କେନ୍ଦ୍ର ବଜେଟରେ ଓଡିଶାକୁ ଗୁରୁତ୍ଵ

Key Points
କେନ୍ଦ୍ର ବଜେଟରେ ଓଡିଶାକୁ ଗୁରୁତ୍ବ
ରେଳ ବଜେଟରେ ରେକର୍ଡ 10 ହଜାର 599 କୋଟି ଅନୁଦାନ
2009ରୁ 14 ଭିତରେ ବର୍ଷକୁ ଆସୁଥିଲା ହାରାହାରି 838କୋଟି
ଏଥର ମିଳିଛି ସାଢେ 12 ଗୁଣ ଅଧିକ
10 ବର୍ଷରେ ଓଡିଶା ରେ ତିଆରି ହୋଇଛି 2046 କିମି ନୂଆ ରେଳ ଲାଇନ
73 ହଜାର 723 କୋଟି ବ୍ୟୟରେ ତିଆରି ଚାଲିଛି 48 ଟି ନୂଆ ପ୍ରକଳ୍ପ
ରେଳ ବଜେଟ ରେ ଓଡିଶା କୁ ପୁଣି ଅର୍ଥ ଅଜାଡି ଦେଲେ କେନ୍ଦ୍ର ସରକାର ।ମୋଦୀ ସରକାରଙ୍କ ତୃତୀୟ ପାଳି ର ଦ୍ଵିତୀୟ ବଜେଟ ରେ ଓଡିଶା କୁ 10,599 କୋଟି ର ରେକର୍ଡ ଅନୁଦାନ ମିଳିଛି। କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି । ଗତ 10 ବର୍ଷରେ ଓଡିଶାରେ ତିଆରି ହୋଇଛି 2046 କିମି ର ନୂଆ ରେଳ ଲାଇନ ଯାହା ମାଲେସିଆ ଭଳି ଦେଶର ସମ୍ପୂର୍ଣ୍ଣ ରେଳ ଲାଇନ ଠାରୁ ଅଧିକ। ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଫୋକସ ରହିଛି। ଯେଉଁଥି ପାଇଁ ଓଡିଶାରେ ରେଳବାଇ କ୍ଷେତ୍ରରେ ଏବେ 78 ହଜାର କୋଟି ଟଙ୍କାର ନୂଆ ନିବେଶ ହୋଇଛି । ଜୁଲାଇ ରୁ ଆଜି ପର୍ଯ୍ୟନ୍ତ 20 ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ମୋଦୀ ଅନୁମୋଦନ କରିଛନ୍ତି। ଅମୃତ ଭାରତ ଯୋଜନା ରେ 2379 କୋଟି ଟଙ୍କା ଖର୍ଚ୍ଚ କରାଯାଇ 59 ଟି ନୂଆ ରେଳ ଷ୍ଟେସନ ହୋଇଛି । ଏବେ ରାଜ୍ୟରେ 6 ବନ୍ଦେ ଭାରତ ଟ୍ରେନ ଚାଲିଛି । 17 ଟି ଜିଲ୍ଲା ଦେଇ ଏହା ଯାଉଥିବା ବେଳେ 25 ଟି ସ୍ଥାନରେ ରହୁଛି। ସେହିପରି ଅମୃତ ଭାରତ ଏକ୍ସପ୍ରେସ 5 ଟି ଜିଲ୍ଲା ଦେଇ ଯାଉଥିବା ବେଳେ 8 ଟି ଷ୍ଟେସନରେ ରହୁଛି ।
4 ଲେନ ହେବ କୋଲକାତାରୁ ଚେନ୍ନାଇ ରେଳପଥ। ଏବେ ବିଶାଖାପାଟଣା ପର୍ଯ୍ୟନ୍ତ 3 ଲେନ କାମ ଚାଲିଛି ଯେଉଁଥିରୁ କଲିକତା ରୁ ଭଦ୍ରକ କାମ ଖୁବ ଶୀଘ୍ର କାମ ସମାପ୍ତ ହେବ । 6 ବର୍ଷ ଭିତରେ ସରିବ କବଚ ଇନଷ୍ଟଲେସନ କାମ। ଜୁଲାଇ 2024 ରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା । ଓଡିଶାରେ 1888 କିମି ରେଳ ଲାଇନ ରେ କବଚ ଇନଷ୍ଟଲେସନ ଚାଲିଛି । 2014 ପରଠାରୁ ଓଡିଶାରେ 522ଟି ଫ୍ଲାଇ ଓଭର ଓ ଅଣ୍ଡର ପାସ ନିର୍ମାଣ ହୋଇଛି । 234 ଟି ଷ୍ଟେସନ ରେ ୱାଇଫାଇ କାମ ସମାପ୍ତ ହୋଇଛି।
ଉପା ସରକାର ସମୟରେ 2009ରୁ 14 ଭିତରେ ବର୍ଷକୁ ହାରାହାରି 838 କୋଟି ଟଙ୍କା ମିଳୁଥିଲା.. ଏବେ ଏହାର ସାଢେ 12 ଗୁଣ ଅଧିକ ଅନୁଦାନ ମିଳୁଛି..2009ରୁ 14 ଭିତରେ ବର୍ଷକୁ 53 କିମି ରେଳ ଲାଇନ ତିଆରି ହେଉଥିବା ବେଳେ 2014ରୁ 25 ଭିତରେ ବର୍ଷକୁ ହାରାହାରି ତିଆରି ହୋଇଛି 186 କିଲୋମିଟର ରେଳ ଲାଇନ.. ସେହପରି 2009ରୁ 14 ଭିତରେ ବର୍ଷକୁ ହାରାହାରି 29 କିଲୋମିଟିର ରେଳ ଲାଇନର ଇଲେକ୍ରିଫିକେସନ ହେଉଥିଲା.. ତେବେ 2014ରୁ 25 ଭିତରେ ବର୍ଷକୁ ହୋଇଛି 138 କିଲୋମିଟିର ଇଲେକ୍ରିଫିକେସନ ହୋଇ ଏବେ 100 ପ୍ରତିଶତ ସରିଛି । ୟୁପିଏ ସମୟରେ ଓଡିଶାକୁ ଆସୁଥିବା ଅନୁଦାନ ଓ ଏନଡିଏ ସମୟର ଅନୁଦାନର ତୁଳନାତ୍କମ ଚିତ୍ର ଉପରେ । 2009-10ରେ ଆସିଥିଲା 657.6 କୋଟି, 2010-11ରେ 900.3 କୋଟି, 2011-12ରେ 1100.3 କୋଟି,2012-13ରେ 719.3 କୋଟି, 2013-14ରେ ମିଳିଥିଲା 812 .5 କୋଟି । ତେବେ ଏନଡିଏ ସମୟରେ ବଢିଲା ରେଳ ଅନୁଦାନ-2014-15ରେ 1465 କୋଟି,15-16ରେ - 3712 କୋଟି,16-17ରେ 4682 କୋଟି, 17-18ରେ 5102 କୋଟି, 18-19ରେ 5252 କୋଟି,2019-20ରେ 5993 କୋଟି,2020-21ରେ 6995 କୋଟି ଓ 2022-23ରେ ମିଳିଥିଲା9734 କୋଟି.... 2023-24ରେ 10ହଜାର12 କୋଟି ଆସିଥିବା ବେଳେ 2024- 25ରେ ଆସିଥିଲା 10 ହଜାର 586 କୋଟି ।
