Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rail Budget: ଓଡ଼ିଶାରେ ଗଡ଼ିବ ୨୦୦ ବନ୍ଦେ ଭାରତ

Rashmita Mishra
Browse all articles by Rashmita Mishra
·1 year ago·2 min read
Rail Budget: ଓଡ଼ିଶାରେ ଗଡ଼ିବ ୨୦୦ ବନ୍ଦେ ଭାରତ

ରେଳ ବଜେଟ୍‌ରେ ଓଡିଶାକୁ ପୁଣି ଅର୍ଥ ଅଜାଡି ଦେଲେ କେନ୍ଦ୍ର ସରକାର । ମୋଦୀ ସରକାରଙ୍କ ତୃତୀୟ ପାଳିର ଦ୍ଵିତୀୟ ବଜେଟରେ ଓଡିଶାକୁ 10,599 କୋଟିର ରେକର୍ଡ ଅନୁଦାନ । ଗତ 10 ବର୍ଷରେ ଓଡିଶାରେ ତିଆରି ହୋଇଛି 2046 କିଲୋମିଟର ନୂଆ ରେଳ ଲାଇନ । ଯାହା ମାଲେସିଆ ଭଳି ଦେଶର ସମ୍ପୂର୍ଣ୍ଣ ରେଳ ଲାଇନଠାରୁ ମଧ୍ୟ ଅଧିକ । ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋକସ ରହିଛି । ଯେଉଁଥିପାଇଁ ଓଡିଶାରେ ଏବେ 78 ହଜାର କୋଟି ଟଙ୍କାର ରେଳବାଇ କ୍ଷେତ୍ରରେ ନୂଆ ନିବେଶ ହୋଇଛି ।


ବଡ଼ କଥା ହେଉଛି ଗତ ଜୁଲାଇରୁ ଆଜି ପର୍ଯ୍ୟନ୍ତ 20 ହଜାର କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ମୋଦୀ ଅନୁମୋଦନ କରିସାରିଛନ୍ତି । ଅମୃତ ଭାରତ ଯୋଜନାରେ 59 ଟି ନୂଆ ରେଳ ଷ୍ଟେସନ କାମ ଚାଲିଛି । ଏବେ ରାଜ୍ୟରେ 6 ବନ୍ଦେ ଭାରତ ଟ୍ରେନ ଚାଲିଥିବା ବେଳେ ଖୁବ ଶୀଘ୍ର ନୂଆ ଟ୍ରେନ ଚାଲିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

4 ଲେନ ହେବ କୋଲକାତାରୁ ଚେନ୍ନାଇ ରେଳପଥ। ଏବେ ବିଶାଖାପାଟଣା ପର୍ଯ୍ୟନ୍ତ 3 ଲେନ କାମ ଚାଲିଛି ଯେଉଁଥିରୁ କଲିକତାରୁ ଭଦ୍ରକ କାମ ଖୁବ ଶୀଘ୍ର ସରିବ । 6 ବର୍ଷ ଭିତରେ ସରିବ କବଚ ଇନଷ୍ଟଲେସନ କାମ । ଜୁଲାଇ 2024ରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା ।


ଓଡିଶାରେ 1888 କିମି ରେଳ ଲାଇନରେ କବଚ ଇନଷ୍ଟଲେସନ ଚାଲିଛି । ଚଳିତ ବର୍ଷ ବଜେଟରେ 1 ଲକ୍ଷ 54 ହଜାର କୋଟି ଟଙ୍କା କେବଳ ରେଳବାଇ କ୍ଷେତ୍ରରେ ସୁରକ୍ଷା ପାଇଁ ବ୍ୟୟ ବରାଦ ହୋଇଛି। 234 ଟି ଷ୍ଟେସନରେ ୱାଇଫାଇ କାମ ସମାପ୍ତ ହୋଇଛି । 2024ରେ ଓଡିଶାକୁ 10 ହଜାର 586 କୋଟି ଟଙ୍କାର ରେଳ ଅନୁଦାନ ମିଳିଥିଲା । 2023 ରେ 10 ହଜାର 12 କୋଟି ଟଙ୍କା ଅନୁଦାନ ମିଳିଥିଲା । ପୂର୍ବ ସରକାର ସମୟରେ 838 କୋଟି ଟଙ୍କା ମିଳୁଥିଲା। ରାଜ୍ୟରେ 100 ପ୍ରତିଶତ ବୈଦ୍ୟୁତିକରଣ କାମ ସମାପ୍ତ ହୋଇଛି । ରାଜ୍ୟରେ ଏବେ ଅନୁଗୁଳ, ବଲାଙ୍ଗୀର, ସମ୍ବଲପୁର, ପୁରୀ, ଭୁବନେଶ୍ୱର, ରାଉରକେଲା, ଟିଟିଲାଗଡ଼, ମୁନିଗୁଡା ଭଳି 59 ରେଳଷ୍ଟେସନ ଅମୃତ ଭାରତ ଯୋଜନାରେ ନବୀନକାରଣ କରାଯାଉଛି ।

Sponsored
Odisha gets Rs 10,599 crore grant in Modi government's third term second budget | Argus News