Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରଥଯାତ୍ରା ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି, ବଡ଼ଦାଣ୍ଡରେ ବଣ୍ଟାଯିବ ନାହିଁ ରନ୍ଧା ଖାଦ୍ୟ

Odisha

Cooked Food Distribution Banned / ରଥଯାତ୍ରା ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି, ବଡ଼ଦାଣ୍ଡରେ ବଣ୍ଟାଯିବ ନାହିଁ ରନ୍ଧା ଖାଦ୍ୟ

Bikash Mohanty
Browse all articles by Bikash Mohanty
·1 hour ago·2 min read
ରଥଯାତ୍ରା ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି, ବଡ଼ଦାଣ୍ଡରେ ବଣ୍ଟାଯିବ ନାହିଁ ରନ୍ଧା ଖାଦ୍ୟ
Cooked Food

Key Points

ବଡ଼ଦାଣ୍ଡରେ ଆଦୌ ରନ୍ଧା ଖାଦ୍ୟ ଦିଆଯିବ ନାହିଁ 
ଶୁଖିଲା ଖାଦ୍ୟ ବଣ୍ଟା ଯାଇପାରିବ
ପରିବେଶ ଅସ୍ୱାସ୍ଥ୍ୟକର ହେବ ନାହିଁ
ରଥଯାତ୍ରା ପ୍ରସ୍ତୁତି ଓ ପରିଚାଳନା ବୈଠକରେ  ନିଷ୍ପତ୍ତି


ପୁରୀ: ଏ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡରେ ଆଦୌ ରନ୍ଧା ଖାଦ୍ୟ ଦିଆଯିବ ନାହିଁ । କିନ୍ତୁ ଶୁଖିଲା ଖାଦ୍ୟ ବଣ୍ଟା ଯାଇପାରିବ। ଫଳରେ ପରିବେଶ ଅସ୍ୱାସ୍ଥ୍ୟକର ହେବ ନାହିଁ । ଶୁକ୍ରବାର ପୁରୀ ସର୍କିଟ ହାଉସରେ ନଗର ଉନ୍ନୟନ ବିଭାଗର ରଥଯାତ୍ରା ପ୍ରସ୍ତୁତି ଓ ପରିଚାଳନା ନେଇ ହୋଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

୨ ଦିନ ପରେ ରଥଯାତ୍ରାର ପ୍ରଶାସନିକ ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ I ଏହାର ୧୦ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହାକୁ ସୁପରିଚାଳନା ନିମନ୍ତେ ପୁରୀ ମହାନଗର ନିଗମ କର୍ତ୍ତୃପକ୍ଷ କେତେଦୂର ପ୍ରସ୍ତୁତ ହୋଇଛନ୍ତି ତାହାର ସମୀକ୍ଷା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ।  ସହରକୁ ସଫାସୁତୁରା ରଖିବା, ସୁସ୍ଥ ପରିବେଶ ସୃଷ୍ଟି କରିବା, ଶୌଚାଳୟ ବ୍ୟବସ୍ଥା କରିବା, ପାର୍କିଂ, ଆଲୋକୀକରଣ ଇତ୍ୟାଦି ସମସ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଶାସନିକ ସୂଚନା ମୁତାବକ, ସହରର ସମସ୍ତ ନଳାକୁ ସଫା କରାଯାଇଛି। ବଡ଼ଦାଣ୍ଡର ଉଭୟ ପାର୍ଶ୍ଵ ଡ୍ରେନ୍ଗୁଡ଼ିକ ଜାଗୃତି ୱେଲଫେୟାର ସଂସ୍ଥା ଦ୍ୱାରା ସଫା କରାଯାଇଛି। ୨୪ଟି ପାର୍କିଂ ସ୍ଥଳ ପାଇଁ ବ୍ୟବସ୍ଥା କରାଯାଇଛି। ସହରର ସମସ୍ତ ସାହି, ଗଳି ରାସ୍ତା ମରାମତି କାମ ଓ ଛୋଟ ଗାତ ମରାମତି କାମ ସମ୍ପୂର୍ଣ୍ଣ ହୋଇଛି। ବୁଲାଗୋରୁଙ୍କୁ ନିୟନ୍ତ୍ରଣ କରିବା ପାଇଁ କାଞ୍ଜିଆହୁଦାର ବ୍ୟବସ୍ଥା କରାଯାଇଛି। ବର୍ଷାକୁ ଆଖି ଆଗରେ ରଖ୍ ୩୦ଟି ଖାଲୁଆ ଅଞ୍ଚଳରୁ ଜଳ ନିଷ୍କାସନ କରିବା ନିମନ୍ତେ ଚିହ୍ନଟ ପ୍ରକ୍ରିୟା ସରିଛି। ଏହି ସ୍ଥାନମାନଙ୍କରେ ଉଚ୍ଚ ଶକ୍ତି ସମ୍ପନ୍ନ ପମ୍ପ ସେଟ୍ ରଖାଯାଇଛି।

ପଢନ୍ତୁ ଏହି ଖବର: ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ; ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ବୈଠକରେ ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ବିନୟ କୁମାର ଦାସ, ଅତିରିକ୍ତ ସଚିବ ଶୁଭାନନ୍ଦ ମହାପାତ୍ର, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ମହାନଗର ନିଗମର ଯୁଗ୍ମ ସଚିବ ଅଭିମନ୍ୟୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ସେପଟେ ମହାପ୍ରଭୁଙ୍କ ଅଣସରକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକାଧିକ ଏଡିଟେଡ ଫୋଟୋ ଓ ଭିଡ଼ିଓ । ୯୭ ଟି ପୋଷ୍ଟ ଓ ଆକାଉଣ୍ଟ ହରାଇଲା ପୁରୀ ପୋଲିସ। ଆପତ୍ତିଜନକ ଅନୁଚିତ ତଥା କାର୍ଟୁନ୍ ଫୋଟୋ ଭିଡିଓ କୁ ନେଇ କଠୋର ହୋଇଛି ପୋଲିସ୍। ଧାର୍ମିକ ଭାବନାକୁ ଏହି କଣ୍ଟେଣ୍ଟ ଆଘାତ ପହଞ୍ଚାଉଥିବା, ପୋଲିସ ନଜରକୁ ଆସିବାପରେ ଆକ୍ସନ ମୋଡ଼ ରେ ପୋଲିସ୍। ପୋଲିସ୍ ର ସ୍ୱତନ୍ତ୍ର ଅନଲାଇନ୍ ମନିଟରିଂ ଓ ଡ୍ରାଇଭ୍ ରେ ୩ ଦିନରେ ୯୭ ପୋଷ୍ଟ ଓ ଆକାଉଣ୍ଟ କୁ ଟେକ୍ ଡାଉନ୍ ଅର୍ଥାତ୍ ହଟାଯାଇଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡିତ କୌଣସି ଫଟୋ, ଭିଡିଓ କିମ୍ବା ଅନ୍ୟାନ୍ୟ କଣ୍ଟେଣ୍ଟକୁ ଅନୁଚିତ ଭାବରେ ଏଡିଟ, ଡିଷ୍ଟର୍ଟ କିମ୍ବା ସେୟାର ନକରିବାକୁ ପୁରୀ ପୋଲିସ୍ ଅନୁରୋଧ କରିଛି। ସୋସିଆଲ ମିଡିଆରେ କୌଣସି କଣ୍ଟେଣ୍ଟ ପୋଷ୍ଟ କରିବା ପୂର୍ବରୁ ତାହାର ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ପ୍ରଭାବକୁ ନିଶ୍ଚିତ ଭାବେ ବିଚାର କରିବାକ୍ ଅପିଲ କରିଛି ପୋଲିସ୍। ୯୭ ଟି ପୋଷ୍ଟ କୁ ହଟାଇଛିଓ ପୁରୀ ପୋଲିସ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored