Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

NAC ନାଁରେ ମିଛ ପ୍ରତିଶ୍ରୁତି ଦେଇଥିଲେ ନବୀନ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
NAC ନାଁରେ ମିଛ ପ୍ରତିଶ୍ରୁତି ଦେଇଥିଲେ ନବୀନ ?

Key Points

  • ଧରାପଡ଼ିଲା ବିଜେଡିର ଏନଏସି ମିଛ
  • ନିର୍ବାଚନ ବୈତରଣୀ ପାର ହେବା ପାଇଁ ଦେଇଥିଲା ମିଛ ପ୍ରତିଶ୍ରୁତି
  • ବିଧାନସଭାରେ ବିଜେଡିର ପୋଲ ଖୋଲିଲା ବିଜେପି

ଅର୍ଗସ ବ୍ୟୁରୋ: ପୁଣି ଧରାପଡ଼ିଲା ବିଜେଡିର ନୂଆ ମିଛ । ବିଧାନସଭାରେ ବିଜେଡିର ପୋଲ ଖୋଲିଦେଲା ବିଜେପି । ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏନଏସି ଘୋଷଣା କରିଥିଲା ବିଜେଡି । ଲୋକଙ୍କୁ ସ୍ୱପ୍ନ ଦେଖାଇଥିଲା, ହେଲେ ଧରାଇଦେଲା ଲଲିପପ୍ । ମୂଳରୁ ପ୍ରକ୍ରିୟା ଆରମ୍ଭ ନକରି ଭୋଟ୍ ଚକ୍କରରେ କରିଚାଲିଥିଲା ବଡ଼ବଡ଼ ଘୋଷଣା । ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର କେବଳ ଘୋଷଣା କରିଦେଇଥିଲେ । ଏଥିପାଇଁ କୌଣସି ଲିଖିତ ପ୍ରସ୍ତାବ ନାହିଁ କି ନୂଆ ସରକାରକୁ କିଛି ବିଧିବଦ୍ଧ ପ୍ରସ୍ତାବ ବି ମିଳିନି ।

୨୪ ନିର୍ବାଚନ ପୂର୍ବରୁ ରାଜ୍ୟରେ ନୂଆ ଏନଏସି ପାଇଁ କଲେକ୍ଟଙ୍କୁ ଚିଠି ଲେଖିଥିଲା ବିଜେଡି । ହେଲେ ଏଯାଏଁ ଜିଲ୍ଲାପାଳଙ୍କଠୁ କୌଣସି ପ୍ରତିଉତ୍ତର ମିଳିନି । ମନ୍ତ୍ରୀଙ୍କ ଏମିତି ସ୍ପଷ୍ଟ ଉତ୍ତର ପରେ ଗୃହରେ ଦେଖିବାକୁ ମିଳିଥିଲା ଉଦବେଗ । ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଘୋଷଣା ହୋଇଥିବା ଅଞ୍ଚଳକୁ ଏନଏସି ପାଇଁ ବିଧାୟକମାନେ ଦାବି କରିବା ପରେ ଏନେଇ ଜିଲ୍ଲାପାଳମାନଙ୍କୁ ଆଉ ଥରେ ଚିଠି ଲେଖି ବିଚାର ବିମର୍ଶ କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ସୂଚନା ଅନୁସାରେ, ନିର୍ବାଚନ ପୂର୍ବରୁ ଗତ ଫେବ୍ରୁଆରୀ ଓ ମାର୍ଚ୍ଚରେ ପର୍ଯ୍ୟାୟ କ୍ରମେ ନୂଆ ପୌରାଞ୍ଚଳ ତାଲିକା ଘୋଷଣା କରିଥିଲେ ସରକାର । ୨୩ଟି ଜିଲ୍ଲାର ୫୭ଟି ଅଞ୍ଚଳକୁ କରିଥିଲେ ଏନଏସି ଘୋଷଣା। 

ପଦ୍ମପୁର ଉପନିର୍ବାଚନ ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଏବେର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ନିଜେ ନିର୍ବାଚନୀ ମଞ୍ଚରେ ପାଇକମାଳକୁ ଏନଏସି ପାଇଁ ଘୋଷଣା କରିଥିଲେ। କିନ୍ତୁ ଗତକାଲି ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ସ୍ପଷ୍ଟ କରୁଛି, ପାଇକମାଳ ଲାଗି ବି ବିଧିବଦ୍ଧ ପ୍ରସ୍ତାବ ନାହିଁ । ଏହା ବାଦ୍ ଆଉ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି, ବିଧାୟକ ଏବଂ ଲୋକଙ୍କର ପ୍ରସ୍ତାବ ଅନୁସାରେ ଆଉ ୧୮ଟି ଅଞ୍ଚଳକୁ ଏନଏସି ପାଇଁ ପ୍ରସ୍ତାବ ରହିଛି । ମୋଟ୍‌ ଉପରେ, ଏବେ ରାଜ୍ୟରେ ୫ଟି ମହାନଗର ନିଗମ, ୪୮ଟି ପୌରପାଳିକା ଏବଂ ୬୨ଟି ଏନଏସି ରହିଛି । ହେଲେ ଏବେ ରାଜ୍ୟରେ କେତୋଟି ନୂଆ ଏନଏସି ହେଉଛି ତାହା ଦେଖିବାକୁ ବାକି ରହିଲା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Govt | Argus News