|
logo
Live

Argus News - ଏଣିକି ମହାପ୍ରସାଦ ମାଗଣାରେ ପାଇବେ ଭକ୍ତ

Odisha

ଏଣିକି ମହାପ୍ରସାଦ ମାଗଣାରେ ପାଇବେ ଭକ୍ତ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଏଣିକି ମହାପ୍ରସାଦ ମାଗଣାରେ ପାଇବେ ଭକ୍ତ

Key Points

  • ଶ୍ରୀମନ୍ଦିରରେ ଏଣିକି ମାଗଣାରେ ମିଳିବ ମହାପ୍ରସାଦ
  • ମୋହନ ସରକାର ନେଲେ ବଡ଼ ନିଷ୍ପତ୍ତି
  • କୋଟି କୋଟି ଭକ୍ତଙ୍କ ମନରେ ଖୁସିର ଲହରୀ

ଅର୍ଗସ ବ୍ୟୁରୋ : କଥାରେ ଅଛି ଶ୍ରୀମନ୍ଦିରରେ ଜାତି ନାହିଁ କି କଲିକତାରେ ରାତି ନାହିଁ । ଆନନ୍ଦ ବଜାରରେ ଚଣ୍ଡାଳ ସହ ବ୍ରାହ୍ମଣ ବି ଅବଢା ଖାଉଥିବା କଥା କୁହାଯାଏ । ଶ୍ରୀଜିଉଙ୍କ ପ୍ରସାଦ ପାଇବା ପାଇଁ ଆକୁଳ ହୋଇ ଚାହିଁରହିଥାଏ ଭକ୍ତର ମନ ଓ ପ୍ରାଣ । ହେଲେ ଅବଢା ମୂଲ୍ୟ ବଢିଥିବାରୁ ଅନେକ ଗରିବ ଭକ୍ତ ପେଟପୁରା ଅବଢା ଖାଇପାରୁନାହିଁ । କେବଳ ଶ୍ରୀଜିଉଙ୍କ ପ୍ରସାଦ ଟିକେ ପାଇବାକୁ ଅଳ୍ପ ଟଙ୍କାରେ ପ୍ରସାଦ କିଣୁଥିବା ଦେଖାଯାଉଛି । ହେଲେ ଏବେ ପେଟପୁରା ମହାପ୍ରସାଦ ଖାଇବେ ଭକ୍ତ । ସିଏ ପୁଣି ସଂପୂର୍ଣ୍ଣ ମାଗଣାରେ । ଏଭଳି ନିଷ୍ପତ୍ତି କୋଟି କୋଟି ଭକ୍ତଙ୍କୁ ସାହାଯ୍ୟ କରିବ ବୋଲି କୁହାଯାଉଛି ।

ଭାରତର ସବୁ ବଡ଼ ମନ୍ଦିରରେ ଦିଅଁ ଦର୍ଶନ ପରେ ଭକ୍ତଙ୍କ ପାଇଁ ମିଳେ ମାଗଣା ପ୍ରସାଦ । ଯାହା ଏବେ ପୁରୀ ଶ୍ରୀମନ୍ଦିରରେ ଲାଗୁ ହେବ । ଭକ୍ତର ଭାବାବେଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ଏମିତି ବଡ଼ ନିଷ୍ପତ୍ତି । ମାଗଣା ମହାପ୍ରସାଦ ବିତରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର । ଯୋଜନାକୁ କେମିତି ଦୀର୍ଘ ସ୍ଥାୟୀ କରାଯିବ ସେନେଇ  ମଧ୍ୟ ରୂପରେଖ ପ୍ରସ୍ତୁତ କରାଯାଉଛି । ସେପଟେ ଯୋଜନା ସଂପର୍କରେ ଆଇନମନ୍ତ୍ରୀ କହିଛନ୍ତି, ମହାପ୍ରସାଦ ଟିକିଏ ପାଇଲେ ଭକ୍ତର ମାନସିକ ଶାନ୍ତି ସହ ଆନ୍ତରିକ ଉଦବେଳନକୁ ପୂର୍ଣ୍ଣ କରିବା ପାଇଁ ପ୍ରୟାସ ଜାରି ରହିଛି । ଏହାସହିତ ଏ ବ୍ୟବସ୍ଥା ଅଧାରୁ ବନ୍ଦ ନହୋଇ ଆଗକୁ କେମିତି ବଳବତ୍ତର ରହିବ ସେନେଇ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି ।

ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ମିଳିବା ନେଇ ଜୋରଦାର ଦାବି ହେବା ପରେ ୨୦୧୭ ମସିହାରେ ତତ୍କାଳୀନ   ବିଜେଡି ସରକାର ଶ୍ରୀମନ୍ଦିରେ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ଦେବା ପାଇଁ ବ୍ୟବସ୍ଥା ହୋଇଥିଲା । ନିଇତି ୪ ହାଣ୍ଡି କାନିକା ନିଶୁଳ୍କ ବଣ୍ଟା ଯାଉଥିବା ବେଳେ ଅଳ୍ପ କେଇଦିନ ପରେ ଏହାକୁ ଆଗକୁ ନେଇପାରିନଥିଲେ ତତ୍କାଳୀନ ବିଜେଡି ସରକାର । ହେଲେ ଏବେ ପୁଣି ଥରେ ମାଗଣାରେ ମହାପ୍ରସାଦ ମିଳିବାକୁ ଯାଉଥିବାରୁ ଭକ୍ତଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀମନ୍ଦିର । କୋଟି କୋଟି ଭକ୍ତଙ୍କ ଭାବାବେଗ ସହ ଯୋଡି ହୋଇ ରହିଛି । ତେଣୁ କେମିତି ମନ୍ଦିରରେ ସଠିକ୍‌ରେ ନୀତିକାନ୍ତି ହେବା ସହିତ ଭଲରେ ଶ୍ରୀଜିଉଙ୍କ ସାନିଧ୍ୟ ପାଇବେ ଓ ମହାପ୍ରସାଦ ମିଳିବ ସେନେଇ ନୂଆ ସରକାର ଚେତନାଶୀଳ ଥିବା ବେଳେ ଏମିତି ନିଷ୍ପତ୍ତିକୁ ସବୁ ମହଲରେ ସ୍ଵାଗତ କରାଯାଉଛି ।
 

Sponsored
ଏଣିକି ମହାପ୍ରସାଦ ମାଗଣାରେ ପାଇବେ ଭକ୍ତ | Argus News