Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହଠାତ୍‌ କାହିଁକି ୨୦ କଲେକ୍ଟରଙ୍କୁ ବଦଳି କଲେ ମୋହନ ?

Odisha

ହଠାତ୍‌ କାହିଁକି ୨୦ କଲେକ୍ଟରଙ୍କୁ ବଦଳି କଲେ ମୋହନ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ହଠାତ୍‌ କାହିଁକି ୨୦ କଲେକ୍ଟରଙ୍କୁ ବଦଳି କଲେ ମୋହନ ?

Key Points

  • IAS ସ୍ତରରେ ବଡ଼ ଧରଣର ଅଦଳବଦଳ
  • ଏକା ସାଙ୍ଗରେ ବଦଳିଗଲେ ୨୦ ଜିଲ୍ଲାପାଳ
  • ଭଲ ଶାସନ ପାଇଁ ମୋହନ ନେଲେ ବଡ଼ ନିଷ୍ପତ୍ତି

ଅର୍ଗସ ବ୍ୟୁରୋ : ରାଜ୍ୟରେ ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଜଣେ କି ଦୁଇଜଣ ନୁହେଁ ବରଂ ଏକା ସାଙ୍ଗରେ ୨୦ ଜିଲ୍ଲାପାଳଙ୍କ ବଦଳି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ହେଲେ ଏତେ ମାତ୍ରାରେ ଏକା ସାଙ୍ଗରେ ଜିଲ୍ଲାପାଳ ବଦଳି ହୋଇଥିବାରୁ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର । କୁହାଯାଉଛି କି, ସ୍ଵଚ୍ଛ ଶାସନ ପାଇଁ ଏତେ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋହନ ।

ଯାହା ଚର୍ଚ୍ଚା ହେଉଥିଲା, ଏବେ ସେଇୟା ହିଁ ହେଲା ।  ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଏକା ସାଙ୍ଗରେ ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ । ଖାସ୍‌ କରି କୁସୁମା ପୋଖରୀକୁ ନେଇ ବିବାଦରେ ଥିଲେ ଯାଜପୁର ଜିଲ୍ଲାପାଳ । ଆଉ ଏବେ ତାଙ୍କର ବି ବଦଳି ହୋଇଛି ।  ନିଖିଲ ପୱନ କଲ୍ୟାଣଙ୍କୁ ବଦଳି କରାଯାଇ ଓଡ଼ିଶାମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଦିଆଯାଇଛି । ପୱନଙ୍କ ସ୍ଥାନରେ ପି. ଅନ୍ଵେଷା ରେଡ୍ଡି ଯାଜପୁର ନୂଆ ଜିଲ୍ଲାପାଳ ହୋଇଛନ୍ତି ।

କେବଳ ଯାଜପୁର ନୁହେଁ ବରଂ ନୟାଗଡ଼ ଜିଲ୍ଲାପାଳ ଥିହା ସ୍ଵଧା ଦେବ ସିଂଙ୍କର ବଦଳି ହୋଇଛି । ତାଙ୍କୁ ପଂଚାୟତିରାଜ ଓ ପାନୀୟ ଜଳବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଥିବାଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ରାଜ୍ୟସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଥିବା ଦିଲ୍ଲୀପ ରାଉତରାୟଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଡ. ବିଜୟ କେତନ ଉପାଧ୍ୟାୟଙ୍କୁ ଏହି ନୂଆ ଦାୟିତ୍ଵ ମିଳିଛି। ବିଜୟ କେତନ କଟକ ବୋର୍ଡ ଅଫ୍ ରେଭିନ୍ୟୁ ବା ରାଜସ୍ଵ ପରିଷଦର ସଚିବ ଥିଲେ । ତାଙ୍କ ସ୍ଥାନରେ ଆଶିଷ ଠାକରେଙ୍କୁ ଏହି ନୂଆ ଦାୟିତ୍ଵ ମିଳିଛି । ଆଶିଷ ପୂର୍ବରୁ ବାଲେଶ୍ଵର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ ।

ମିଳିଥିବା ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲାପାଳ ଥିବା କମଳ ଲୋଚନ ମିଶ୍ର ହୋଇଛନ୍ତି ଓସଡମାର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ । ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଥିବା ଡା. ଶୁଭଙ୍କର ମହାପାତ୍ରଙ୍କୁ ନବରଙ୍ଗପୁର ଜିଲ୍ଲାପାଳ, ଅକ୍ଷୟ ସୁନିଲ ଅଗ୍ରୱାଲ ନୟାଗଡ଼, ମନୋଜ ସତ୍ୟବାନ ମହାଜନ ସୁନ୍ଦରଗଡ଼, କବୀନ୍ଦ୍ର କୁମାର ସାହୁ ଦେବଗଡ଼, ମଧୁସୂଦନ ଦାଶ ନୂଆପଡ଼ା, ସୁବ୍ରତ କୁମାର ପଣ୍ଡା ବୌଦ୍ଧସୂର୍ଯ୍ୟବଂଶୀ ମୟୂର ବିକାଶ ବାଲେଶ୍ଵର, ବିଜୟ କୁମାର ଦାଶ ଗଜପତି, ସ୍ମୃତି ରଂଜନ ପ୍ରଧାନ କେନ୍ଦ୍ରାପଡ଼ା, ପାରୁଲ ପତୱାରୀ ରାୟଗଡ଼ା, ଅମୃତ ଋତୁରାଜ କନ୍ଧମାଳ, ସିଦ୍ଧେଶ୍ଵର ବଳିରାମ ବନ୍ଦର ସମ୍ବଲପୁର ଜିଲ୍ଲାପାଳ, ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କଟକ, ପାୱାର ସଚିନ ପ୍ରକାଶ କଳାହାଣ୍ଡି, ସୋମେଶ କୁମାର ଉପାଧ୍ୟାୟ ଢେଙ୍କାନାଳ, ଆଶିଷ ଇଶ୍ଵର ପାଟିଲ ମାଲକାନଗିରି, ସ୍ମୃତି ରଂଜନ ପ୍ରଧାନ କେନ୍ଦ୍ରାପଡ଼ା,ପାରୁଲ ପତୱାରୀ ରାୟଗଡ଼ା, ସ୍ମୃତିରଞ୍ଜନ ପ୍ରଧାନ କେନ୍ଦ୍ରାପଡ଼ା, ଶୁଭଙ୍କର ମହାପାତ୍ର ନବରଙ୍ଗପୁର ଏବଂ ହେମକାନ୍ତ ସଏ ମୟୂରଭଞ୍ଜ ଜିଲ୍ଲାପାଳ ହୋଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha government | Argus News