ମହିଳା ସଶକ୍ତିକରଣ ସରକାରଙ୍କ ପ୍ରାଥମିକତା, ୫ ବର୍ଷରେ ଦେଢ଼ ଲକ୍ଷ ସରକାରୀ ନିଯୁକ୍ତି ଲକ୍ଷ୍ୟ: ରାଜ୍ୟପାଳ

Key Points
ଥମେ ଗୃହର ଦିବଙ୍ଗତ ସଦସ୍ୟଙ୍କୁ ମନେ ପକାଇଥିଲେ ରାଜ୍ୟପାଳ । ଅଭିଭାଷଣରେ ରାଜ୍ୟପାଳ କହିଥିଲେ, ଓଡ଼ିଶାର ଲୋକ ହେଉଛନ୍ତି ଆମ ସମ୍ପତ୍ତି ।
ଭୁବନେଶ୍ଵର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ବଜେଟ୍ ଅଧିବେଶନ ପୂର୍ବରୁ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ଜୟ ଜଗନ୍ନାଥରୁ ରାଜ୍ୟପାଳ ଆରମ୍ଭ କରିଥିଲେ ଅଭିଭାଷଣ । ପ୍ରଥମେ ଗୃହର ଦିବଙ୍ଗତ ସଦସ୍ୟଙ୍କୁ ମନେ ପକାଇଥିଲେ ରାଜ୍ୟପାଳ । ଅଭିଭାଷଣରେ ରାଜ୍ୟପାଳ କହିଥିଲେ, ଓଡ଼ିଶାର ଲୋକ ହେଉଛନ୍ତି ଆମ ସମ୍ପତ୍ତି ।
ଆନ୍ତଃଜାତି ବିବାହ କ୍ଷେତ୍ରରେ ଦମ୍ପତି ପିଛା ପ୍ରୋତ୍ସାହନ ରାଶିକୁ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ମାଧ୍ୟମରେ ୨୦୨୪-୨୫ରେ ୧୧୦୮ ଦମ୍ପତି ଉପକୃତ ହୋଇଛନ୍ତି । ଅତ୍ୟାଚାର ମାମଲାର ସମାଧାନ ପାଇଁ ତଦନ୍ତ ଓ କ୍ଷତିପୂରଣ ବଣ୍ଟନକୁ ତ୍ଵରାନ୍ଵିତ କରି 'ସାକାର' (SAACAR) ପୋର୍ଟାଲ ଆରମ୍ଭ କରାଯାଇଛି । "ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନା” (ପିଏମ-ଅଜୟ) ଅଧିନରେ ଦାରିଦ୍ର୍ୟ ଦୂରୀକରଣ, ଦକ୍ଷତା ବିକାଶ, ଭିତ୍ତିଭୂମି ଉନ୍ନତି ଏବଂ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯାଉଛି ।
ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ସୁବିଧାରେ ଉନ୍ନତି ଆଣିବା ପାଇଁ ଓଡ଼ିଶାର ୯୨୩ଟି ଗାଁକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଛି । 'ବାବୁ ଜଗଜୀବନ ରାମ ଛାତ୍ରାବାସ ଯୋଜନା' ଅଧୀନରେ ୧୭୬ଟି ଛାତ୍ରାବାସ ମଞ୍ଜୁର କରାଯାଇଛି । ୬୮୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବିଶେଷକରି ଶ୍ରୁତିବାଧିତଙ୍କୁ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟରେ ୧୦୪ଟି ସ୍ଵତନ୍ତ୍ର ବିଦ୍ୟାଳୟ ଓ ଗୋଟିଏ ମହାବିଦ୍ୟାଳୟ ଚାଲିଛି । ସ୍ନାତକ ଓ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ବଣ୍ଟନ କରାଯାଉଛି ।
୨୯,୨୩୩ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବାଣୀଶ୍ରୀ ବୃତ୍ତି ପ୍ରଦାନ କରାଯାଇଛି । ୭୮ଟି ଥେରାପି ସେଣ୍ଟର/ହାଫ୍-ୱେ ହୋମ୍ ଜରିଆରେ ୫୦୯୨ ଜଣ ଶାରୀରିକ, ମାନସିକ ଓ ସାମାଜିକ ଭିନ୍ନକ୍ଷମଙ୍କୁ ଥଇଥାନ କରାଯାଇଛି । ଦିବ୍ୟାଙ୍ଗଙ୍କୁ ଆର୍ଥିକ ସଶସ୍ତିକରଣ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ୩୩୪୯ଟି ଦିବ୍ୟାଙ୍ଗ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି । ଦିବ୍ୟାଙ୍ଗ ମାନଙ୍କୁ ସହାୟତା ଓ ଉପକରଣ ଯୋଗାଇ ଦେବା ପାଇଁ ବ୍ଲକ ଓ ଗ୍ରାମ ପଞ୍ଚାୟତସ୍ତରରେ ଭୀମ ଭୋଇ ଭିନ୍ନକ୍ଷମ ସମର୍ଥ ଅଭିଯାନ ଶିବିର ଆୟୋଜନ କରାଯାଉଛି ।
📱 Get Argus News App
✨ସରକାର ହୀରାକୁଦ ଏବଂ ସାତକୋଶିଆ ପ୍ରକଳ୍ପର ବିକାଶ ପାଇଁ ପାଇଁ ଭାରତ ସରକାରଙ୍କଠାରୁ ସଫଳତାର ସହ ଅନୁମୋଦନ ହାସଲ କରିଛନ୍ତି । ପୁଞ୍ଜି ନିବେଶ କ୍ଷେତ୍ରରେ ରାଜ୍ୟମାନଙ୍କୁ ସ୍ଵତନ୍ତ୍ର ସହାୟତା ଯୋଜନାର ଭାଗ-୩ ଅଧୀନରେ ୨୦୨୪-୨୫ରେ ଓଡ଼ିଶାକୁ ୫୦ ବର୍ଷ ପାଇଁ ସୁଧ ମୁକ୍ତ ୨୦୦ କୋଟି ଟଙ୍କାର ସ୍ଵତନ୍ତ୍ର ସହାୟତା ମିଳିବ ।
ସରକାର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୧୨.୮୯ ଲକ୍ଷ କୋଟି ଟଙ୍କାର ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି । ଏହା ସହିତ, ୩.୮୪ ଲକ୍ଷ କୋଟି ନିବେଶ ମୂଲ୍ୟ ଏବଂ ୩.୯୨ ଲକ୍ଷ ନିଯୁକ୍ତି ସମ୍ଭାବନା ସହିତ ୪୪୮ ନିବେଶ ଉଦ୍ଦେଶ୍ୟ ଫର୍ମ ଗ୍ରହଣ କରାଯାଇଛି । ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ସଶକ୍ତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୧୦ ଲକ୍ଷ ମହିଳାଙ୍କୁ ଏହି ସ୍ତରର ଆୟ ହାସଲ ପାଇଁ ତାଲିମ୍ ଦିଆଯିବ ।
୨୦୨୬ ସୁଦ୍ଧା କାର୍ଯ୍ୟକ୍ଷମ ଘରୋଇ ନଳ ସଂଯୋଗ (ଏଫ୍ଏଚଟିସି) ମାଧ୍ୟମରେ ସମସ୍ତ ଗ୍ରାମୀଣ ପରିବାରକୁ ସୁରକ୍ଷିତ ଏବଂ ସ୍ଥାୟୀ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ଆବଶ୍ୟକୀୟ ପ୍ରୟାସ କରୁଛନ୍ତି । ସରକାର ଓଡ଼ିଶାର ସମସ୍ତ ୧୧୫ଟି ସହରରେ ଘରୋଇ ପାଇପ ସଂଯୋଗ ସଂପୂର୍ଣ କରିବା ସହିତ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦,୦୦୦ ନିଯୁକ୍ତି ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆଇଟି/ଆଇଟିଇଏସରେ ୫୦,୦୦୦ ନିଯୁକ୍ତି ସୃଷ୍ଟି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ ଏବଂ ପ୍ରଥମ ଦୁଇ ବର୍ଷରେ ୬୫,୦୦୦ ପଦବୀ ପୂରଣ ହେବ । ୨୦୨୪-୨୫ରେ ୨୪ ହଜାରରୁ ଅଧିକ ସରକାରୀ ପଦବୀ ପୂରଣ ହୋଇସାରିଛି ।
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ସରକାର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ କରି ୬୭୯୪ ପ୍ରାଥମିକ ବିଦ୍ୟାଳୟକୁ ବହୁବିଧ ବୈଷୟିକ ଶିକ୍ଷା, ଭିତ୍ତିଭୂମି ଉନ୍ନତି, ସାମାଜିକ-ଭାବନାତ୍ମକ ଶିକ୍ଷା, ଜୀବନ କୌଶଳ ଶିକ୍ଷା ଏବଂ ସମାନ ଶିକ୍ଷା ପରିବେଶ ସହିତ ଏକ ସାମଗ୍ରିକ ଶିକ୍ଷା କେନ୍ଦ୍ରରେ ବିକଶିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପଞ୍ଚସଖା ଶିକ୍ଷା ସେତୁ ମାଧ୍ୟମରେ ସରକାର ଶିକ୍ଷାଦାନ ଓ ଶିକ୍ଷାଦାନ ପଦ୍ଧତିର ରୂପାନ୍ତରଣକୁ ସମର୍ଥନ କରିବା ସହିତ ସମସ୍ତ ଅଂଶୀଦାର ମାନଙ୍କୁ ସାମିଲ କରି ବିଦ୍ୟାଳୟ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ଉନ୍ନତ ପରିବେଶ ସୃଷ୍ଟି କରୁଛନ୍ତି ।