Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜୈବିକ ଚାଷକୁ ଓଡ଼ିଶା ସରକାରଙ୍କ ଗୁରୁତ୍ବ

Odisha

ଜୈବିକ ଚାଷକୁ ଓଡ଼ିଶା ସରକାରଙ୍କ ଗୁରୁତ୍ବ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 ଜୈବିକ ଚାଷକୁ ଓଡ଼ିଶା ସରକାରଙ୍କ ଗୁରୁତ୍ବ

ଅଧିକ କୀଟନାଶକ ଯୋଗୁ ବଢୁଛି କ୍ୟାନସର। ବିଧାନସଭାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପଚାରି ଥିବା ଏକ ପ୍ରଶ୍ନରେ ଏମିତି ଉତ୍ତର ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ବର୍ତ୍ତମାନ କମ୍ ସମୟରେ ଅଧିକ ଅମଳ ପାଇଁ ବହୁଳ ମାତ୍ରାରେ ରାସାୟନିକ ସାର ବ୍ୟବହାର କରୁଛନ୍ତି ଚାଷୀ । ରୋଗ ପୋକ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଜମିରେ ଅଧିକ କୀଟନାଶକ ବ୍ୟବହାର କରାଯାଉଥିବାରୁ କ୍ୟାନ୍ସର ଭଳି ମାରାତ୍ମକ ବ୍ୟାଧି ବ୍ୟାପୁଛି।


ବଲାଙ୍ଗୀର ଏବଂ ଅଭିଭକ୍ତ ସମ୍ବଲପୁର ଜିଲ୍ଲାରେ କର୍କଟ ରୋଗୀଙ୍କ ସଂଖ୍ୟା ବଢୁଛି । ଆଉ ଏଥିପାଇଁ ବଳଭଦ୍ର ଜୈବିକ ମିଶନକୁ କାର୍ଯ୍ୟକାରୀ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି ସରକାର । ଜୈବିକ ଚାଷ କ୍ଷେତ୍ରଫଳ ବୃଦ୍ଧି ପାଇଁ ସରକାର ପ୍ରତିଶୃତିବଦ୍ଧ । ଜୈବିକ ଚାଷକୁ ଅଧିକ ଆପଣାଇବାକୁ ଚାଷୀ ବ୍ୟାପକ ସଚେତନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ରଖାଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଆଇନ୍‌ ମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କ୍ୟାନସର ରୋଗ ହ୍ରାସ କରିବା ପାଇଁ ରାଜ୍ୟ ସରକାର ନେଇଥିବା ଜୈବିକ ଚାଷ ପଦକ୍ଷେପକୁ ସ୍ବାଗତ କରିଛନ୍ତି ବଲାଙ୍ଗୀର ଜିଲ୍ଲାର ଚାଷୀ । ଅନ୍ୟପଟେ ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାଇ ବର୍ତ୍ତମାନ ବରଗଡ଼ ଜିଲାରେ ୫୦୭ ଜଣ କ୍ୟାନ୍ସର ରୋଗୀ ଚିକିତ୍ସିତ ହେଉଥିବା ବେଳେ ୩୭ ଜଣ କେମୋ ନେଉଛନ୍ତି । ସେହିପରି ବରଗଡ଼ କ୍ୟାନ୍ସର ହସ୍ପିଟାଲରେ ଓପିଡି ସେବା ଚାଲିଛି ଓ ବାଗଚି ହସ୍ପିଟାଲରୁ ବିଶେଷଜ୍ଞ ଡାକ୍ତର ଆସି ସ୍ୱାସ୍ଥ୍ୟ ସେବା ଦେଉଥିବା କହିଛନ୍ତି ବରଗଡ଼ ସିଡିଏମଓ।

Sponsored
odisha-government-attaches-importance-to-organic-farming | Argus News