Long Queues at Petrol Pumps / ତେଲ ପାଇଁ ରାତିତମାମ ଅପେକ୍ଷାରେ ଅଛନ୍ତି ଗ୍ରାହକ,କେତେବେଳେ ସକାଳେ ଟାଙ୍କି ଖୋଲିବ ଆଉ ତେଲ ମିଳିବ
·1 hour ago·2 min read

Key Points
ତେଲ ପାଇଁ ରାତିତମାମ ଅପେକ୍ଷାରେ ଗ୍ରାହକ
କେତେବେଳେ ସକାଳେ ଟାଙ୍କି ଖୋଲିବ ଆଉ ତେଲ ମିଳିବ
କେତେବେଳେ ସକାଳେ ଟାଙ୍କି ଖୋଲିବ ଆଉ ତେଲ ମିଳିବ।
ସୂର୍ଯ୍ୟ ଉଇଁବା ପୂର୍ବରୁ ପେଟ୍ରୋଲ ପମ୍ପ ଆଗରେ ଧାଡ଼ି ବାନ୍ଧିଛନ୍ତି ଲୋକେ

ଭୁବନେଶ୍ବର,୧୬/୦୫:ତେଲ ପାଇଁ ରାତିତମାମ ଅପେକ୍ଷାରେ ଅଛନ୍ତି ଗ୍ରାହକ, କେତେବେଳେ ସକାଳେ ଟାଙ୍କି ଖୋଲିବ ଆଉ ତେଲ ମିଳିବ। ସୂର୍ଯ୍ୟ ଉଇଁବା ପୂର୍ବରୁ ପେଟ୍ରୋଲ ପମ୍ପ ଆଗରେ ଧାଡ଼ି ବାନ୍ଧିଛନ୍ତି ଲୋକେ। କାଳେ କେଉଁ ପମ୍ପରୁ ତେଲ ସରିଯିବ। ଆଉ ମିଳିବନି। ସେହି ଆଶଙ୍କାରେ କେହି ବି ଲାଇନ୍ ଛାଡୁ ନାହାନ୍ତି । ସମସ୍ୟା ଏବେ ଅସମ୍ଭାଳ ।
ତେଲ ପାଇଁ ଲମ୍ବା ଲାଇନ୍ । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲ ପମ୍ପରେ ତେଲ ପାଇଁ ଲାଗିଛି ପ୍ରବଳ ଭିଡ଼ । ରାତିସାରା ବିଭିନ୍ନ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି ନାହିଁ ନଥିବା ଭିଡ଼ ।ରାଜ୍ୟର ସବୁ ପେଟ୍ରୋଲ ପମ୍ପରେ ଲୋକଙ୍କ ପ୍ରବଳ ଭିଡ଼ ଦେଖାଯାଇଛି । ଅନ୍ୟ ପେଟ୍ରୋଲ ପମ୍ପରେ ମଧ୍ୟ ଗ୍ରାହକଙ୍କର ଲମ୍ବା ଲାଇନ୍ ଲାଗିଛି । କିଛି ସ୍ଥାନରେ ପେଟ୍ରୋଲ ସଂକଟ ପାଇଁ କଟକଣା ସହିତ ବିକ୍ରି ହେଉଛି । ଗ୍ରାହକଙ୍କୁ ସର୍ବାଧିକ ୨୦୦ ଟଙ୍କାର ପେଟ୍ରୋଲ ମିଳୁଛି ।
ରାଜ୍ୟରେ ତେଲ ସଙ୍କଟ ନାହିଁ। ଆସନ୍ତା ୧୩ ଦିନ ପାଇଁ ତେଲ ମହଜୁଦ ଅଛି । ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଲୋକଙ୍କ ଭିଡ଼ ଯୋଗୁଁ 50 ପ୍ରତିଶତ ଚାହିଦା ବଢିଛି । ଲୋକଙ୍କୁ ନିବେଦନ ପ୍ୟାନିକ ହୁଅନ୍ତୁ ନାହିଁ । ଜାରକିନ ଆଣି ଟାଙ୍କିରେ ଭିଡ଼ ଲଗାଇ କିଣନ୍ତୁ ନାହିଁ ଡଲାରରେ ସୁନା, ତୈଳ ବାହାର ଦେଶରୁ କିଣାଯାଉ ଥିବାରୁ ଡଲାର ଅଧିକ ସୁଦୃଢ ହେଉଛି । ତେଣୁ ଅର୍ଥନୀତିକୁ ସଜାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ତେଲ କମ ବ୍ୟବହାର ପାଇଁ କହିଥିଲେ । ଏହାକୁ ନେଇ ତେଲ ଆଗକୁ ମିଳିବ ନାହିଁ ବୋଲି ଭୁଲ ମେସେଜ ଯାଇଛି ।
ପଢନ୍ତୁ ଏହି ଖବର: ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ,ଲୋକଙ୍କ ଭିଡ଼ ଯୋଗୁଁ 50 ପ୍ରତିଶତ ଚାହିଦା ବଢିଛି: ଯୋଗାଣ ମନ୍ତ୍ରୀ
ତେଲ କଳାବଜାରୀ ରୋକିବାକୁ ଚଢ଼ାଉ ପାଇଁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ । ପବ୍ଲିକ ଟ୍ରା୍ସପୋର୍ଟକୁ ଆଗ ତେଲ ଦିଅ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ଆଜି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ବଡ଼ ବୈଠକ । ତୈଳ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଣ ବିଭାଗର ଚାଲିଥିଲା ମାନସ ମନ୍ଥନ। ରାଜଧାନୀ ଭୁବନେଶ୍ବରରେ ବ୍ଲାକରେ ବିକ୍ରି ହେଉଛି ପେଟ୍ରୋଲ। ଲିଟର ପିଛା 140 ରେ ବିକ୍ରି କରୁଛନ୍ତି ଲୋକେ। ଯାହାର ଭିଡ଼ିଓ ଅର୍ଗସ ହାତରେ ଲାଗିଛି।
ସେପଟେ ପେଟ୍ରୋଲ ଓ ଡିଜେଲ ସଙ୍କଟ ସନ୍ଧ୍ୟା ସୁଦ୍ଧା ସ୍ୱାଭାବିକ ସ୍ଥିତି ହୋଇପାରେ ବୋଲି କହିଛନ୍ତି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍। ଦୈନିକ ନିଜ ଖର୍ଚ୍ଚରୁ ଅଧିକ ତେଲ କିଣିବା ଏବଂ ଡିପୋରୁ ପେଟ୍ରୋଲ ପମ୍ପ ଯାଏ ତେଲ ନ ଆସିବା ଭିତରେ ଲୋକେ ଅଧିକ ଅଧର୍ଯ୍ୟ ହେବା ହିଁ ପେଟ୍ରୋଲ ଟାଙ୍କିର ତେଲ ସରିବାର ପ୍ରମୁଖ କାରଣ ବୋଲି ଲାଠ୍ କହିଛନ୍ତି। ସାରା ଦେଶରେ ବଢ଼ିଲା ପେଟ୍ରୋଲ୍, ଡିଜେଲ୍ ଦର। ପେଟ୍ରୋଲ୍ ଲିଟର ପିଛା ୩ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍ ଲିଟର ପିଛା ୩ ଟଙ୍କା ୧୧ ପଇସା ବୃଦ୍ଧି ହୋଇଛି। CNG ଦରରେ ମଧ୍ୟ ୨ ଟଙ୍କା ବୃଦ୍ଧି ହୋଇଛି। ଦର ବୃଦ୍ଧି ହେବା ପରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା 104 ଟଙ୍କା 19 ପଇସା ହୋଇଥିବା ବେଳେ ଡିଜେଲ 95 ଟଙ୍କା 74 ପଇସା ପ୍ରତି ଲିଟର ବିକ୍ରି ହେଉଛି। ଦିଲ୍ଲୀରେ ପେଟ୍ରୋଲ୍ ଲିଟର ୯୭ ଟଙ୍କା ୭୭ ପଇସା ହୋଇଥିବା ବେଳେ ଡିଜେଲ୍ ଲିଟର ପିଛା ୯୯ ଟଙ୍କା ୬୭ ପଇସାରେ ବିକ୍ରି ହେଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories