Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Budget News / ଆଜି ଆସିବ ବଜେଟ,୩ ଲକ୍ଷ ୨୦ ହଜାର କୋଟି ଛୁଇଁବା ଆକଳନ

Bikash Mohanty
Browse all articles by Bikash Mohanty
·4 months ago·2 min read
ଆଜି ଆସିବ ବଜେଟ,୩ ଲକ୍ଷ ୨୦ ହଜାର କୋଟି ଛୁଇଁବା ଆକଳନ
Budget

Key Points

ଆଜି ଆସିବ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ
ବଜେଟ ଉପସ୍ଥାପିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆସିବ ବଜେଟ
ଓଡ଼ିଶା (Feb-20): ଆଜି ଆସିବ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ। ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପିତ କରିବେ। ଗତ ବର୍ଷ ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର କୋଟି ର ପୂର୍ଣ୍ଣାଙ୍ଗ ବଜେଟ ଆଣିଥିବା ବେଳେ ୧୭ ହଜାର ୪୪୦ କୋଟି ର ଅତିରିକ୍ତ ବଜେଟ ଆଣିଥିଲେ ।

ତେବେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଆକାର ୩ଲକ୍ଷ ୨୦ ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି। ରାଜ୍ୟ ସରକାରଙ୍କ ଫୋକସ ରେ ରହିପାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବିକାଶ, ଭିତ୍ତିଭୂମି ଉନ୍ନତି, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ସଶକ୍ତିକରଣ ଭଳି କ୍ଷେତ୍ର ।

କେଉଁ କ୍ଷେତ୍ରକୁ ବଜେଟରେ ମିଳିବ ଫୋକସ

୧- ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁକୁ ଅଧିକ ଫୋକସ କରି ପାରନ୍ତି ରାଜ୍ୟ ସରକାର । ଗ୍ରାମୀଣ ଭିତ୍ତିଭୂମି ଉନ୍ନତିକୁ ମିଳିପାରେ ଅଧିକ ପ୍ରାଧାନ୍ୟ
୨- କୃଷି କ୍ଷେତ୍ରକୁ ମିଳିପାରେ ପ୍ରାଥମିକତା। ମଣ୍ଡି ଭିତ୍ତିଭୂମି, ଶୀତଳ ଭଣ୍ଡାର ନିର୍ମାଣ ସହ ଇନପୁଟ ସବସିଡ଼ି ପାଇଁ ହୋଇପାରେ ଅଧିକ ବ୍ୟୟ ବରାଦ
୩- ଜଳସେଚନ ପାଇଁ ବଜେଟ୍‌ରେ ଅଧିକ ବ୍ୟବସ୍ଥା ରଖି ପାରନ୍ତି ରାଜ୍ୟ ସରକାର । ନୂଆ ବ୍ୟାରେଜ ଓ ଡ୍ୟାମ ନିର୍ମାଣ ପାଇଁ ଘୋଷଣା କରି ପାରନ୍ତି ସରକାର ।
୪- ମହିଳା ସଶକ୍ତିକରଣ ପାଇଁ ଲକ୍ଷ ପତି ଦିଦି, ସୁଭଦ୍ରା ଯୋଜନା ଭଳି ଫ୍ଲାଗସିପ ସ୍କିମରେ ଅଧିକ ବ୍ୟୟ ବରାଦ ହୋଇପାରେ
୫- ଟେକ୍ନୋଲୋଜି ବିକାଶ, ଏଆଇ, ଭିତ୍ତିଭୂମି, ଶିଳ୍ପ ଓ ସଡ଼କ ପରିବହନର ବିକାଶ ପାଇଁ ନିଆଯାଇପାରେ ବଡ଼ ନିଷ୍ପତ୍ତି
୬- ସାମାଜିକ ସୁରକ୍ଷା କୁ ମିଳିପାରେ ଗୁରୁତ୍ୱ । ୬୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ମାସିକ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ହୋଇପାରେ
୭-କ୍ୟାପିଟାଲ ରିଜନ ରିଂ ରୋଡ, ଅର୍ଥନୈତିକ କରିଡର ଭଳି ନୂଆ ଯୋଜନା ପାଇଁ ମଧ୍ୟ ବଜେଟରେ ବଡ ବ୍ୟୟବରାଦ ହେବ।
୮- ଶିକ୍ଷା ଭିତ୍ତିଭୂମି ସହ ଗୁଣାତ୍ମକ ଶିକ୍ଷାକୁ ବଜେଟରେ ମିଳିପାରେ ପ୍ରାଧନ୍ୟ।
୯- ଛାତ୍ରଛାତ୍ରୀଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ଦେବା ପାଇଁ ମିଡ ଡେ ମିଲକୁ ମିଳିପାରେ ଗୁରୁତ୍ୱ
୧୦- ଲୋକଙ୍କ ପାଖରେ ମାଗଣା ସ୍ୱାସ୍ଥ୍ୟ ସେବା ପହଂଚାଇବା ବଜେଟ ଫୋକସ ଦେବେ ସରକାର  


ସେପଟେ ଆଜି ଚତୁର୍ଥ ଦିନରେ ମଧ୍ୟ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ। ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ପ୍ରସଙ୍ଗକୁ ବିରୋଧୀ ଉଠାଇ ପାରନ୍ତି। ତେବେ ଯଦି ଗୃହ ସ୍ବଭାବିକ ରୁହେ ତେବେ ପ୍ରଶ୍ନକାଳ ରେ ବିଦ୍ୟାଳୟ ଗଣଶିକ୍ଷା , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ, ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି, କ୍ରିଡା ଓ ଯୁବ କଲ୍ୟାଣ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି ।

ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶୂନ୍ୟକାଳରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ। କଂଗ୍ରେସ ମଣ୍ଡି ଅବ୍ୟବସ୍ଥାକୁ ନେଇ ମୁଲତବୀ ପ୍ରସ୍ତାବ ଆଣିଛି। ତେବେ ଗୃହ କାର୍ଯ୍ୟ ସ୍ୱାଭାବିକ ହେବ କି ନାହିଁ ତାହାକୁ ନେଇ ସଂନ୍ଦେହ ଉପୁଜିଛି l
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Budget 2026-27: CM Mohan Charan Majhi to Present Full Budget Today | Argus News