାରୁ ବାଦ ପଡିବାକୁ ଯାଉଛନ୍ତି । ସେହିପରି ଦେବଗଡରୁ ସର୍ବନିମ୍ନ ୧୦ ହଜାର ଲୋକ ଇ- କେୱାଇସି କରି ନାହାନ୍ତି । ଇ- କେୱାଇସି ଅବଧି ରାଜ୍ୟ ସରକାର ଆଉ ବଢିବ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି ଯୋଗାଣ ମନ୍ତ୍ରୀ ।


ଅଧିକ ପଢ଼ନ୍ତୁ: କେବଳ ତଳ ପଡ଼ିଆ ନୁହେଁ, ଉପର ପଡ଼ିଆରେ ବି ହେବ ବାଲିଯାତ୍ରା


ଅନେକ ଯୋଗ୍ୟ ହିତାଧିକାରୀ ନିଜର ଇ-କେୱାଇସି କରି ନ ଥିବା ସାମ୍ନାକୁ ଆସିଛି । ତେଣୁ ସରକାର ଅବଧି ବଢାଇବାକୁ ସେମାନେ ଦାବି କରିଛନ୍ତି । ସେପଟେ ଇ- କେୱାଇସି କରିବାରେ ଅନେକ ସମସ୍ୟା ହେଉଥିବା ଅଭିଯୋଗ ଆଣିଛି ଡିଲର ଆସୋସିଏସନ । ନେଟୱାର୍କ ସମସ୍ୟାକୁ ମୁଖ୍ୟତଃ ଦାୟୀ କରିଛନ୍ତି । ଏହାସହ ଛୋଟ ପିଲା ଓ ବୟସ୍କ ବର୍ଗଙ୍କ ଫିଙ୍ଗର ପ୍ରିଣ୍ଟ ସମସ୍ୟାକୁ ସମାଧାନ ପାଇଁ ଦାବି ହୋଇଛି । ଯେମିତି ଯୋଗ୍ୟ ହିତାଧିକାରୀ ବାଦ ନ ପଡନ୍ତି ସରକାର ତା ଉପରେ ନଜର ଦେବା ଆବଶ୍ୟକ ବୋଲି କହିଛି ଡିଲର ସଂଘ। ବର୍ତ୍ତମାନ ସୁଦ୍ଧା ୩୦ ହଜାର ୧୨୫ ଅଯୋଗ୍ୟ ପରିବାର ଚିହ୍ନଟ କରିଛନ୍ତି ରାଜ୍ୟ ସରକାର । ଏହାସହ ୬ ଲକ୍ଷ ୩୮ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: