Fuel Crisis Normal / ଅଧିକା ତେଲ କିଣୁଥିବାରୁ ତୈଳ ସଙ୍କଟ ଦେଖା ଦେଇଛି, ସନ୍ଧ୍ୟା ସୁଦ୍ଧା ସ୍ବାଭାବିକ ହେବ ସ୍ଥିତି
·4 months ago·2 min read

Key Points
ଅଧିକା ତେଲ କିଣୁଥିବାରୁ ତୈଳ ସଙ୍କଟ
ସଂନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ୱାଭାବିକ ହୋଇପାରେ
ଉତ୍କଳ ପେଟ୍ରୋଲିୟମ୍ ଡିଲର୍ ସଂଘର ସୁଚନା

ଭୁବନେଶ୍ବର,୧୫/୦୫: ପେଟ୍ରୋଲ ଓ ଡିଜେଲ ସଙ୍କଟ ସନ୍ଧ୍ୟା ସୁଦ୍ଧା ସ୍ୱାଭାବିକ ସ୍ଥିତି ହୋଇପାରେ ବୋଲି କହିଛନ୍ତି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍। ଦୈନିକ ନିଜ ଖର୍ଚ୍ଚରୁ ଅଧିକ ତେଲ କିଣିବା ଏବଂ ଡିପୋରୁ ପେଟ୍ରୋଲ ପମ୍ପ ଯାଏ ତେଲ ନ ଆସିବା ଭିତରେ ଲୋକେ ଅଧିକ ଅଧର୍ଯ୍ୟ ହେବା ହିଁ ପେଟ୍ରୋଲ ଟାଙ୍କିର ତେଲ ସରିବାର ପ୍ରମୁଖ କାରଣ ବୋଲି ଲାଠ୍ କହିଛନ୍ତି।
ଡିପୋରେ ତେଲ ମହଯୁଦ୍ ଅଛି। ଲୋକେ କାହିଁକି ଏତେ ଚିନ୍ତିତ ବୁଝା ହେଉନାହିଁ। ବାରମ୍ବାର ଅପିଲ କଲେ ସୁଦ୍ଧା ଲୋକେ ବୁଝିବାକୁ ନାରାଜ । ପେଟ୍ରୋଲ ପମ୍ପରେ ୩ ଦିନ ପାଇଁ ପେଟ୍ରୋଲ ରହିଥିଲା। କିନ୍ତୁ ଗୋଟିଏ ଦିନରେ ଲୋକେ ଖର୍ଚ୍ଚଠୁ ଅଧିକା ତେଲ କିଣୁଛନ୍ତି ଯାହା ଫଳରେ ଟାଙ୍କିରୁ ତେଲ ସରୁଛି। ଗତକାଲି ଅନେକ୍ ପେଟ୍ରୋଲ ପମ୍ପ ରେ ୩ ଦିନ ପାଇଁ ଗଚ୍ଛିତ ଥିବା ପେଟ୍ରୋଲ ସରିଛି। ଏଭଲି ଅହେତୁକ ଭାବେ ଲୋକେ ପେଟ୍ରୋଲ କିଣିବେ ତେବେ ସମସ୍ତେ ହଇରାଣ ହେବେ। ସବୁତକ ପେଟ୍ରୋଲ ପମ୍ପକୁ ଆଜି ସନ୍ଧ୍ୟା ସୁଦ୍ଧା ପେଟ୍ରୋଲ ପହଁଞ୍ଚିବ ବୋଲି ତୈଳ ସଂଘ ବ୍ୟବସ୍ଥା କରୁଥିବା ସୂଚନା ଦେଇଛନ୍ତି ସଂଜୟ ଲାଠ୍।
ପଢନ୍ତୁ ଏହି ଖବର:ବଢ଼ିଲା ପେଟ୍ରୋଲ୍ , ଡିଜେଲ୍ ଦର, ଆସନ୍ତୁ ଜାଣିବା କାହିଁକି ବଢ଼ିଲା ଏହି ଦର ?
ଓଡ଼ିଶାରେ ୨୮୦୦ରୁ ଅଧିକ ପେଟ୍ରୋଲ ପମ୍ପ ରହିଛି। ଅଧିକାଂଶ ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପହଁଞ୍ଚିବ। ଓଡ଼ିଶାରେ ଏବେ ପ୍ରତିଦିନ ପେଟ୍ରୋଲ ୪୪ ଲକ୍ଷ୍ ୭୦ ହଜାର ଲିଟର ଏବଂ ଡ଼ିଜେଲ ୧ କୋଟି ୧୨ ଲକ୍ଷ୍ ୩୯ ହଜାର ଲିଟର ଖର୍ଚ୍ଚ ହେଉଛି। ସରକାର ଆଜି ବୈଠକ ନେଉଛନ୍ତି। ତୈଳ କମ୍ପାନୀ ମାନେ ଏହାର ପ୍ରତିକାର ବିଷୟରେ ଆଜି ସରକାରଙ୍କ ବୈଠକ ପରେ ଜଣାଇବେ। ପେଟ୍ରୋଲ, ଡ଼ିଜେଲ କିଣିବା ଉପରେ କୌଣସି ଲିମିଟ ଲଗାଯାଇ ନାହିଁ। ଯଦି ବି ଏହା କୌଣସି ପେଟ୍ରୋଲ ପମ୍ପରେ କରାଯାଉଛି ତେବେ ତାହା ଗ୍ରାହକଙ୍କ ହିତ ପାଇଁ। ମନ ଇଚ୍ଛା ଲୋକେ ପେଟ୍ରୋଲ କିଣିଲେ ସମସ୍ତେ ହଇରାଣ ହେବେ। ୧ ଘଣ୍ଟାରେ ତେଲ ସରିଯାଇପାରେ ତେଣୁ ଟ୍ୟାଙ୍କର ପହଁଞ୍ଚିବା ପରେ ପୁନଃ ସ୍ୱାଭାବିକ ଲୋକେ ନିଜ ଖର୍ଚ୍ଚ ଅନୁସାରେ କିଣିପାରିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଥିଲା ନିଜ ତେଲ ଖର୍ଚ୍ଚ କମେଇବାକୁ ତାର ଅର୍ଥ ନୂହେଁ ତେଲ ସଙ୍କଟ ରହିଛି। ଅଯଥା ଗୁଜବ ହେବାରୁ ଲୋକେ ଅହେତୁକ ତେଲ କିଣିଲେ। ଯାହା ଫଳରେ ଏଭଲି ସ୍ଥିତି ଉପୁଜିଲା। ଆଜି ପେଟ୍ରୋଲ ଦର 104.51 ଏବଂ 95.99 ଟଂକା ରହିଛି ବୋଲି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି।
Related Topics
Explore more stories