Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶା ସରକାରଙ୍କ ଅଫିସର ବହୁତ ସହଯୋଗ କରୁଛନ୍ତି: ପୀଡିତାଙ୍କ ଭାଇ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଓଡ଼ିଶା ସରକାରଙ୍କ ଅଫିସର ବହୁତ ସହଯୋଗ କରୁଛନ୍ତି: ପୀଡିତାଙ୍କ ଭାଇ

Key Points

ଦିଲ୍ଲୀରେ ପହଂଚିଲା ପରେ ବଳଙ୍ଗା ପୀଡିତା

ପୀଡିତାଙ୍କ ଭିଣୋଇ ଏବଂ ଭାଇ ଦେଲେ ଅର୍ଗସ କୁ ପ୍ରଥମ ପ୍ରତିକ୍ରିୟା

ଦିଲ୍ଲୀରେ ପହଂଚିଲା ପରେ ବଳଙ୍ଗା ପୀଡିତାଙ୍କ ଭିଣୋଇ ଏବଂ ଭାଇଙ୍କ ଅର୍ଗସ କୁ ପ୍ରଥମ ପ୍ରତିକ୍ରିୟା । କହିଛନ୍ତି, ସ୍କିନ ଟ୍ରାନ୍ସପ୍ଲାଣ୍ଟ ପ୍ରକ୍ରିୟା ଆଜି ଶେଷ ହୋଇନାହିଁ । ଆଜି ପରୀକ୍ଷା ମୁଳକ ଭାବେ କରାଯାଇଛି. ଯଦି ସବୁକିଛି ଠିକଠାକ ରୁହେ, ତେବେ କାଲି ପ୍ରକ୍ରିୟା ଶେଷ ହେବ । ଓଡିଶା ସରକାର ଙ୍କୁ ଧନ୍ୟବାଦ। ଓଡ଼ିଶା ସରକାରଙ୍କ ଅଫିସର ବହୁତ ସହଯୋଗ କରୁଛନ୍ତି । ପୁରା ଡାକ୍ତର ଟିମ ଲାଗିଛନ୍ତି । ଝିଅ ଆମକୁ ଦେଖି ପାରୁଛି. ଜାଣିପାରୁଛି । 


ଦୋଷୀଙ୍କୁ କଡା ସଜା ହେଉ ବୋଲି ସେମାନେ ଦାବି କରିଛନ୍ତି । ସେପଟେ ବଳଙ୍ଗା ପୀଡିତା ଙ୍କୁ ଭେଟିଲେ ବିଜେପି ର 7 ଜଣ ସାଂସଦ । ଭେଟିବା ପରେ ସାଂସଦ ବିଭୁ ପ୍ରସାଦ ତରାଇ କହିଛନ୍ତି, ଝିଅ ଟି ଭଲ ଅଛି। ଡାକ୍ତର ମାନେ ଲଗାତାର ଚିକିତ୍ସା ଜାରି ରଖିଛନ୍ତି । ଆଜି ତାର ସ୍କିନ ଟ୍ରାନ୍ସପ୍ଲାଣ୍ଟ ହୋଇଛି । ସମ୍ବିତ ପାତ୍ର, ପ୍ରତାପ ଷଡ଼ଙ୍ଗୀ, ଅନିତା ଶୁଭ ଦର୍ଶିନୀ, ସଂଗୀତା ସିଂ ଦେଓ, ମାଳବିକା ଦେବି, ବିଭୁ ପ୍ରସାଦ ତରାଇ, ରବି ନାରୟଣ ବେହେରା ପ୍ରମୁଖ ପୀଡିତାଙ୍କୁ ଭେଟିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-government-officials-are-very-cooperative-victims-brother | Argus News