|
logo
Live

Argus News - IAS ସ୍ତରରେ ବଡ ଧରଣର ଅଦବଦଳ, ଏକା ଥରେ ବଦଳିଲେ 15 ଜିଲ୍ଲାପାଳ

Odisha

IAS ସ୍ତରରେ ବଡ ଧରଣର ଅଦବଦଳ, ଏକା ଥରେ ବଦଳିଲେ 15 ଜିଲ୍ଲାପାଳ

Smruti Parija
Browse all articles by Smruti Parija
·2 years ago·1 min read
IAS ସ୍ତରରେ ବଡ ଧରଣର ଅଦବଦଳ, ଏକା ଥରେ ବଦଳିଲେ 15 ଜିଲ୍ଲାପାଳ

ଅର୍ଗସ ବ୍ୟୁରୋ: IAS ସ୍ତରରେ ବଡ ଧରଣର ଅଦବଦଳ କଲେ ରାଜ୍ୟ ସରକାର । ଏକାଥରେ ବଦଳିଲେ 15 ଜିଲ୍ଲାପାଳ । ତେମ୍‌ଜେଙ୍ଗ ୱାପଙ୍ଗ ଆଓ ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ସଚିବ । ଶ୍ରୀକାନ୍ତ ପୃଷ୍ଟି ହେଲେ ଉତ୍ତରାଞ୍ଚଳ ଆର୍‌ଡିସି । ରଂଜନ ଦାସ ହେଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି । ସେହିପରି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ହେଲେ ମୟୂରଭଂଜ ଜିଲ୍ଲାପାଳ ।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ । କେ. ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ । ମୟୂରଭଞ୍ଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜ ହେଲେ କଟକ ଜିଲ୍ଲାପାଳ । ନିଖିଲ ପବନ କଲ୍ୟାଣ ହେଲେ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ।  ବିଜୟ କୁମାର ଦାସ ହେଲେ ପୁରୀ ଜିଲ୍ଲାପାଳ ।

ମନୀଷା ବାନାର୍ଜୀ ହେଲେ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ । ଚଞ୍ଚଳ ରାଣା ହେଲେ ଖୋର୍ଦ୍ଧା ଜିଲ୍ଲାପାଳ । ସ୍ୱଧା ଦେବ ସିଂ ହେଲେ ନୟାଗଡ଼ ଜିଲ୍ଲାପାଳ । ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ କଟକ ମହାନଗର କମିଶନର । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IAS ସ୍ତରରେ ବଡ ଧରଣର ଅଦବଦଳ, ଏକା ଥରେ ବଦଳିଲେ 15 ଜିଲ୍ଲାପାଳ | Argus News